ସୁଧୁରୁନି ସହରର ଟ୍ରାଫିକ ବ୍ୟବସ୍ଥା

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୂଆବସ୍‌ଷ୍ଟାଣ୍ଡଠାରୁ ଟ୍ରାଫିକ ଛକ, ପଲ୍ଲା ଛକ, ଖୋର୍ଦ୍ଧା-ନୟାଗଡ଼ ରାସ୍ତାର ମୁକୁନ୍ଦପ୍ରସାଦଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ମୁଣ୍ଡବ୍ୟଥା ବଢାଉଛି। ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ରାସ୍ତା ଜାମ୍‌ ଯୋଗୁ ଯାତାୟତ କରିବା କଷ୍ଟକର ହୋଇପଡୁଛି। ମୁକୁନ୍ଦପ୍ରସାଦଠାରୁ ମାରୱାଡି ପଟି, ଟ୍ରାଫିକ ଛକ, ପୁରୁଣା ବସଷ୍ଟାଣ୍ଡ ଛକ, ପେଟ୍ରୋଲ ପମ୍ପ ଛକ ଓ ଟ୍ରାଫିକ ଛକରେ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହୋଇପଡୁଛି। ପେଟ୍ରୋଲ ପମ୍ପଠାରୁ ମାରୱାଡ଼ି ପଟି ରାସ୍ତା ସଙ୍କୁଚିତ ହୋଇରହିଛି। ଅନ୍ୟପଟେ ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ ପାର୍କିଂ ଏବଂ ଦୋକାନ ବଜାର ଯୋଗୁ ରାସ୍ତା ସଙ୍କୁଚିତ ହେଉଛି। ରାଜନୈତିକ ଇଚ୍ଛାଶକ୍ତି ଏବଂ ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ଖୋର୍ଦ୍ଧା ସହରକୁ କ୍ୟାବିନମୁକ୍ତ ଅଭିଯାନ ସରକାରୀ କାଗଜକଲମରେ ସୀମିିତ ହୋଇରହିଛି।
ପୁରୁଣା ବସଷ୍ଟାଣ୍ଡଠାରେ ନୟାଗଡ଼ ପଟୁ ଆସୁଥିବା ବସ୍‌ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି। ବସ୍‌ଷ୍ଟାଣ୍ଡରେ ପାର୍କିଂ ସୁବିଧା ନ ଥିବାରୁ ରାସ୍ତା ଉପରେ ଯାତ୍ରୀ ଉଠାଇବା ଲାଗି ବସ୍‌ଗୁଡିକ ଠିଆ ହୋଇରହୁଛି। ଫଳରେ ନୟାଗଡ଼ ରୋଡ୍‌ରେ ଭିଡ଼ ହେଉଛି। ପର୍ବପର୍ବାଣି ସମୟରେ ଏତେ ଭିଡ଼ ହେଉଛି ଯେ, ମେଡିକାଲରୁ ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ମଧ୍ୟ ଫସିଯାଉଛି। ଉଭୟପଟୁ ଯାନବାହନ ଏକ କିମି ପର୍ଯ୍ୟନ୍ତ ଲମ୍ବାଧାଡ଼ିରେ ଅଟକି ରହୁଥିବା ଦେଖିବାକୁ ମିଳୁଛି। ଏହି ରାସ୍ତା ପାର୍ଶ୍ୱରେ ମେଡିକାଲ, ବନବିଭାଗ କାର୍ଯ୍ୟାଳୟ, ଘରୋଇ ଶିକ୍ଷାନୁଷ୍ଠାନ, ୨ଟି ଶପିଙ୍ଗ ମଲ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ, ମୁଖ୍ୟ ଡାକଘର, ଶତାଧିକ କ୍ୟାବିନ୍‌ ଘେରି ରହିଛି। କ୍ୟାବିନ୍‌ ହଟାଇବା ଲାଗି ବାରମ୍ବାର ଦାବି ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହି ରାସ୍ତା ଦେଇ ସକାଳ ସମୟରେ ନୟାଗଡ଼ଠାରୁ ଭୁବନେଶ୍ୱରକୁ ଦୈନିକ ଶତାଧିକ ଘରୋଇ ବସ୍‌ ଯାତାୟତ କରୁଛି। ଯାତ୍ରୀ ଉଠାଇବା ଓ ଓହ୍ଳାଇବା ଲାଗି ବସ୍‌ଗୁଡିକ ଖୋର୍ଦ୍ଧା କ୍ଲବ, ପୁରୁଣା ବସଷ୍ଟାଣ୍ଡ ନିକଟରେ ଅଟକି ରହୁଛି। ପୁରୁଣା ବସ୍‌ଷ୍ଟାଣ୍ଡରେ ହଳଦିଆ, ଗଡମାଣିତ୍ରୀ, ଜଟଣୀ ପ୍ରଭୃତି ଅଞ୍ଚଳକୁ ମିନି ବସ, କ୍ୟାଣ୍ଟର ଚଳାଚଳ କରୁଛି। ଏହି ଗାଡ଼ିଗୁଡିକ ମଧ୍ୟ ଯାତ୍ରୀଙ୍କୁ ଅପେକ୍ଷା କରି ରହୁଛନ୍ତି। ଅନ୍ୟପଟେ ମୁଖ୍ୟ ଡାକଘର ନିକଟ ଗଳି ଗୁରୁଜଙ୍ଗଠାରୁ କେରଙ୍ଗ, ହଳଦିଆ, ଟାଙ୍ଗିଆପଡା ପ୍ରଭୃତି ଗ୍ରାମକୁ ଯିବା ଲାଗି ଏକ ମାତ୍ର ରାସ୍ତା ରହିଛି। ଫଳରେ ସବୁ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି। ସେହିପରି ଟ୍ରାଫିକ ଛକ ନିକଟରେ ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ, ଟାଉନ ଥାନା, ଉପଜିଲାପାଳ କାର୍ଯ୍ୟାଳୟ ଓ ତହସିଲ ଅଫିସ ସମେତ ସମବାୟ ବ୍ୟାଙ୍କ ନିକଟରେ ପୌର ପରିଷଦ କାର୍ଯ୍ୟାଳୟ ରହିଛି। ଟ୍ରାଫିକ ଛକଠାରୁ ସମବାୟ ଛକ ଓ ସେଠାରୁ ପୁରୁଣା ମେଡିକାଲ ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ଦୋକାନ ରହିଛି। ଫଳରେ ସବୁ ସମୟରେ ଗ୍ରାହକଙ୍କ ଭିଡ଼ ରହୁଛି। କୋର୍ଟ ଛକ, ହାବେଳି ପଡ଼ିଆ ଏବଂ ନୂଆବସଷ୍ଟାଣ୍ଡ ରାସ୍ତାରେ ବାଇକ ପାକିଂ ଯୋଗୁ ଯାତାୟତରେ ବାଧା ସୃଷ୍ଟି ହେଉଛି। ବ୍ୟାଙ୍କ ଛକଠାରୁ ନୂଆବସ୍‌ଷ୍ଟାଣ୍ଡ ମଧ୍ୟରେ ଗୋଟିଏ ପାର୍ଶ୍ୱରେ ବହୁତଳ ଶପିଙ୍ଗ୍‌ ମଲ, ଘରୋଇ ବ୍ୟାଙ୍କ, ବିଭିନ୍ନ ଦୋକାନ ରହିଛି। ଫଳରେ ଏଠାରେ ଗହଳି ହେଉଛି। ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ରହିଛି ୧୬ ନଂ ଜାତୀୟ ରାଜପଥ। ସହରର ପ୍ରବେଶ ପଥ ହୋଇଥିବାରୁ ବ୍ରହ୍ମପୁର ପଟୁ ନୟାଗଡ଼, ବଲାଙ୍ଗୀରକୁ ଘରୋଇ ବସ, ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ଯାତାୟାତ କରିଥାଏ। ପଲ୍ଲାତୋଟାପଡା ଦେଇ ଇସ୍କନ ମନ୍ଦିର ଛକ ଦେଇ ଭାରିଯାନ ସହରରେ ପ୍ରବେଶ କରୁଛି। ନୂଆ ବସଷ୍ଟାଣ୍ଡ ଓ ଟିଏଲ୍‌ସି ବାଇପାସ୍‌ ଦେଇ ଯିବା ସମୟରେ ପଲ୍ଲା ଛକଠାରୁ ନୂଆବସଷ୍ଟାଣ୍ଡ ମଧ୍ୟରେ ଭିଡ଼ ଜମୁଛି। ଟ୍ରାଫିକ ସମସ୍ୟାକୁ ପୋଲିସ ସୁଧାରିବାରେ ବିଫଳ ହେଉଥିବର ସାଧାରଣରେ ଅଭିଯୋଗ ହେଉଛି। ଏ ନେଇ ଡିଆଇଜି ତଥା ଏସ୍‌ପି ଅବିନାଶ କୁମାର କହିଛନ୍ତି, ସହରର ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ଲାଗି ପ୍ରଚେଷ୍ଟା ଜାରି ରହିଛି। ସବୁ ଛକ ସ୍ଥାନରେ ଟ୍ରାଫିକ କନଷ୍ଟେବଲ, ହୋମଗାର୍ଡଙ୍କୁ ମୁତୟନ କରାଯାଇଛି। ତେବେ ଜନତାଙ୍କ ସହଯୋଗ ଆବଶ୍ୟକ। ରାସ୍ତାରେ ବାଇକ ପାର୍କିଂ କରନ୍ତୁ ନାହିଁ। ଟ୍ରାଫିକ ନିୟମ ମାନିିବାକୁ ଡିଆଇଜି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri