ନାଇଜେରିଆର ଲାଗୋସରେ ଟ୍ରେନକୁ ଧକ୍କା ଦେଲା ଯାତ୍ରୀବାହି ବସ, ୬ ମୃତ ଅନେକେ ଆହତ

ଲାଗୋସ,୧୦ ।୩: ନାଇଜେରିଆର ଲାଗୋସରେ ଗୁରୁବାର ଏକ ଟ୍ରେନକୁ ଏକ ଯାତ୍ରୀବାିଂ ବସ ଧକ୍କା ଦେବା ଫଳରେ ବଡ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି, ଏହାସହ ଡଜନେରୁ ଅଧିକ ଆହତ ହୋଇଛନ୍ତି । ଲାଗୋସ ଷ୍ଟେଟ ଏମରଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସି ଏହି ସୂଚନା ଦେଇଛି ।
ନାଇଜେରିଆର ରାଷ୍ଟ୍ରୀୟ ଆପାତକାଳୀନ ପ୍ରବନ୍ଧନ ଏଜେନ୍ସିର ମୁଖ୍ୟ ଇବ୍ରାହିମ ଫାରିନଲୋୟ କହିଛନ୍ତି, ବସଟି ସରକାରୀ କର୍ମଚାରୀଙ୍କୁ ନେଇ ଯାଉଥିଲା ଏହି ସମୟରେ ଏହା ଇଣ୍ଟରସିଟି ଟ୍ରେନ ସହ ଧକ୍କା ହୋଇଥିଲା । ସେ କହିଛନ୍ତି ଏବେ ପର୍ଯ୍ୟନ୍ତ ଏହି ଘଟଣାରୁ ୮୪ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ହସ୍ପିଟାଲରେ ମୃତ ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି । ସମସ୍ତ ମୃତକ ଓ ଆହତମାନେ ବସରେ ଥିଲେ । ଟ୍ରେନ ଯାତ୍ରୀଙ୍କୁ କୌଣସି ଆଘାତ ଲାଗିନାହିଁ ।

Share