ଖବରକାଗଜ ବିତରକଙ୍କ ପୁଅ ମାଟ୍ରିକ ପରୀକ୍ଷାରେ ରଖିଛନ୍ତି ୫୫୭ ମାର୍କ

ଛତ୍ରପୁର,୩୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରର ଜଣେ ଖବରକାଗଜ ବିତରକ ସୂର୍ଯ୍ୟ ନାରାୟଣ ଶତପଥୀଙ୍କ ପୁଅ ଶୁଭ୍ରାଂଶୁ ଚଳିତ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ସେ ୫୫୭ ( ୯୨.୮୩ %) ମାର୍କ ରଖିଛନ୍ତି ତାଙ୍କ ଘର ଛତ୍ରପୁର ରାମଲକ୍ଷ୍ମୀ ନଗର ତୃତୀୟ ଲେନ୍‌ରେ ଥିବାବେଳେ ଗୋଷାଣୀନୂଆଗାଁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଥିଲେ। ସେ କହିଛନ୍ତି ଯେ, ବାପା, ମା’, ଶିକ୍ଷକମାନଙ୍କ ଆଶୀର୍ବାଦ ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁ ତାଙ୍କୁ ଏହି ସଫଳତା ମିଳିଛି।