୧୦ ଦଫା ଦାବିରେ ସଚେତନ ନାଗରିକ ମଞ୍ଚର ଧାରଣା; କେସିଙ୍ଗାରୁ ଭୁବନେଶ୍ୱରରୁ ଟ୍ରେନ୍‌ ଚଳାଚଳ ସହ…

କେସିଙ୍ଗା,୧୮।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୦ଦଫା ଦାବି ନେଇ କେସିଙ୍ଗା ସଚେତନ ନାଗରିକ ମଞ୍ଚ ତରଫରୁ ଧାରଣା ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସହର ସ୍ଥିତ ପୁରୁଣା ଷ୍ଟେଟ ବ୍ୟାଙ୍କ(ରାଜୀବ ଗାନ୍ଧୀ) ଛକ ଠାରେ ଅନୁଷ୍ଠାନର ସଭାପତି ଉତ୍ତର କୁମାର ମହଲାଙ୍କ ନେତୃତ୍ୱରେ ବୁଧବାରଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ଧାରଣା ଦିଆଯାଇଛି । କେସିଙ୍ଗା ସଚେତନ ନାଗରିକ ମଞ୍ଚ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ଅଞ୍ଚଳବାସୀ ସମର୍ଥନ ଜଣାଇଛନ୍ତି । ଏପରିକି ଧାରଣାରେ ଅନେକ ସଙ୍ଗଠନର କର୍ମକର୍ତ୍ତା ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, କେସିଙ୍ଗା ଅଞ୍ଚଳର ବିକାଶକୁ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସରକାରଙ୍କ ନିକଟରେ ପ୍ରମୁଖ ୧୦ ଗୋଟି ଦାବି ଉପସ୍ଥାପନ କରାଯାଇଛି । ଦୀର୍ଘ ୪୦ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା କୋଣାର୍କ ସୂତାକଳର ପୁନଃରୁଦ୍ଧାର ଓ କାର୍ଯ୍ୟକ୍ଷମ କରାଯିବାକୁ ନେଇ ସଚେତନ ନାଗରିକ ମଞ୍ଚ ପ୍ରଥମ ଦାବି ଉପସ୍ଥାପନ କରିଛି।କେସିଙ୍ଗା ରେଲୱେ ଷ୍ଟେଶନ ଠାରୁ ରାଜଧାନୀ ଭୁବନେଶ୍ବରକୁ ଦୈନିକ ସିଧାସଳଖ ଟ୍ରେନ ସୁବିଧା, ସହରରେ ଟ୍ରାଫିକ ବ୍ୟବସ୍ଥାରେ ନିୟନ୍ତ୍ରଣ ଓ ସହର ଉପକଣ୍ଠ ଦେଇ କନ୍ତେଶିର ଠାରୁ ଯୋଲକୋ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ, କେସିଙ୍ଗା ସହରକୁ ମ୍ୟୁନିସିପାଲଟି ମାନ୍ୟତା ପ୍ରଦାନ କରିବାକୁ ନାଗରିକ ମଞ୍ଚ ଦାବି ରଖିଛି।

ସେହିପରି ବାଲସି, ପରଲସିଙ୍ଗା ଓ ସିରୋଲ ପଞ୍ଚାୟତକୁ ନେଇ ବୃହତ ଉଠା ଜଳସେଚନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା, ସହରର ମଧ୍ୟଭାଗରେ ଥିବା ବୁଢ଼ାଡଙ୍ଗର ପାହାଡ଼ର ସୁରକ୍ଷା, ସୌନ୍ଦର୍ଯ୍ୟ କରଣ କରିବା ସହ ୱାର୍ଡ ନମ୍ବର ୧୦,୧୧ ଏବଂ ୧୨ ଅଞ୍ଚଳର ଲୋକଙ୍କ ପାଇଁ ଆବାସର ବ୍ୟବସ୍ଥା କରିବାକୁ ନାଗରିକ ମଞ୍ଚ ଦାବି କରାଯାଇଛି। ଏତଦ୍‌ବ୍ୟତିତ କେସିଙ୍ଗାଠାରେ ଥିବା ରେଲୱେ ମେଲ ସର୍ଭିସ୍‌କୁ ବଲାଙ୍ଗୀରକୁ ସ୍ଥାନାନ୍ତରଣ ବାତିଲ, ସହରର ମଧ୍ୟ ଭାଗରେ ରହିଥିବା ତେଲ, ରେତ ଏବଂ ସୁନ୍ଦର ନଦୀର ସଙ୍ଗମ ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ରୂପେ ଘୋଷଣା କରିବାକୁ ଦାବି କରାଯାଇଛି। କେସିଙ୍ଗା-ଭବାନୀପାଟଣା ରେଳ ଲାଇନ୍‌କୁ ଯଥାକ୍ରମେ କାର୍ଯ୍ୟକାରୀ କରାଯିବ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସରକାରଙ୍କଠାରେ ଦାବି ଉପସ୍ଥାପନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri