ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଶିଶୁ ପର୍ଯ୍ୟଟକ ଟୟ ଟ୍ରେନର ମଜା ନେଉଥିବା ବେଳେ ହଠାତ ଟ୍ରେନର ପଛ ବଗିଟି ଟ୍ରାକରୁ ବାହାରିଯାଇଥିଲା ତେବେ ଅପରେଟରଙ୍କ ଉପସ୍ଥିତ ବୁଦ୍ଧି ଓ ଟ୍ରେନ ଚାଲିବା ସମୟରେ ଟ୍ରେନ ଉପରେ କଡା ନଜର ରଖିଥିବାରୁ ସେ ତୁରନ୍ତ ଟ୍ରେନକୁ ଅଟକାଇବାରେ ସଫଳ ହୋଇଥିଲେ। କାହାରି କିଛି କ୍ଷତି ହୋଇ ନ ଥିବା କୁହାଯାଇଛି। ତେବେ ଉକ୍ତ ଟ୍ରେନକୁ ମରାମତି କରାଯାଇ ପୁନଃ ଟ୍ରେନ ଗଡ଼ିଥିବା ହିଲଭିୟୁ ପାର୍କର ପରିଚାଳକ ଯୁବରାଜ ଅଧିକାରୀ କହିଛନ୍ତି। ଏବେ ପୁଣି ଶିଶୁ ପର୍ଯ୍ୟଟକ ଟୟ ଟ୍ରେନର ମଜା ନେଉଥିବା ସେ କହିଛନ୍ତି।
Dharitri – Odisha’s No.1 Odia Daily


