ନନ୍ଦନକାନନରେ ଜଳହସ୍ତୀ ଶାବକ ଜନ୍ମ: କୁମାରଖୁଣ୍ଟିରେ ଶଙ୍କର ଅସୁସ୍ଥ

ବାରଙ୍ଗ,୭।୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୬୨ ନଂ. ଏନକ୍ଲୋଜରରେ ରହୁଥିବା ଜଳହସ୍ତୀର ସୋମବାର ଏକ ଶାବକ ଜନ୍ମ ଦେଇଛି। ଶାବକ ଜନ୍ମ ଦେବା ପରେ ମା ଓ ଛୁଆ ସୁସ୍ଥ ଥିବା ଜଣାପଡିଛି। ଏବେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫ରେ ପହଞ୍ଚତ୍ଛି। ସେଥିମଧ୍ୟରେ ୧୦ଟି ମାଈ, ୪ ଅଣ୍ଡିରା ସହ ନବଜାତକ ଛୁଆର ଲିଙ୍ଗ ନିରୁପଣ ହୋଇପାରି ନାହିଁ। ସେହିପରି ଚନ୍ଦକା ଅଭୟାରଣ୍ୟର କୁମାରଖୁଣ୍ଟିରେ ରହୁଥିବା ଦନ୍ତାହାତୀ ଶଙ୍କର ଏବେ ଅସୁସ୍ଥ। ସୂଚନାଯୋଗ୍ୟ, ମାଉନ୍ତକୁ ମାରି ଚର୍ଚ୍ଚାରେ ରହିଥିବା ଶଙ୍କର ୨୦୦୧ ଡିସେମ୍ବର ୨୭ତାରିଖରେ କପିଳାସରୁ ନନ୍ଦନକାନନକୁ ଆସିଥିଲା। କିନ୍ତୁ ୨୦୦୭ରେ ସାତକୋଶିଆକୁ ପଠାଯାଇଥିଲା। ସେଠାରେ ମଧ୍ୟ ମାଉନ୍ତ ନ ଥିବାବେଳେ ତା’ର ସହଯୋଗୀକୁ ଆକ୍ରମଣ କରିଥିଲା। ଫଳରେ କର୍ତ୍ତୃପକ୍ଷ ଚନ୍ଦକା କୁମାରଖୁଣ୍ଟିକୁ ଆଣି ଦେଇଥିଲେ। ସେଠାରେ ସେ ଏକାକୀ ବନ୍ଦୀ ଜୀବନ ବିତାଉଥିବାବେଳେ ଗତ କିଛିଦିନ ତଳେ ଅସୁସ୍ଥ ହୋଇପଡିଥିଲା। ଚାରିଦିନ ତଳେ ଶଙ୍କର ତଳେ ପଡିରହିଥିଲେ ମଧ୍ୟ ଉଠି ନ ଥିଲା ା ଯାହା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା। ଖବରପାଇ ଓୟୁଏଟି ବିଶେଷଜ୍ଞ ଦଳ ସହ ନନ୍ଦନକାନନର ଡାକ୍ତରୀ ଟିମ ପହଞ୍ଚତ୍ ଶଙ୍କରର ଚିକିତ୍ସା କରି ଫେରିଛନ୍ତି। ଶଙ୍କରର ନିମ୍ନ ରକ୍ତଚାପରେ ପୀଡ଼ିତ ଥିବା ଜଣାପଡିଛି।