ଟ୍ରାନ୍ସଜେଣ୍ଡର ଦମ୍ପତି ଶିଶୁଙ୍କ ଦେଲେ ଜନ୍ମ, ଝିଅ କି ପୁଅ ସୂଚନା ଦେବାକୁ କଲେ ମନା…

ଥିରୁଭାନନ୍ତପୁରମ,୮।୨ : କେରଳର ଟ୍ରାନ୍ସଜେଣ୍ଡର ଦମ୍ପତି ବୁଧବାର ଦିନ ଏକ ଶିଶୁକୁ ସରକାରୀ ଡାକ୍ତରଖାନାରେ ପ୍ରସବ କରିଛନ୍ତି। ଯାହା ଦେଶରେ ପ୍ରଥମ ଘଟଣା ବୋଲି ଜଣାପଡିଛି। ଟ୍ରାନ୍ସ ପାର୍ଟନରମାନଙ୍କ ମଧ୍ୟରୁ ଜିଆ ପାଭାଲ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ସିଜେରିଆନ ଭାବେ ଶିଶୁ ଜଣଙ୍କ ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ସମୟରେ ଜନ୍ମ ହୋଇଛନ୍ତି। ପାଭଲେ କହିଛନ୍ତି ଯେ ଶିଶୁକୁ ଜନ୍ମ ଦେଇଥିବା ତାଙ୍କ ସାଥୀ ଜାହଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି।

ତେବେ ଟ୍ରାନ୍ସଜେଣ୍ଡର ଦମ୍ପତି ନବଜାତ ଶିଶୁର ଝିଅ କି ପୁଅ (ଲିଙ୍ଗ ପରିଚୟ) ପ୍ରକାଶ କରିବାକୁ ମନା କରିଦେଇଛନ୍ତି। ସେମାନେ ଏହାକୁ ସାର୍ବଜନୀନ କରିବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଜିଆ ପାଭାଲ ଇନଷ୍ଟାଗ୍ରାମରେ ଘୋଷଣା କରିଥିଲେ ଯେ ଜାହାଦ ଆଠ ମାସର ଗର୍ଭବତୀ ଅଛନ୍ତି। ଏହି ଦମ୍ପତି କହିଥିଲେ ଯେ ସେମାନଙ୍କର ମା ଏବଂ ପିତା ହେବାର ସ୍ବପ୍ନ ସାକାର ହୋଇଛି। ପାଭେଲ ଏବଂ ଜାହାଦ ଗତ ତିନିବର୍ଷ ଧରି ଏକାଠି ଅଛନ୍ତି।

Share