ରୂପ ବଦଳାଇ ଅପରାଧ

ଭୁବନେଶ୍ୱର,୧୯।୨(ସୂର୍ଯ୍ୟକାନ୍ତ ବେହେରା):ଟଙ୍କା ଆଦାୟ, ଠକେଇ ବା ଲୁଟ୍‌ କରିବା ଅଭିଯୋଗରେ ଅନେକ ସମୟରେ ନକଲି ପୋଲିସ, ସିବିଆଇ ଅଫିସର, କ୍ରାଇମ୍‌ବ୍ରାଞ୍ଚ ଅଫିସର, ଏମ୍‌ଭିଆଇ, ଟିଟିଇ, ନକଲି ସାମ୍ବାଦିକ ଗିରଫ ହେଉଥିବା ନଜିର ରହିଛି। ସେହିପରି ବଡ଼ ଅଫିସର କିମ୍ବା ସରକାରୀ କର୍ମଚାରୀ ପରିଚୟ ଦେଇ ଚାକିରି କିମ୍ବା କୌଣସି ସରକାରୀ କାର୍ଯ୍ୟ ହାସଲ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି। ଦିନକୁ ଦିନ ଏପରି ଅଭିଯୋଗ ଓ ଘଟଣା ବଢ଼ିବାରେ ଲାଗିଛି। ହେଲେ ପୋଲିସ କେବଳ ଗିରଫ ସହ ନକଲି ପରିଚୟପତ୍ର, ନକଲି କାଗଜପତ୍ର ଜବତ କରି ଚୁପ୍‌ ବସୁଥିବାରୁ ଏଭଳି ଅପରାଧ ବନ୍ଦ ହେଉନି। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି, ରୂପ ବଦଳାଇ ବା ଅନ୍ୟ ପରିଚୟରେ ହେଉଥିବା ଅପରାଧ କ୍ଷେତ୍ରରେ ପୋଲିସ ପେସାକୁ ଅପରାଧୀମାନେ ବେଶି ଆପଣାଉଥିବା ଦେଖିବାକୁ ମିଳୁଛି। କାରଣ ପୋଲିସ ପୋଷାକ ପିନ୍ଧିଦେଲେ ଟଙ୍କା ଆଦାୟ ବା ଠକେଇ କରିବାର ବାଟ ସହଜ ହୋଇଯାଇଥାଏ। ପୁଣି ସହଜରେ କେହି ପ୍ରତିବାଦ ବା ସନ୍ଦେହ କରନ୍ତି ନାହିଁ। ପୋଲିସ ରୂପ ନେବା ପାଇଁ ମାଟିଆ ପୋଷାକ, ବ୍ୟାଜ୍‌, ସ୍ବତନ୍ତ୍ର ବେଲ୍ଟ, ଟୋପି ଓ ବୁଟ୍‌ର ଆବଶ୍ୟକତା ରହିଛି, ଯାହା ଚିତ୍ରାଳୟ କିମ୍ବା ବଜାରରେ ମିଳିଯାଉଛି। ଏହି ପୋଷାକକୁ ଭଡ଼ାରେ ନ ଆଣି ସିଧାସଳଖ କିଣି ଦେଉଛନ୍ତି। ସେହିପରି ଖବରଦାତା ପରିଚୟ ପାଇଁ ପ୍ରେସ୍‌ ଲେଖାଥିବା ଏକ ଫିତା ଲଗା ପରିଚୟପତ୍ରର ଆବଶ୍ୟକତା ରହିଛି। ଯେଉଁଥିରେ ନିଜ ଫଟୋ ସହିତ କୌଣସି ଏକ ଗଣମାଧ୍ୟମ ସଂସ୍ଥାର ଲୋଗୋ ରହିଥିବ। ବଜାରରେ ମାତ୍ର ୨୦ ଟଙ୍କାରେ ଖବରଦାତା ପରିଚୟପତ୍ର ମିଳିଯାଉଛି। ଅଧିକାଂଶ ବ୍ୟକ୍ତି ଗାଡିଲେ ପ୍ରେସ୍‌ ଲେଖି ବୁଲୁଥିବାବେଳେ ଅପରାଧୀମାନେ ଏହାକୁ ବ୍ୟବହାର କରି କାହିଁ କେତେ ଅପରାଧ ଘଟାଉଛନ୍ତି। ସେମାନେ କୌଣସି ଗଣମାଧ୍ୟମ ସଂସ୍ଥା ସହ ସଂପୃକ୍ତ ନ ଥିଲେ ମଧ୍ୟ ଖବରଦାତା ବୋଲି ପରିଚୟ ଦେଇ ଠକେଇ କରୁଛନ୍ତି। ରେଲ୍‌ୱେ ଟିଟିଇ ପାଇଁ ଧଳା ପୋଷାକ ଏବଂ କଳା ବ୍ଲେଜର ଆବଶ୍ୟକ, ଯାହା ମଧ୍ୟ ସହଜରେ ମିଳିପାରୁଛି। ଆଉ କିଛି ପେସା ରହିଛି ଯାହା ପାଇଁ ସ୍ବତନ୍ତ୍ର ପୋଷାକ କିମ୍ବା ପରିଚୟପତ୍ରର ଆବଶ୍ୟକତା ନ ଥାଏ। ଏହି ସାମାନ୍ୟ କେତେକ ଜିନିଷକୁ ଧରି ଜଣେ ବ୍ୟକ୍ତି ବା ଅପରାଧୀ ସର୍ବସାଧାରଣ ସ୍ଥଳରୁ ଚାନ୍ଦା ଆଦାୟ କରିବା ସହ ପୋଲିସ ଏବଂ ଲୋକଙ୍କୁ ଚକମା ଦେବାରେ ସଫଳ ହେଉଛନ୍ତି। ଖୋଦ୍‌ ରାଜଧାନୀରେ ମଧ୍ୟ ଏଭଳି ଘଟଣା ଘଟିଚାଲିଛି। ଏ ସମ୍ପର୍କରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କୁହନ୍ତି, ପୋଲିସ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଥାଏ। ଅଭିଯୋଗ ବା ଘଟଣା ସାମ୍ନାକୁ ଆସିବା ମାତ୍ରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି। ଅଭିଯୁକ୍ତଙ୍କ କାର୍ଯ୍ୟକଳାପକୁ ଦେଖି ସେମାନଙ୍କ ବିରୋଧରେ ଆଇପିସି ଦଫା ୪୧୯ ଓ ୪୨୦ରେ ମାମଲା ରୁଜୁ କରାଯାଉଛି।

ଗତ ୩ ମାସର କିଛି ଘଟଣା…

୧୫ ଡିସେମ୍ବର ୨୦୨୩ – କୋରାପୁଟର ଜୟପୁର ସହରରେ ଦିନ ଦ୍ୱିପ୍ରହରରେ ପୋଲିସ ପୋଷାକ ପିନ୍ଧି ଘରକୁ ଘର ବୁଲି ଚାନ୍ଦା ଆଦାୟ କରୁଥିବାବେଳେ ମଧ୍ୟପ୍ରଦେଶ ଇନ୍ଦୋରର ଭଗବାନ ୱାଗ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଥିଲା। ତାଙ୍କଠାରୁ ବହୁ ଆଧାର କାର୍ଡ ସହ ଅନ୍ୟ କିଛି ପରିଚୟପତ୍ର ଜବତ ହୋଇଥିଲା।
୩ ପେବୃଆରୀ ୨୦୨୪ – ଚାକିରି କରାଇଦେବା ନାଁରେ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିବା ଅଭିଯୋଗରେ ନିଜକୁ ସିବିଆଇ ଅଧିକାରୀ କହୁଥିବା ଉମେଶ ତନ୍ତିଙ୍କୁ ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ଗିରଫ କରିଥିଲା ।
୧୧ ପେବୃଆରୀ ୨୦୨୪ – କଟକ ମଙ୍ଗଳାବାଗ ଥାନାଞ୍ଚଳରେ ଲୋକଙ୍କୁ ପୋଲିସର ପରିଚୟ ଦେଇ ଟଙ୍କା ନେଉଥିବାବେଳେ ସ୍ଥାନୀୟ ପୋଲିସ ଉତ୍ତରପ୍ରଦେଶର ରୋହିତ ପାଣ୍ଡେ ଓ ଭବେଶ ପାଣ୍ଡେଙ୍କୁ ଗିରଫ କରିଥିଲା।
୧୨ ଫେବୃୟାରୀ ୨୦୨୪ – ଗାଡ଼ି ଆଗରେ ପ୍ରେସ୍‌ ଲେଖି ମାଲକାନଗିରିରୁ ଗଞ୍ଜେଇ ଧରି ପଶ୍ଚିମବଙ୍ଗ ଯାଉଥିବାବେଳେ କମିଶନରେଟ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ କରିଥିଲା।
ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ୧ ଲକ୍ଷରୁ ଅଧିକ ଟଙ୍କା ଠକିବା ଅଭିଯୋଗରେ କମିଶନରେଟ ପୋଲିସ ୫ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri