Categories: ଜାତୀୟ

ଟ୍ରାନ୍ସଜେଣ୍ଡର କେବେ ବି ସନ୍ତାନ ଜନ୍ମ କରିପାରିବେ ନାହିଁ: ଏମ୍‌.କେ. ମୁନିର…

ଥିରୁଭାନନ୍ତପୁରମ,୧୩।୨ : ଇଣ୍ଡିଆନ ୟୁନିଅନ ମୁସଲିମ ଲିଗର ବରିଷ୍ଠ ନେତା ଏମ.କେ ମୁନିର କହିଛନ୍ତି ଯେ ଯେଉଁମାନେ ବିଶ୍ୱାସ କରନ୍ତି ଯେ ଟ୍ରାନ୍ସଜେଣ୍ଡରମାନେ ସନ୍ତାନ ଜନ୍ମ କରିପାରିବେ, ତାହା କେବଳ ମୁର୍ଖାମୀ। ସେ କହିଛନ୍ତି ଯେ ଜଣେ ଟ୍ରାନ୍ସଜେଣ୍ଡର କଦାପି ଗର୍ଭଧାରଣ କରିପାରିବ ନାହିଁ ଏବଂ ଟ୍ରାନ୍ସଜେଣ୍ଡର ଲୋକଙ୍କୁ ସେ ଗର୍ଭାଶୟ ଶୂନ୍ୟ ବୋଲି କହିଛନ୍ତି। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ କେରଳର ଟ୍ରାନ୍ସଜେଣ୍ଡର ଦମ୍ପତି ଜିଆ ପାଲ ଏବଂ ଜାହାଦ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଜାହାଦ ଜଣେ ଟ୍ରାନ୍ସଜେଣ୍ଡର ଏବଂ ସେକ୍ସ ପରିବର୍ତ୍ତନ ଚିକିତ୍ସା କରୁଥିଲେ କିନ୍ତୁ ଜିଆ ପାଭାଲ ଦାବି କରିଛନ୍ତି ଯେ ଏକ ସନ୍ତାନ ପ୍ରସବ କରିବା ପାଇଁ ଜାହାଦ ତାଙ୍କର ଥେରାପି ବନ୍ଦ କରିଦେଇଥିଲେ। ଫେବୃଆରୀ ୮ ରେ, ଜାହାଦ କେରଳର ଏକ ଡାକ୍ତରଖାନାରେ ଜଣେ ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

ମୁନିର କହିଛନ୍ତି ଯେ ଯିଏ ସନ୍ତାନକୁ ଜନ୍ମ ଦେଇଛନ୍ତି ସେ ପ୍ରକୃତରେ ଜଣେ ମହିଳା କିନ୍ତୁ ସେ ପୁରୁଷ ପରି ଦେଖାଯିବା ପାଇଁ ତାଙ୍କ ସ୍ତନ କାଢ଼ି ଦେଇଛନ୍ତି। ଶିଶୁର ଜନ୍ମ ପାଇଁ ଗର୍ଭର ଉପସ୍ଥିତି ଆବଶ୍ୟକ ଏବଂ ଏହା ପ୍ରମାଣ କରେ ଯେ ସେ ପ୍ରକୃତରେ ଜଣେ ମହିଳା। ମୁନିର କହିଛନ୍ତି ଯେ ଗର୍ଭଧାରଣ କରିବା ପାଇଁ ଶୁକ୍ରାଣୁ ଏବଂ ଡିମ୍ବାଣୁ ଫର୍ଟିଲାଇଜ ହେବା ଆବଶ୍ୟକ।

ଟ୍ରାନ୍ସଜେଣ୍ଡର ଦମ୍ପତି କହିଛନ୍ତି ଯେ ସେମାନେ ସରକାରୀ ମେଡିକାଲ କଲେଜ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ଯେ ଜାହାଦ ଏହି ଶିଶୁଙ୍କୁ ଜନ୍ମ ଦେଇଛନ୍ତି କିନ୍ତୁ ଶିଶୁଙ୍କର ଜନ୍ମ ପ୍ରମାଣପତ୍ରରେ ତାଙ୍କ ନାମ ପିତା ଭାବରେ ଉଲ୍ଲେଖ କରାଯାଉ। ସେହିପରି ଶିଶୁଙ୍କର ମାଆଙ୍କ ନାମ ବଦଳରେ ଜିଆ ପାୱାଲଙ୍କ ନାମ ଲେଖାଯିବା ଉଚିତ। ସୂଚନାଯୋଗ୍ୟ ଯେ ଜାହଦ ଜନ୍ମ ସମୟରେ ଜଣେ ମହିଳା ଏବଂ ଜିଆ ପାୱାଲ ଜଣେ ପୁରୁଷ ଥିଲେ, କିନ୍ତୁ ଉଭୟ ଲିଙ୍ଗ ପରିବର୍ତ୍ତନ କରିଛନ୍ତି। ତେବେ ଶିଶୁକୁ ଜନ୍ମ ଦେବା ପାଇଁ ଜାହାଦ କିଛି ସମୟ ପାଇଁ ଲିଙ୍ଗ ପରିବର୍ତ୍ତନ ଚିକିତ୍ସା ବନ୍ଦ କରି ଦେଇଛନ୍ତି।
ମୁନିର କହିଛନ୍ତି ଯେ ମାନବିକତା ପାଇଁ ଲିଙ୍ଗ ନିରପେକ୍ଷତା ବିପଜ୍ଜନକ ଅଟେ। ସମ୍ମିଳନୀରେ ଏକ ସଂକଳ୍ପ ଅଣାଯାଇଥିଲା ଯେଉଁଥିରେ ମହିଳାମାନଙ୍କୁ ଲିଙ୍ଗ ପରିବର୍ତ୍ତନରୁ ନିବୃତ୍ତ କରାଯିବା ପାଇଁ ଉଲ୍ଲେଖ କରାଯାଇଛି। ଲିଙ୍ଗ ପରିବର୍ତ୍ତନ ମହିଳାଙ୍କ ପ୍ରତି ଅପମାନ ବୋଲି କୁହାଯାଇଛି।

Share