ଟ୍ରେଲର-ଆମ୍ବୁଲାନ୍ସ ମୁହାଁମୁହିଁ, ଚାଲିଗଲା ୨ ଜୀବନ

ବାହାନଗା,୧୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୧୬ନଂ. ଜାତୀୟ ରାଜପଥର ଦାଣ୍ଡକାଳୀ ନିକଟରେ ସକାଳେ ଏକ ଟ୍ରେଲର ଓ ଆମ୍ବୁଲାନ୍ସ ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରରୁ କୋଲକାତା ଫେରୁଥିବା ଏକ ଆମ୍ବୁଲାନ୍ସ (ଡବ୍ଲ୍ୟୁବି-୨୯-ଏ-୮୮୬୭) ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ସମ୍ମୁଖ ପଟୁ ଆସୁଥିବା ଟ୍ରେଲର (ଏନ୍‌ଏଲ୍‌-୦୨-କେ-୫୪୩୭)କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭର ମୃତ୍ୟୁବରଣ କରିଥିବା ବେଳେ ଆମ୍ବୁଲାନ୍ସର ହେଲ୍‌ପର ହସ୍ପିଟାଲ ନେବା ବାଟରେ ମୃତ୍ୟୁବରଣ କରିଛି। ଦୁର୍ଘଟଣାଗ୍ରସ୍ତ ଟ୍ରେଲରଟି ରାସ୍ତା ପାଶ୍ୱର୍ର୍ ଦୋକାନ ମଧ୍ୟରେ ପଶିଯାଇଥିଲା। ଟ୍ରେଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ମୃତ ଡ୍ରାଇଭର ଓ ହେଲ୍‌ପରର ଏପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ।