୩୦ ଫୁଟ ପୋଲ ତଳକୁ ଖସିଲ ଟ୍ରେଲର, ଚାଳକ ଗୁରୁତର

ଜମନକିରା,୯।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ୫୩ ପିଠାମାରେନ ପୋଲରେ ଏକ ଟ୍ରେଲର ରେଜିଷ୍ଟେଶନ ନ.(ଏଲଏଲ ୦୧ ଏନ ୮୫୫୯) ଦୁର୍ଘଟଣାଗ୍ରସ୍ଥ ହୋଇଛି। ନିୟନ୍ତ୍ରଣ ହରାଇ ଟ୍ରେଲରଟି ପୋଲର ୩୦ ଫୁଟ ତଳକୁ ଖସି ପଡିଥିଲା। ଏଥିରେ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଚାଳକଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ଜମନକିରା ଥାନାରେ ଏକ ଦୁଘଟଣା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି। ଟ୍ରେଲରଟି କୋଲକାତାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ରବିବାର ସକାଳୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେଲରରେ ବଡ଼ ବଡ଼ ଲୁହା ପାଇପ ବୋଝେଇ ହୋଇଥିବା ବେଳେ ଦୁର୍ଘଟଣା ପରେ ପାଇପ ସବୁ ଛିନଛତ୍ର ହୋଇ ନାଳ ମଧ୍ୟରେ ବିଛେଇ ହୋଇ ପଡିଥିବା ଦେଖାଯାଇଛି। ଟ୍ରେଲରଟି ସମ୍ପୂର୍ଣ ଭାଙ୍ଗି ଯାଇଛି।