ଉତ୍ପାତ କରୁଥିବା ହାତୀକୁ ଟ୍ରାଙ୍କୁଲାଇଜ କଲେ ବିଶେଷଜ୍ଞ ଟିମ୍‌

ମହାକାଳପଡ଼ା,୧ା୧୧ (ଡି.ଏନ୍‌.ଏ.): ଯାଜପୁର ଜିଲାରୁ ଆସିଥିବା ହାତୀଟି ଉତ୍ପାତ ଚଳାଇଥିଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଗଡ଼ରୋମିତ ପଞ୍ଚାୟତର ସୋବଳାର  ଗହୀର ପାଟ ଚାଷ ଜମିରେ ହାତୀଟି ରବିବାର ସକାଳେ ପହଞ୍ଚତ୍ ଥିଲା। ଶେଷରେ ସନ୍ଧ୍ୟାରେ ନନ୍ଦନକାନନର ଟ୍ରାଙ୍କୁଲାଇଜର ବିଶେଷଜ୍ଞ ଟିମ୍‌ ହାତୀକୁ ଟ୍ରାଙ୍କୁଲାଇଜ କରିଛନ୍ତି।

ମହାକାଳପଡ଼ା ବ୍ଲକ ଅଞ୍ଚଳର ସୋବଳାରେ ହାତୀ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ବନ ବିଭାଗକୁ ଖବର ଦେଇଥିଲେ। ହାତୀକୁ ଦେଖିବାକୁ ଲୋକମାନେ ଜମା ହୋଇଥିଲେ। ଜମ୍ବୁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ବାଣ ଫୁଟାଇ ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଫଳରେ ହାତୀଟି ଗହୀର ମଧ୍ୟରେ ସ୍ଥିର ହୋଇ ରହିଥିଲା। ମାର୍ଶାଘାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଖବରପାଇ ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି, କଟକ ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ, ଏସିଏଫ୍‌ ଅଧୀର କୁମାର ବେହେରା, ଫରେଷ୍ଟର ବୈକୁଣ୍ଠ ବେହେରା, ଜମ୍ବୁ ବନାଞ୍ଚଳ ଅଧିକାରୀ ସାହାଜୀ ଚରଣ ବିଶ୍ୱାଳ, ବନ ବିଭାଗ କର୍ମଚାରୀ ପହଞ୍ଚତ୍ଥିଲେ। ରାଜନଗର ଡିଏଫ୍‌ଓ ପତିଙ୍କଠାରୁ ଖବରପାଇ ଭୁବନେଶ୍ୱର ନନ୍ଦନକାନନରୁ ହାତୀ ବିଶେଷଜ୍ଞ ଟିମ୍‌ ଓ ମାହୁନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରଥମେ ସ୍ଥିତି ଅନୁଧ୍ୟାନ କରିଥିଲେ। ସନ୍ଧ୍ୟାରେ ଚାଷ ଜମିରେ ଟ୍ରାଙ୍କୁଲାଇଜର ବିଶେଷଜ୍ଞ ରାମଚନ୍ଦ୍ର କାଣ୍ଡି ହାତୀକୁ ଟ୍ରାଙ୍କୁଲାଇଜ କରିଥିଲେ। ପରେ ନନ୍ଦନକାନନରୁ ଆସିଥିବା ମାହୁନ୍ତ ଚେନ ଦ୍ୱାରା ହାତୀ ଗୋଡକୁ ବାନ୍ଧି ଥିଲେ। ଜମିରେ ଏକ ଖୁମ୍ବ ପୋତି ହାତୀକୁ ସେଥିରେ ବନ୍ଧା ଯାଇଥିଲା। ଚାଷ ଜମିରୁ ହାତୀକୁ ସୋମବାର ସକାଳେ ଆଣି କଟକ କିମ୍ବା ନନ୍ଦନକାନନ ନେବାକୁ ଯୋଜନା ଚାଲିଥିବା ଜମ୍ବୁ ବନାଞ୍ଚଳ ଅଧିକାରୀ ବିଶ୍ୱାଳ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଅଞ୍ଚଳରୁ ଆସିଥିବା ହାତୀଟି କେନ୍ଦ୍ରାପଡ଼ା ଜିଲାର ଡେରାବିଶ, କଟକ ଜିଲା ନିଶ୍ଚିନ୍ତକୋଇଲି, ଜଗତ୍‌ସିଂହପୁର ଜିଲା ରଘୁନାଥପୁର, ତିର୍ତ୍ତୋଲ, ଏରସମା ଅଞ୍ଚଳରେ ବୁଲୁଥିଲା। ଏଥିମଧ୍ୟରେ ଚାଷ ଜମିରେ ବହୁ ଧାନ ଫସଲ ହାତୀ ନଷ୍ଟ କରିଥିଲା। ନିଶ୍ଚିନ୍ତକୋଇଲି କଟିକଟା ଅଞ୍ଚଳର ଜଣେ ବୃଦ୍ଧଙ୍କୁ ଗତ ବୁଧବାର ହାତୀ କଚାଡି ମାରିଥିଲା। ହାତୀ ଆକ୍ରମଣରେ ନିଶ୍ଚିନ୍ତକୋଇଲିର ୨ ଜଣ, ତିର୍ତ୍ତୋଲ ଅଞ୍ଚଳର ୨ ଜଣ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri