ଉତ୍ପାତ କରୁଥିବା ହାତୀକୁ ଟ୍ରାଙ୍କୁଲାଇଜ କଲେ ବିଶେଷଜ୍ଞ ଟିମ୍‌

ମହାକାଳପଡ଼ା,୧ା୧୧ (ଡି.ଏନ୍‌.ଏ.): ଯାଜପୁର ଜିଲାରୁ ଆସିଥିବା ହାତୀଟି ଉତ୍ପାତ ଚଳାଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଗଡ଼ରୋମିତ ପଞ୍ଚାୟତର ସୋବଳାର  ଗହୀର ପାଟ ଚାଷ ଜମିରେ ହାତୀଟି ରବିବାର ସକାଳେ ପହଞ୍ଚତ୍ ଥିଲା। ଶେଷରେ ସନ୍ଧ୍ୟାରେ ନନ୍ଦନକାନନର ଟ୍ରାଙ୍କୁଲାଇଜର ବିଶେଷଜ୍ଞ ଟିମ୍‌ ହାତୀକୁ ଟ୍ରାଙ୍କୁଲାଇଜ କରିଛନ୍ତି।

ମହାକାଳପଡ଼ା ବ୍ଲକ ଅଞ୍ଚଳର ସୋବଳାରେ ହାତୀ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ବନ ବିଭାଗକୁ ଖବର ଦେଇଥିଲେ। ହାତୀକୁ ଦେଖିବାକୁ ଲୋକମାନେ ଜମା ହୋଇଥିଲେ। ଜମ୍ବୁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ବାଣ ଫୁଟାଇ ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଫଳରେ ହାତୀଟି ଗହୀର ମଧ୍ୟରେ ସ୍ଥିର ହୋଇ ରହିଥିଲା। ମାର୍ଶାଘାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଖବରପାଇ ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି, କଟକ ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ, ଏସିଏଫ୍‌ ଅଧୀର କୁମାର ବେହେରା, ଫରେଷ୍ଟର ବୈକୁଣ୍ଠ ବେହେରା, ଜମ୍ବୁ ବନାଞ୍ଚଳ ଅଧିକାରୀ ସାହାଜୀ ଚରଣ ବିଶ୍ୱାଳ, ବନ ବିଭାଗ କର୍ମଚାରୀ ପହଞ୍ଚତ୍ଥିଲେ। ରାଜନଗର ଡିଏଫ୍‌ଓ ପତିଙ୍କଠାରୁ ଖବରପାଇ ଭୁବନେଶ୍ୱର ନନ୍ଦନକାନନରୁ ହାତୀ ବିଶେଷଜ୍ଞ ଟିମ୍‌ ଓ ମାହୁନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରଥମେ ସ୍ଥିତି ଅନୁଧ୍ୟାନ କରିଥିଲେ। ସନ୍ଧ୍ୟାରେ ଚାଷ ଜମିରେ ଟ୍ରାଙ୍କୁଲାଇଜର ବିଶେଷଜ୍ଞ ରାମଚନ୍ଦ୍ର କାଣ୍ଡି ହାତୀକୁ ଟ୍ରାଙ୍କୁଲାଇଜ କରିଥିଲେ। ପରେ ନନ୍ଦନକାନନରୁ ଆସିଥିବା ମାହୁନ୍ତ ଚେନ ଦ୍ୱାରା ହାତୀ ଗୋଡକୁ ବାନ୍ଧି ଥିଲେ। ଜମିରେ ଏକ ଖୁମ୍ବ ପୋତି ହାତୀକୁ ସେଥିରେ ବନ୍ଧା ଯାଇଥିଲା। ଚାଷ ଜମିରୁ ହାତୀକୁ ସୋମବାର ସକାଳେ ଆଣି କଟକ କିମ୍ବା ନନ୍ଦନକାନନ ନେବାକୁ ଯୋଜନା ଚାଲିଥିବା ଜମ୍ବୁ ବନାଞ୍ଚଳ ଅଧିକାରୀ ବିଶ୍ୱାଳ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଅଞ୍ଚଳରୁ ଆସିଥିବା ହାତୀଟି କେନ୍ଦ୍ରାପଡ଼ା ଜିଲାର ଡେରାବିଶ, କଟକ ଜିଲା ନିଶ୍ଚିନ୍ତକୋଇଲି, ଜଗତ୍‌ସିଂହପୁର ଜିଲା ରଘୁନାଥପୁର, ତିର୍ତ୍ତୋଲ, ଏରସମା ଅଞ୍ଚଳରେ ବୁଲୁଥିଲା। ଏଥିମଧ୍ୟରେ ଚାଷ ଜମିରେ ବହୁ ଧାନ ଫସଲ ହାତୀ ନଷ୍ଟ କରିଥିଲା। ନିଶ୍ଚିନ୍ତକୋଇଲି କଟିକଟା ଅଞ୍ଚଳର ଜଣେ ବୃଦ୍ଧଙ୍କୁ ଗତ ବୁଧବାର ହାତୀ କଚାଡି ମାରିଥିଲା। ହାତୀ ଆକ୍ରମଣରେ ନିଶ୍ଚିନ୍ତକୋଇଲିର ୨ ଜଣ, ତିର୍ତ୍ତୋଲ ଅଞ୍ଚଳର ୨ ଜଣ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri