Categories: ଜାତୀୟ

ବାଲାଘାଟରେ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ପାଇଲଟ ମୃତ…

ଭୋପାଳ,୧୮।୩ : ମଧ୍ୟପ୍ରଦେଶରେ ବାଲାଘାଟରେ ଏକ ଟ୍ରେନର ଚାର୍ଟର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଶିକ୍ଷାର୍ଥୀ ପାଇଲଟ ଥିବାବେଳେ ଅନ୍ୟ ଜଣେ ଟ୍ରେନର ପାଇଲଟ ଅଛନ୍ତି।

ବାଲାଘାଟର କିରାନପୁର ଥାନା ଅଞ୍ଚଳର ଭକ୍କୁଟୋଲା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଖସିପଡ଼ିଥିଲା।

ଉଦ୍ଧାରକାରୀ ଦଳଙ୍କ ଅନୁସାରେ ଜଣେ ପାଇଲଟଙ୍କ ମୃତଦେହ ମିଳିଥିବାବେଳେ ଅନ୍ୟ ଜଣଙ୍କର ମୃତଦେହ ଖୋଜା ଚାଲିଛି। ଅତିରିକ୍ତ ପୋଲିସ ନିର୍ଦ୍ଦେଶକ ଆଦିତ୍ୟ ମିଶ୍ରାଙ୍କ ଅନୁସାରେ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାର ତଦନ୍ତ ଜାରି ରହିଛି। କେଉଁ କାରଣରୁ ଏଭଳି ଘଟିଲା ସେନେଇ ଅନୁସନ୍ଧାନ ଆରମ୍ଭ ହୋଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଟ୍ରେନର ଚାର୍ଟର ବିମାନଟି ମହାରାଷ୍ଟ୍ରର ଗୋନ୍ଦିଆ ଜିଲାରେ ପରିଚାଳିତ ହେଉଥିବା ଏକ ଫ୍ଲାଇଂ ସ୍କୁଲର।

Share