ଆଜି କେନ୍ଦୁଝର ବନ୍ଦ, ଗଡ଼ିବନି ଟ୍ରେନ୍‌-ବସ୍‌

କେନ୍ଦୁଝର,୧୮ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଖଣିରୁ ଗୁହାଳଡିହି ସାଇଡିଂକୁ ରେଳ ସଂଯୋଗ ପ୍ରତିବାଦରେ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର ୨୪ ଘଣ୍ଟିଆ କେନ୍ଦୁଝର ଜିଲା ବନ୍ଦ ଓ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ଏହି ସାଇଡିଂ ହେଲେ ହଜାର ହଜାର ଟ୍ରକ୍‌ ମାଲିକ କାମ ହରାଇବେ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ବ୍ୟବସାୟ ଉପରେ ନିର୍ଭର ଲକ୍ଷାଧିକ ପରିବାର କ୍ଷତିଗ୍ରସ୍ତ ହେବେ।

ଏଣୁ ଏହି ରେଳ ଲାଇନ ନିର୍ମାଣକୁ ବିରୋଧ କରି ବନ୍ଦ ଡାକରା ଦେବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଓ ରେଳରୋକୋ ଆରମ୍ଭ କରିଛନ୍ତି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଯାତ୍ରୀବାହୀ ଓ ମାଲ୍‌ବାହୀ ଟ୍ରେନ ଚଳାଚଳ ଠପ୍‌ ହୋଇଯାଇଛି। ରାସ୍ତାରେ ମାଲ୍‌ ପରିବହନ ବନ୍ଦ ରହିଛି। ବସ୍‌ ବନ୍ଦ ଯୋଗୁ ଯାତ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି। ଦୋକାନ ବଜାର, ଅଫିସ ବନ୍ଦ ରହିଥିବା ବେଳେ ପେଟ୍ରୋଲ ପମ୍ପ୍‌ ମଧ୍ୟ ବନ୍ଦ ଥିବା ସୂଚନା ମିଳିଛି।