ମନ୍ତ୍ରଣାଳୟ ସ୍ଥାନାନ୍ତର

ଅନେକ ଦଶନ୍ଧି ଧରି ରାଇସିନା ହିଲ୍‌ ଶାସନର ଏକ ପ୍ରତୀକ ଥିଲା। ଉତ୍ତର ଏବଂ ଦକ୍ଷିଣ ବ୍ଲକ୍‌ କ୍ଷମତାର କେନ୍ଦ୍ର ଥିଲା, ଯେଉଁଠାରେ ଫାଇଲଗୁଡ଼ିକର କାମ ଶୀଘ୍ର ହୋଇ ଶାସନ ପ୍ରକ୍ରିୟା ବିସ୍ତାରିତ କରୁଥିଲା। ମୁଖ୍ୟ ମନ୍ତ୍ରଣାଳୟଗୁଡ଼ିକ ନବନିର୍ମିତ କର୍ତ୍ତବ୍ୟ ଭବନ କମ୍ପ୍ଲେକ୍ସକୁ ସ୍ଥାନାନ୍ତରିତ ହେବାରୁ ସେହି ପୁରୁଣା ଭୌଗୋଳିକ ସ୍ଥିତିକୁ ଜାଣିଶୁଣି ଭାଙ୍ଗି ଦିଆଯାଉଛି। ପ୍ରତିରକ୍ଷା, ଆଇନ ଏବଂ ନ୍ୟାୟ, କୃଷି, ଶିକ୍ଷା, ସୂଚନା ଓ ପ୍ରସାରଣ, ରସାୟନ ଓ ସାର ଏବଂ ସିବିଆଇ ସମେତ ୯ ମନ୍ତ୍ରଣାଳୟ ଏବଂ ବିଭାଗର ସ୍ଥାନାନ୍ତର ଶାସନର ଏକ ଉଦ୍ଦେଶ୍ୟମୂଳକ ପୁନଃ କ୍ରମକୁ ପ୍ରତିଫଳିତକରେ। ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ ହୋଇଥିବାରୁ ଦେଶର ଦୈନନ୍ଦିନ କାର୍ଯ୍ୟକୁ ନବନିର୍ମିତ ଏକ ସଚିବାଳୟକୁ ନିଆଯାଇଥିବାବେଳେ ଉତ୍ତର ଏବଂ ଦକ୍ଷିଣ ବ୍ଲକ୍‌ଗୁଡ଼ିକୁ ଐତିହ୍ୟ କେନ୍ଦ୍ର ଏବଂ ସଂଗ୍ରହାଳୟ ଭାବରେ ପୁନଃ ସ୍ଥାପନ କରାଯାଉଛି। ଆଧୁନିକ ଭିତ୍ତିଭୂମି, ସହଭାଗୀ ସୁବିଧା, ଶକ୍ତି ସଞ୍ଚୟ ଏବଂ ସମନ୍ବୟକୁ ଉନ୍ନତକରି ଏହା ଦିଲ୍ଲୀରେ ଦଶନ୍ଧି ଧରି ବିକ୍ଷିପ୍ତ ଭାବେ ରହିଥିବା କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟର ଅବ୍ୟବସ୍ଥାକୁ ହ୍ରାସକରିବ ବୋଲି ଆଶା କରାଯାଉଛି। ଏହା ଯୁକ୍ତିଯୁକ୍ତ ହୋଇପାରେ, କିନ୍ତୁ ଦୀର୍ଘଦିନ ହେଲା ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବ୍ୟବସ୍ଥିତ କରାଯାଇପାରିନାହିଁ। ମନ୍ତ୍ରଣାଳୟଗୁଡ଼ିକର ସ୍ଥାନାନ୍ତର ଉପଲବ୍ଧତା ଓ ପ୍ରଭାବର ଏକ ନୂତନ ବ୍ୟବସ୍ଥା ସୃଷ୍ଟି କରିଛି, ଯାହା ନୂତନ ସ୍ଥିତି ସହ ଶୀଘ୍ର ଖାପ ଖୁଆଇବାକୁ ଚାହୁଁଥିବା ଲୋକଙ୍କୁ ସମର୍ଥନ କରିବ। ତେବେ ଏହି ପଦକ୍ଷେପ କାର୍ଯ୍ୟକ୍ଷମତାର ଯଥାସମ୍ଭବ ସଙ୍କେତ ଦେଉଛି। ଏହା ପ୍ରଶାସନକୁ ପୁନଃ ପରିଭାଷିତ କରିବାର ଏକ ବ୍ୟାପକ ପ୍ରୟାସକୁ ପ୍ରତିଫଳିତ କରେ । ଏହା କୌଣସି ସୌନ୍ଦର୍ଯ୍ୟର ବିଷୟ ନୁହେଁ ବରଂ ଭାରତ କିପରି ନିଜକୁ ସଙ୍ଗଠିତ କରେ, ଶକ୍ତିର ସଙ୍କେତ ଦିଏ ଏବଂ ଶାସନ ପରିଚାଳନାକରେ ତାହାର ଏକ ପୁନଃ ବ୍ୟବସ୍ଥୀକରଣ।
ଦିଲ୍ଲୀରେ ଟ୍ରମ୍ପ୍‌ଙ୍କ ଲୋକ
ଭାରତ-ଆମେରିକା ସମ୍ପର୍କରେ ସୃଷ୍ଟି ହୋଇଥିବା ଏକ ଅପ୍ରୀତିକର ତଥା ବିବାଦୀୟ ସ୍ଥିତିରେ ସେର୍ଗିଓ ଗୋର୍‌ ନୂଆଦିଲ୍ଲୀକୁ ଆସିଛନ୍ତି।ଏଭଳି ସ୍ଥିତି ନିଶ୍ଚିତ ଭାବରେ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ କୂଟନୈତିକ ସୁରକ୍ଷାର ସମ୍ପର୍କକୁ ହଟାଇ ଦେଇଛି। କଠୋର ଶୁଳ୍କ ଲାଗୁ କରାଯିବା ଯୋଗୁ ସମ୍ପର୍କ କ୍ଷୁଣ୍ଣ ହେବା ସହ ବାଣିଜି୍ୟକ ବିବାଦ ତୀବ୍ର ହୋଇଛି। ଏହାସହ ପୁରୁଣା ରଣନୈତିକ ସହଭାଗିତା ଆହ୍ବାନପୂର୍ଣ୍ଣ ସ୍ଥିତି ଦେଇ ଗତିକରୁଛି। ଗୋର୍‌ କୌଣସି ପାରମ୍ପରିକ ଦୂତ ନୁହନ୍ତି ଯାହାଙ୍କୁ କେବଳ ଏବକାର ସ୍ଥିତିକୁ ସହଜ କରିବାକୁ ପଠାଯାଇଛି। ସେ ହେଉଛନ୍ତି ରାଜନୈତିକ, ବାଣିଜି୍ୟକ ସ୍ତରରେ ଟ୍ରମ୍ପ୍‌ଙ୍କ ନିକଟତର ବ୍ୟକ୍ତି ଏବଂ ଏକ ହ୍ବାଇଟ୍‌ ହାଉସ ସହ୍‌ ସମ୍ପୂର୍ଣ୍ଣ ଭାବରେ ଜଡ଼ିତ। ସେ କୂଟନୀତି ଉପରେ ଜୋର୍‌ ଦିଅନ୍ତି। ଏହା ଗୁରୁତ୍ୱପୂର୍ଣ୍ଣ କାରଣ ଭାରତ ଏବେ ବନ୍ଧୁତ୍ୱପୂର୍ଣ୍ଣ ତଥା ସହଯୋଗୀ ଭାବେ ନୁହେଁ ସନ୍ଦେହାତ୍ମକ ଭାବେ କାର୍ଯ୍ୟ କରୁଛି ଏବଂ ବିଶ୍ୱାସ କରୁଛି ଯେ ଚାପରେ କାମ କରୁଛି। ଫଳରେ ଭାରତର କାର୍ଯ୍ୟକଳାପରେ ପରିବର୍ତ୍ତନ ଘଟିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ)ର କର୍ମଚାରୀ ଏବଂ ବାଣିଜ୍ୟ, ଅର୍ଥ ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର ବାବୁମାନେ ଆଉ ନୀତି ନିରନ୍ତରତା କିମ୍ବା ସଦ୍ଭାବନାକୁ ଡିଫଲ୍ଟ ସେଟିଂ ଭାବରେ ଗ୍ରହଣ କରିପାରିବେ ନାହିଁ। ୱାଶିଂଟନର ପଦକ୍ଷେପଗୁଡ଼ିକ ବର୍ତ୍ତମାନ ଦୀର୍ଘକାଳୀନ ରଣନୀତି ଦ୍ୱାରା କମ୍‌ ଏବଂ ଘରୋଇ ରାଜନୀତି ଏବଂ ବୁଝାମଣା ଦୃଷ୍ଟିକୋଣ ଦ୍ୱାରା ଅଧିକ ପରିଚାଳିତ ହେଉଛି। ବାଣିଜ୍ୟରେ ଜଟିଳତା ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଆଲୋଚକମାନେ ଏବେ ଅଧିକ ତୀକ୍ଷ୍ଣ ପରିସ୍ଥିତି, ଦ୍ରୁତ ସମନ୍ବୟ ଏବଂ ଆମେରିକା ବଜାର ବାହାରେ ବିଶ୍ୱସନୀୟ ୍‌ବିକଳ୍ପ ପାଇଁ ଯୋଜନା କରିବାକୁ ପଡ଼ିବ। ଯଦି ଭାରତ ଶୀଘ୍ର ଏବଂ ରଣନୈତିକ ଭାବରେ ଅନୁକୂଳ ହୁଏ, ତେବେ ଅସ୍ଥିରତାକୁ ନିୟନ୍ତ୍ରଣ କରାଯାଇପାରିବ।
ସେଲ୍‌ ମୁଖ୍ୟଙ୍କୁ ନେଇ ଚର୍ଚ୍ଚା
ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଅମରେନ୍ଦୁ ପ୍ରକାଶ ତାଙ୍କ ଇସ୍ତଫାପତ୍ର ଦାଖଲକରି ବିଶ୍ୱସ୍ତରୀୟ ଇସ୍ପାତ ମହାକୁମ୍ଭରେ ଏକ ବରିଷ୍ଠ ପଦବୀ ପାଇଁ ନଜର ରଖିପାରନ୍ତି ବୋଲି ଏବେ ଆଲୋଚନା ହେଉଛି। ତଥାପି, ମନ୍ତ୍ରଣାଳୟର କେହି ଏହାକୁ ସାର୍ବଜନୀନ ଭାବରେ ସ୍ବୀକାର କରିବେ ନାହିଁ ଏବଂ ଏହା ହିଁ ସମସ୍ୟା। ପ୍ରକାଶ କୌଣସି ବିତ୍ତୀୟ ଅଧିକାରୀ ନୁହନ୍ତି। ସେ ଜଣେ ଅଭିଜ୍ଞ ଟେକ୍ନୋକ୍ରାଟ୍‌ ଯାହାଙ୍କର ଇସ୍ପାତ ଉତ୍ପାଦନରେ ଗଭୀର ଜ୍ଞାନ ଏବଂ ଏହି କ୍ଷେତ୍ରରେ ଦଶନ୍ଧିର ଅଭିଜ୍ଞତା ଅଛି। ତାଙ୍କ ନେତୃତ୍ୱ ଓ ନୀତିଗତ ଗତିଶୀଳତା ସେଲ୍‌କୁ ବିସ୍ତାରିତ କରିଥଲା ବୋଲି କୁହାଯାଏ। ତେବେ ତାଙ୍କୁ ନେଇ ହେଉଥିବା ଗୁଜବଗୁଡ଼ିକ ଯଦି ସତ୍ୟ ହୁଏ, ତେବେ ଏହା କିଛି ବଡ଼ ସଙ୍କେତ ଦେଇପାରେ ଯେ, ସରକାରୀ କ୍ଷେତ୍ରରୁ ବେସରକାରୀ କମ୍ପାନୀକୁ ପ୍ରତିଭାର ପଳାୟନ ଏକ ଧାରା ହୋଇଯାଉଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଯେତେବେଳେ ଶୀର୍ଷ ଅଧିକାରୀମାନେ ଅନ୍ୟତ୍ର ଭଲ ସୁଯୋଗ ପାଆନ୍ତି, ଯେତେବେଳେ ମନ୍ତ୍ରଣାଳୟଗୁଡ଼ିକ ସ୍ପଷ୍ଟତା ବଦଳରେ କଠୋର ଅମଲାତନ୍ତ୍ରି ପ୍ରତିକ୍ରିୟା ପ୍ରକାଶ କରନ୍ତି, ସେତେବେଳେ ଏହା ବଜାର, ପିଏସ୍‌ୟୁ ଏବଂ ଏପରିକି ବିଦେଶୀ ନିବେଶକମାନଙ୍କୁ ସୂଚିତ କରିଥାଏ ଯେ ଭାରତର ନେତୃତ୍ୱ ଧାରା ଅସ୍ଥିର। ତେବେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଏବଂ ତଦାରଖ ସମ୍ପର୍କରେ ନିଷ୍ପତ୍ତି ନେବାକୁ ପଡ଼ିବ, କିନ୍ତୁ ଦେଖାଯାଉଛି ମନ୍ତ୍ରଣାଳୟ ଯେପରି ଅସ୍ବୀକାର ଏବଂ ଗୁଜବ ନିୟନ୍ତ୍ରଣ ମଧ୍ୟରେ ଫସିରହିଛି।
Email: dilipcherian@gmail.com

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଜନତାଙ୍କ ସହ ହୋଲି ଖେଳି ଶୁଭେଚ୍ଛା ଜଣାଇଲେ ଏମ୍‌ପି-ଏମ୍‌ଏଲ୍‌ଏ

ପାଟଣା,୪ା୩(ବୀରକିଶୋର ଦାଶ): ରଙ୍ଗର ପର୍ବ ହୋଲି ଅବସରରେ ବୁଧବାର କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ଏମ୍‌ଏଲ୍‌ଏ ଅଖିଳ ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ା…

ଗଞ୍ଜାମରେ ଧୂମଧାମରେ ପାଳନ ହେଲା ହୋଲି :ସାମିଲ ହେଲେ ମହିଳା

ଗଞ୍ଜାମ,୪/୩(ବିଦ୍ୟାଧର ସାହୁ ):ସମଗ୍ର ଭାରତ ବର୍ଷରେ ପବିତ୍ର ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳିତ ହୋଇଛି। ୱାର୍ଡ…

ହୋଲିରେ କମିଲା ସୁନା! ୨୨k କିଣିବାକୁ GST ଓ ମେକିଂ ଚାର୍ଜ ବାଦରେ ଦେବେ କେତେ?

ନୂଆଦିଲ୍ଲୀ,୪।୩: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ, ସୁନା ଏବଂ ରୂପା ଉପରେ ଚାପ ପଡିଛି, ଯାହା ଫଳରେ ରେଟ କମ ହୋଇଛି । ଲଗାତାର…

ରୋ-କୋଙ୍କ ପ୍ଲାନ ୨୦୨୭, ଏହି ତାରିଖରେ କରିବେ କମ୍‌ବ୍ୟାକ୍‌, ଖେଳିବେ ଏତେଟା ଓ଼୍ବାନଡେ ମ୍ୟାଚ୍‌…

ନୂଆଦିଲ୍ଲୀ,୪।୩: ୨୦୨୬ ଟି୨୦ ବିଶ୍ୱକପ ପରେ, ଭାରତୀୟ କ୍ରିକେଟ ଦଳର ଧ୍ୟାନ ସମ୍ପୂର୍ଣ୍ଣ ଭାବରେ ୫୦ ଓଭର ଫର୍ମାଟକୁ ସ୍ଥାନାନ୍ତରିତ ହେବ। ଭାରତର ଦୁଇ ବଡ଼ ତାରକା,…

ଭାରତୀୟ ମହିଳା କ୍ରିକେଟ ଟିମ୍‌ଙ୍କୁ ଝଟ୍‌କା, ଦଳରୁ ହଠାତ୍‌ ବାହାରିଲେ ମ୍ୟାଚ୍‌ ଓ଼୍ବିନର୍‌

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆ ଗସ୍ତ କରୁଥିବା ଭାରତୀୟ ମହିଳା କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଲା ଯେତେବେଳେ ବରିଷ୍ଠ ପେସର ରେଣୁକା ସିଂହ ଠାକୁରଙ୍କୁ କାର୍ଯ୍ୟଭାର ପରିଚାଳନା…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

୧,୯୯,୭୦,୦୦,୦୦,୦୦,୦୦୦ ଆମେରିକାର ଯୁଦ୍ଧର ଖର୍ଚ୍ଚ, ଟ୍ରମ୍ପ କହିଲେ ଏତିକି ଦିନ ଯାଏ ଚାଲିବ ଯୁଦ୍ଧ

ଓ୍ବାଶିଂଟନ୍‌,୪।୩: ଆମେରିକା ପୁଣି ଥରେ ଯୁଦ୍ଧରେ ଜଡିତ। ଜୀବନ ଏବଂ ସମ୍ପତ୍ତି କ୍ଷତି ସହିତ, ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି। ରିପୋର୍ଟଗୁଡ଼ିକ ସୂଚିତ…

ଛାତ୍ରାବାସରୁ ୧୦ ଛାତ୍ର ହଷ୍ଟେଲରୁ ଫେରାର୍‌ ଘଟଣା: ଜଙ୍ଗଲରେ ରାତି ବିତାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଭୋର୍‌ରୁ ହେଲେ ଉଦ୍ଧାର

ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri