ଗ୍ୟାସ୍‌ ସିଲିଣ୍ଡରରେ ଗଞ୍ଜେଇ ଚାଲାଣ ୨୭ କେଜି ଗଞ୍ଜେଇ, ୨ ଗାଡ଼ି ଜବତ, ୩ ଗିରଫ

ବ୍ରହ୍ମପୁର ଅଫିସ,୧୩।୩: ଅବକାରୀ ଗୋଇନ୍ଦା ପୋଲିସ ଶନିବାର ପୃଥକ ଭାବେ ଦୁଇଟି ଗାଡି ଓ ଗୋଟିଏ ଯାତ୍ରୀବାହୀ ବସ୍‌ରୁ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ କନ୍ଧମାଳରୁ ଭଞ୍ଜନଗର ହୋଇ ବ୍ରହ୍ମପୁର ଚାଲାଣ ହେଉଥିବା ଖବର ପାଇ ଏକ ଟିମ୍‌ ଦୁର୍ଗାପ୍ରସାଦ ନିକଟରେ ଜଗି ରହିଥିଲା। ଅବକାରୀ ପୋଲିସ ପ୍ରଥମେ ସ୍କୁଟି(ନଂ ଓଡି୦୨ସିଡି୮୨୪୯)କୁ ଅଟକାଇ ସେଥିରେ ଥିବା ଏକ ଗ୍ୟାସ୍‌ ସିଲିଣ୍ଡରକୁ ଯାଞ୍ଚ କରିଥିଲା। ଉକ୍ତ ସିଲିଣ୍ଡରକୁ କାଟି ଦେଖିବା ବେଳେ ସେଥିରେ ୭କେଜି ଗଞ୍ଜେଇ ରହିଥିବା ଜଣାପଡିଥିଲା। ଏହାକୁ ଆଣୁଥିବା ପୁରୀ ଜିଲା ପିପିଲି ଅଞ୍ଚଳର ଜଗନ ବେହେରା(୩୦)ଙ୍କୁ ମାମଲା ନମ୍ବର ୧୦୧୯/୨୨-୨୩ରେ ପୋଲିସ ଗିରଫ କରିଛି। ତାଙ୍କ ସୂଚନାକୁ ଆଧାରକରି ପରେ ପୋଲିସ ସେଠାରେ ଏକ ବାଇକ୍‌ (ନଂ ଓଡି୨୧ ଡି ୬୫୬୪)କୁ ଅଟକାଇ ଯାଞ୍ଚକରି ସେଥିରୁ ୧୫କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏଥିରେ ସମ୍ପୃକ୍ତ ଜଗତ୍‌ସିଂହପୁର ନିବାପାଟଣାର ମନୋଜ କୁମାର ସାହୁ(୪୫)ଙ୍କୁ ନଂ.୧୦୨୦/୨୨-୨୩ରେ ଗିରଫ କରିଛି। ସେହିପରି ଆସଥିବା ଏକ ଯାତ୍ରୀବାହୀ ବସ୍‌କୁ ସେଠାରେ ଅଟକାଇ ଜଣେ ଯୁବକଙ୍କ ବ୍ୟାଗ ଯାଞ୍ଚ କରିଥିଲା। ଉକ୍ତ ବ୍ୟାଗରୁ ୫କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ମାମଲା ନମ୍ବର ୧୯୨୧/୨୨-୨୩ ରେ କନ୍ଧମାଳ ଜିଲା ବାଲିଗୁଡାର ସୁଦର୍ଶନ ଦିଗାଲଙ୍କୁ ଗିରଫ କରାଯାଇଛି। ଟିମ୍‌ରେ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଏଏସ୍‌ଆଇ ବ୍ରଜ ବିହାରୀ ନାୟକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri