ମଇଁଷି ପଲ ଉପରେ ଚଢିଗଲା ଟ୍ରେନ : ୩୧ ମଇଁଷି ମୃତ

ଢେଙ୍କାନାଳ ଅଫିସ, ୨୭।୧୧-ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୧୧ରେ ଛାତିଥରା ଦୁର୍ଘଟଣା ଘଟିଛି। ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଧକ୍କାରେ ୩୧ ମଇଁଷିଙ୍କ ମୃତ୍ୟୁ ଘଟିଛି। ମଇଁଷି ମୃତଦେହ ରେଳଧାରଣା ଉପରେ ପଡ଼ି ରହିବାରୁ ପ୍ରାୟ ୪୦ ମିନିଟ୍‌ ଧରି ଟ୍ରେନ୍‌ ଅଟକି ରହିଥିଲା। ରେଳ କର୍ମଚାରୀ ପହଞ୍ଚତ୍ ମଇଁଷିଙ୍କୁ ହଟାଇବା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା।
ସୂଚନାଯୋଗ୍ୟ, ଗୋବିନ୍ଦପୁର ଗ୍ରାମର ସନ୍ତୋଷ ସ୍ବାଇଁ ନାମକ ଜଣେ ଚାଷୀ ଋଣ କରି ମଇଁଷି ପାଳିଥିଲେ। ସବୁଦିନ ଭଳି ଶୁକ୍ରବାର ସକାଳେ ସେ ମଇଁଷି ପଲକୁ ଚରାଇବାକୁ ଘର ନିକଟ ଜଙ୍ଗଲକୁ ନେଇଥିଲେ। ମଇଁଷିଙ୍କୁ ଚରାଇ ଘରକୁ ଆଣୁଥିବାବେଳେ ଏକ ଛୁଆ ମଇଁଷି ପଲରୁ ବାହାରି ଯୋରନ୍ଦାରୋଡ୍‌ ଷ୍ଟେଶନ ମନ୍ଦିର ନିକଟ ରେଳ ଧାରଣା ଉପରକୁ ପଳାଇ ଆସି ରଡ଼ି କରିଥିଲା। ଏହାକୁ ଦେଖି ମା’ ମଇଁଷି ମଧ୍ୟ ବୋବାଇଥିଲା। ଫଳରେ ପୂରା ପଲ ରେଳ ଧାରଣା ଉପରକୁ ଉଠି ଆସିଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଇଣ୍ଟରସିଟି ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଟ୍ରେନ୍‌ ଧକ୍କା ଏତେ ଜୋର୍‌ ଥିଲା ଯେ, ଧାରଣା ସମେତ ନିକଟବର୍ତ୍ତୀ ଅଞ୍ଚଳରେ ମଇଁଷିଗୁଡ଼ିକ ଛିଟିକି ପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ସନ୍ତୋଷଙ୍କ ୨୯ ଏବଂ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କ ୨ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ୨ଟି ଗୁରୁତର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri