ଆଜିଠୁ ଟ୍ରାଫିକ ନିୟମ କଡ଼ାକଡ଼ି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ଆଜିଠୁ ଟ୍ରାଫିକ ନିୟମ କଡ଼ାକଡ଼ି କରାଯିବ। ଏ ନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିନା ହେଲମେଟରେ ଗାଡ଼ି ଚାଳନା, ଗାଡ଼ି ଚଳାଉଥିବା ବେଳେ ମୋବାଇଲ ବ୍ୟବହାର, ସିଟ ବେଲ୍ଟ ଏବଂ ଅଧିକ ବେଗରେ ଗାଡ଼ି ଚାଳନା ଉପରେ ନଜର ରହିବ। ସେହିପରି ବିନା ହେଲମେଟ୍‌ରେ ଯାତ୍ରା କରୁଥିଲେ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।