Categories: ଜାତୀୟ

କିନ୍ନର-ସମଲିଙ୍ଗୀ-ଯୌନକର୍ମୀ କରି ପାରିବେନି ରକ୍ତଦାନ…

ନୂଆଦିଲ୍ଲୀ,୧୧।୩ : ରକ୍ତଦାନ ନେଇ ଥିବା ବୈଜ୍ଞାନିକ ପ୍ରାମାଣିକ ତଥ୍ୟ ଆଧାରରେ ନ୍ୟାଶନାଲ ବ୍ଲଡ ଟ୍ରାନ୍ସଫ୍ୟୁଜନ କାଉନସିଲ(ଏନବିଟିସି) ଦ୍ୱାରା ଏକ ନିୟାମକ ଧାର୍ଯ୍ୟ ହୋଇଛି। ରକ୍ତଦାନ ପାଇଁ ଥିବା ମାର୍ଗଦର୍ଶିକାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକ ପିଟିଶନ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ପ୍ରାଥମିକ ସତ୍ୟପାଠରେ କୁହାଯାଇଛି ଯେ, କିନ୍ନର-ସମଲିଙ୍ଗୀ-ଯୌନକର୍ମୀଙ୍କୁ ରକ୍ତଦାନ କରିବାକୁ ବାରଣ କରାଯାଇଛି।

ଏହା ଜନସ୍ବାସ୍ଥ୍ୟ ସୁରକ୍ଷା ଆଧାରରେ କରାଯାଇଛି। ଏଥିରେ ବ୍ୟକ୍ତିଗତ ଅଧିକାରର କୌଣସି ଉଲ୍ଲଂଘନ କରାଯାଇ ନାହିଁ ବୋଲି ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏଭଳି ବ୍ୟକ୍ତି ବିଶେଷଙ୍କୁ ଏଡସ ଏବଂ ହେପାଟାଇଟିସ ବି,ସି ହେବାର ଆଶଙ୍କା ଅଧିକ ରହିଥିବାରୁ ଏନବିଟିସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାର କହିଛନ୍ତି।

ଏହି ଜନସ୍ବାର୍ଥ ମାମଲାକୁ ଥାଙ୍ଗଜମ ଶାନ୍ତା ସିଂ ନାମକ ଜଣେ କିନ୍ନର ଆଇନଜୀବୀ ଅନିନ୍ଦିତା ପୁଜାରୀଙ୍କ ଦ୍ୱାରା ଦାଖଲ କରିଛନ୍ତି।

Share