Advertisement
Posted inଜାତୀୟ

ରାଜ୍ୟପାଳଙ୍କ ବଦଳି ଦାବିକଲେ ଶିନ୍ଦେ ଗୋଷ୍ଠୀ

ମୁମ୍ବାଇ ,୨୧।୧୧: ଛତ୍ରପତି ଶିବାଜୀ ମହାରାଜାଙ୍କ ସମ୍ପର୍କରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଏବେ ତେଜିବାରେ ଲାଗିଛି। ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟକୁ ବଦଳି କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀର ବିଧାୟକ ସଞ୍ଜୟ ଗାଏକଓ୍ବାଡ଼ ସୋମବାର ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ରାଜ୍ୟପାଳ ମରାଠା ସାମ୍ରାଜ୍ୟ ପ୍ରତିଷ୍ଠାତାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଗତ ଶନିବାର କୋଶୟାରୀ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଶିବାଜୀଙ୍କୁ ପୁରୁଣା ଦିନର ଆଇକନ୍‌ ବୋଲି କହିଥିଲେ। ସେ ବାବାସାହେବ ଆମ୍ବେଡ୍‌କର ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ରାଜ୍ୟର ଆଇକନ୍‌ କହିବା ଫଳରେ ଏନ୍‌ସିପି ଏବଂ ଉଦ୍ଧବ ଠାକ୍‌ରେ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀରୁ ସମାଲୋଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ସିପିଆଇ(ଏମ୍‌) ନେତା ଶ୍ୟାମଲ ଚକ୍ରବର୍ତ୍ତିଙ୍କ ପରଲୋକ

କୋଲକାତା,୬।୮: ପଶ୍ଚିମବଙ୍ଗର ବରିଷ୍ଠ ସିପିଆଇ(ଏମ୍‌) ନେତା ଶ୍ୟାମଲ ଚକ୍ରବର୍ତ୍ତିଙ୍କର ଗୁରୁବାର ପରଲୋକ ହୋଇଛି। ସେ ଟ୍ରେଡ ୟୁନିୟନର ନେତା ଥିବା ସହ ରାଜ୍ୟ ପରିବହନ ମନ୍ତ୍ରୀ...

ସୀମାରେ କିଛି ବି ଘଟଣା ଘଟିଲେ ପାକିସ୍ତାନକୁ ଏହାର ପରିଣାମ ଭୋଗିବାକୁ ପଡିବ: ସେନା ମୁଖ୍ୟ

ନୂଆଦିଲ୍ଲୀ,୧୩।୮: ପାକିସ୍ତାନର ଧମକକୁ ନେଇ ଏବେ ମୁହଁ ଖୋଲିଛନ୍ତି ଭାରତର ସେନାମୁଖ୍ୟ ବିପିନ ରାଓ୍ବତ। ମୋଦି ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୦ ହଟାଇବା ପରେ ପାକିସ୍ତାନର...

ବିବାହରେ ବର ଭାଙ୍ଗିଲେ ଧନୁ

ସାରନ,୨୮।୬: ତ୍ରେତୟାଯୁଗରେ ଭଗବାନ ଶ୍ରୀରାମଙ୍କ ସ୍ବୟଂମ୍ବରରେ କଥା ସମସ୍ତେ ଜାଣିଥିବେ ଓ ଶୁଣିଥିବେ। କିନ୍ତୁ କଳିଯୁଗରେ ସ୍ବୟଂମ୍ବର ଆୟୋଜିତ ହେବା କଥା କେବେ ଶୁଣିଛନ୍ତି କି।...

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୩।୬: ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଯଥା ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ମୁମ୍ବାଇରେ ଭୁଶୁଡ଼ିଲା କୋଠାଘର

ମୁମ୍ବାଇ,୧୯।୮: ମୁମ୍ବାଇରେ ଶୁକ୍ରବାର ୪ମହଲା ବିଶିଷ୍ଟ ଏକ କୋଠାଘର ଭୁଶୁୁଡ଼ିପଡ଼ିଛି। ମହାନଗରର ବୋରିଭାଲି ପଶ୍ଚିମର ସାଇବାବା ନାଗରରେ ଥିବା ଏକ ୪ମହଲା କୋଠାଘର ଗୀତାଞ୍ଜଳି ଆପାର୍ଟମେଣ୍ଟ...

କ୍ଷୀରରେ ମିଶାଉଥିଲେ ମଇଁଷିକୁଣ୍ଡ ପାଣି: ଷ୍ଟିଙ୍ଗ୍‌ ଅପରେଶନ୍‌ରେ ପର୍ଦ୍ଦାଫାଶ୍‌

ହାଇଦ୍ରାବାଦ୍‌, ୨୨।୮: କ୍ଷୀରରେ ପାଣି ଏବଂ ଅନ୍ୟ ପଦାର୍ଥ ମିଶାଇବା କାର୍ଯ୍ୟ ତେଲଙ୍ଗାନାରେ ଜାରି ରହିଛି। ଏଭଳି ଅସାଧୁ ବ୍ୟବସାୟୀଙ୍କ ଯୋଗୁ ଲୋକେ ହଇରାଣ ହରକତ...

ଏଲ୍‌ଏସିରେ ଯବାନଙ୍କ ପାଇଁ ଉଷୁମ ଘର

ଲେହ,୧୮।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତୀୟ ଯବାନଙ୍କ ପାଇଁ ଉଷୁମ ଘର ନିର୍ମାଣ କରାଯାଇଛି। ଏଠାରେ ନଭେମ୍ବର ପରେ ପରେ ୪୦ ଫୁଟ ପର୍ଯ୍ୟନ୍ତ ତୁଷାରପାତ...

୨୪ ଘଣ୍ଟାରେ ସର୍ବାଧିକ ୧୭,୨୯୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ମୃତ୍ୟୁ ସଂଖ୍ୟା ୧୫ହଜାର ଟପିଲା

ନୂଆଦିଲ୍ଲୀ,୨୬।୬: ଦେଶରେ ଲକ୍‌ଡାଉନ୍‌ ଖୋଲିବାର ୨୫ ଦିନ ବିତିଯାଇଛି। ଇତି ମଧ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ...

Advertisement
Archives

Model This Week