ଟ୍ରେନ୍‌ ଲାଇନ୍‌ଚ୍ୟୁତ: ୨୧ ମୃତ

ତେହରାନ୍‌, ୯ା୬: ପୂର୍ବ ଇରାନ୍‌ ତବାସ୍‌ ସହର ନିକଟରେ ବୁଧବାର ଏକ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହୁରି ୪୭ ଜଣ ଆହତ ହୋଇଛନ୍ତି। ଟ୍ରେନ୍‌ରେ ୩୫୦ ଯାତ୍ରୀ ରହିଥିଲେ। ରାଜଧାନୀ ତେହରାନ୍‌ଠାରୁ ପ୍ରାୟ ୫୫୦ କିଲୋମିଟର ଦୂରରେ ଥିବା ତବାସ୍‌ ସହରରୁ ଏହା ୟାଜ୍‌ଦ ସହରକୁ ଯାଉଥିଲା। ହେଲେ କିଛି ବାଟ ଯିବା ପରେ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରାକ୍‌ରେ ଏକ ଏକ୍ସକାଭେଟର ସହ ପିଟି ହୋଇ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Share