କଳାହାଣ୍ଡିରୁ ଆସିଲା ଦୁଃଖଦ ଘଟଣା: ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ଜୀବନ ଗଲା

ଭବାନୀପାଟଣା,୨୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ.ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଗ୍ରାମରୁ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ବେଳେ
ଶ୍ୱାସ ରୁଦ୍ଧ ହୋଇ ୬ ଜଣକର ମୃତ୍ୟୁ ହୋଇଛି। ସେମାନେ ହେଲେ ହେଲେ ଉକ୍ତ ଗ୍ରାମର ନିମାଇଁ ପାଲ(୪୮) ତାଙ୍କ ପୁଅ ଆକାଶ ପାଲ (୨୮) ସହଯୋଗୀ ଶ୍ରମିକ ଅଦଲ ମାଝୀ (୫୫),ମାଟୋଗଣ୍ଡା ଗାଁର ମନୋ ରଞ୍ଜନ ହାତୀ (୨୭), ଦୁଟା ଗାଁର ଛନ୍ଦା ଜାଲ, ବିପୁଲ ଜାଲ ବୋଲି ଜଣାପଡିଛି।

ସେହିପରି ଗୁରୁତର ଜଣକ ହେଲେ ହାତୀଖୋଜ ଗାଁର ପଙ୍କଜ ଯାନୀ (୩୨) ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ ରାମପୁର ମେ ଭବାନୀପାଟଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

Dharitri – Odisha’s No.1 Odia Daily

 

Share