ରୂପ ବଦଳାଇ ଅପରାଧ

ଭୁବନେଶ୍ୱର,୧୯।୨(ସୂର୍ଯ୍ୟକାନ୍ତ ବେହେରା):ଟଙ୍କା ଆଦାୟ, ଠକେଇ ବା ଲୁଟ୍‌ କରିବା ଅଭିଯୋଗରେ ଅନେକ ସମୟରେ ନକଲି ପୋଲିସ, ସିବିଆଇ ଅଫିସର, କ୍ରାଇମ୍‌ବ୍ରାଞ୍ଚ ଅଫିସର, ଏମ୍‌ଭିଆଇ, ଟିଟିଇ, ନକଲି ସାମ୍ବାଦିକ ଗିରଫ ହେଉଥିବା ନଜିର ରହିଛି। ସେହିପରି ବଡ଼ ଅଫିସର କିମ୍ବା ସରକାରୀ କର୍ମଚାରୀ ପରିଚୟ ଦେଇ ଚାକିରି କିମ୍ବା କୌଣସି ସରକାରୀ କାର୍ଯ୍ୟ ହାସଲ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି। ଦିନକୁ ଦିନ ଏପରି ଅଭିଯୋଗ ଓ ଘଟଣା ବଢ଼ିବାରେ ଲାଗିଛି। ହେଲେ ପୋଲିସ କେବଳ ଗିରଫ ସହ ନକଲି ପରିଚୟପତ୍ର, ନକଲି କାଗଜପତ୍ର ଜବତ କରି ଚୁପ୍‌ ବସୁଥିବାରୁ ଏଭଳି ଅପରାଧ ବନ୍ଦ ହେଉନି। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି, ରୂପ ବଦଳାଇ ବା ଅନ୍ୟ ପରିଚୟରେ ହେଉଥିବା ଅପରାଧ କ୍ଷେତ୍ରରେ ପୋଲିସ ପେସାକୁ ଅପରାଧୀମାନେ ବେଶି ଆପଣାଉଥିବା ଦେଖିବାକୁ ମିଳୁଛି। କାରଣ ପୋଲିସ ପୋଷାକ ପିନ୍ଧିଦେଲେ ଟଙ୍କା ଆଦାୟ ବା ଠକେଇ କରିବାର ବାଟ ସହଜ ହୋଇଯାଇଥାଏ। ପୁଣି ସହଜରେ କେହି ପ୍ରତିବାଦ ବା ସନ୍ଦେହ କରନ୍ତି ନାହିଁ। ପୋଲିସ ରୂପ ନେବା ପାଇଁ ମାଟିଆ ପୋଷାକ, ବ୍ୟାଜ୍‌, ସ୍ବତନ୍ତ୍ର ବେଲ୍ଟ, ଟୋପି ଓ ବୁଟ୍‌ର ଆବଶ୍ୟକତା ରହିଛି, ଯାହା ଚିତ୍ରାଳୟ କିମ୍ବା ବଜାରରେ ମିଳିଯାଉଛି। ଏହି ପୋଷାକକୁ ଭଡ଼ାରେ ନ ଆଣି ସିଧାସଳଖ କିଣି ଦେଉଛନ୍ତି। ସେହିପରି ଖବରଦାତା ପରିଚୟ ପାଇଁ ପ୍ରେସ୍‌ ଲେଖାଥିବା ଏକ ଫିତା ଲଗା ପରିଚୟପତ୍ରର ଆବଶ୍ୟକତା ରହିଛି। ଯେଉଁଥିରେ ନିଜ ଫଟୋ ସହିତ କୌଣସି ଏକ ଗଣମାଧ୍ୟମ ସଂସ୍ଥାର ଲୋଗୋ ରହିଥିବ। ବଜାରରେ ମାତ୍ର ୨୦ ଟଙ୍କାରେ ଖବରଦାତା ପରିଚୟପତ୍ର ମିଳିଯାଉଛି। ଅଧିକାଂଶ ବ୍ୟକ୍ତି ଗାଡିଲେ ପ୍ରେସ୍‌ ଲେଖି ବୁଲୁଥିବାବେଳେ ଅପରାଧୀମାନେ ଏହାକୁ ବ୍ୟବହାର କରି କାହିଁ କେତେ ଅପରାଧ ଘଟାଉଛନ୍ତି। ସେମାନେ କୌଣସି ଗଣମାଧ୍ୟମ ସଂସ୍ଥା ସହ ସଂପୃକ୍ତ ନ ଥିଲେ ମଧ୍ୟ ଖବରଦାତା ବୋଲି ପରିଚୟ ଦେଇ ଠକେଇ କରୁଛନ୍ତି। ରେଲ୍‌ୱେ ଟିଟିଇ ପାଇଁ ଧଳା ପୋଷାକ ଏବଂ କଳା ବ୍ଲେଜର ଆବଶ୍ୟକ, ଯାହା ମଧ୍ୟ ସହଜରେ ମିଳିପାରୁଛି। ଆଉ କିଛି ପେସା ରହିଛି ଯାହା ପାଇଁ ସ୍ବତନ୍ତ୍ର ପୋଷାକ କିମ୍ବା ପରିଚୟପତ୍ରର ଆବଶ୍ୟକତା ନ ଥାଏ। ଏହି ସାମାନ୍ୟ କେତେକ ଜିନିଷକୁ ଧରି ଜଣେ ବ୍ୟକ୍ତି ବା ଅପରାଧୀ ସର୍ବସାଧାରଣ ସ୍ଥଳରୁ ଚାନ୍ଦା ଆଦାୟ କରିବା ସହ ପୋଲିସ ଏବଂ ଲୋକଙ୍କୁ ଚକମା ଦେବାରେ ସଫଳ ହେଉଛନ୍ତି। ଖୋଦ୍‌ ରାଜଧାନୀରେ ମଧ୍ୟ ଏଭଳି ଘଟଣା ଘଟିଚାଲିଛି। ଏ ସମ୍ପର୍କରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କୁହନ୍ତି, ପୋଲିସ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଥାଏ। ଅଭିଯୋଗ ବା ଘଟଣା ସାମ୍ନାକୁ ଆସିବା ମାତ୍ରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି। ଅଭିଯୁକ୍ତଙ୍କ କାର୍ଯ୍ୟକଳାପକୁ ଦେଖି ସେମାନଙ୍କ ବିରୋଧରେ ଆଇପିସି ଦଫା ୪୧୯ ଓ ୪୨୦ରେ ମାମଲା ରୁଜୁ କରାଯାଉଛି।

ଗତ ୩ ମାସର କିଛି ଘଟଣା…

୧୫ ଡିସେମ୍ବର ୨୦୨୩ – କୋରାପୁଟର ଜୟପୁର ସହରରେ ଦିନ ଦ୍ୱିପ୍ରହରରେ ପୋଲିସ ପୋଷାକ ପିନ୍ଧି ଘରକୁ ଘର ବୁଲି ଚାନ୍ଦା ଆଦାୟ କରୁଥିବାବେଳେ ମଧ୍ୟପ୍ରଦେଶ ଇନ୍ଦୋରର ଭଗବାନ ୱାଗ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଥିଲା। ତାଙ୍କଠାରୁ ବହୁ ଆଧାର କାର୍ଡ ସହ ଅନ୍ୟ କିଛି ପରିଚୟପତ୍ର ଜବତ ହୋଇଥିଲା।
୩ ପେବୃଆରୀ ୨୦୨୪ – ଚାକିରି କରାଇଦେବା ନାଁରେ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିବା ଅଭିଯୋଗରେ ନିଜକୁ ସିବିଆଇ ଅଧିକାରୀ କହୁଥିବା ଉମେଶ ତନ୍ତିଙ୍କୁ ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ଗିରଫ କରିଥିଲା ।
୧୧ ପେବୃଆରୀ ୨୦୨୪ – କଟକ ମଙ୍ଗଳାବାଗ ଥାନାଞ୍ଚଳରେ ଲୋକଙ୍କୁ ପୋଲିସର ପରିଚୟ ଦେଇ ଟଙ୍କା ନେଉଥିବାବେଳେ ସ୍ଥାନୀୟ ପୋଲିସ ଉତ୍ତରପ୍ରଦେଶର ରୋହିତ ପାଣ୍ଡେ ଓ ଭବେଶ ପାଣ୍ଡେଙ୍କୁ ଗିରଫ କରିଥିଲା।
୧୨ ଫେବୃୟାରୀ ୨୦୨୪ – ଗାଡ଼ି ଆଗରେ ପ୍ରେସ୍‌ ଲେଖି ମାଲକାନଗିରିରୁ ଗଞ୍ଜେଇ ଧରି ପଶ୍ଚିମବଙ୍ଗ ଯାଉଥିବାବେଳେ କମିଶନରେଟ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ କରିଥିଲା।
ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ୧ ଲକ୍ଷରୁ ଅଧିକ ଟଙ୍କା ଠକିବା ଅଭିଯୋଗରେ କମିଶନରେଟ ପୋଲିସ ୫ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri