ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର,୧୬ା୯(ସତ୍ୟଜିତ୍‌ ରାଉତ): ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ ଜନସମାଗମ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ସୋମବାର ଯାତାୟାତ କଟକଣା ଜାରି ହୋଇଛି। ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏ ଏହା ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।

ନିର୍ଦ୍ଦେଶନାମା ଅନୁଯାୟୀ, କଟକ ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ରସୁଲଗଡ ରେଲୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ୍‌ ରୋଡରେ ଆସି ବାଣୀବିହାର ଛକ-ଆଚ୍ଚାର୍ଯ୍ୟ ବିହାର ଛକରୁ ଆପୋଲ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା-ପ୍ରେସ୍‌ ଛକ-ନାଲୋକ ଛକ-ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇ ନିର୍ଦ୍ଦେରିତ ପାର୍କିଂସ୍ଥଳରେ ପାର୍କିଂ କରିବେ। ସେହିପରି ଖୋର୍ଦ୍ଧା ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ଜୟଦେବବିହାର ଫ୍ଲାଏ ଓଭରବ୍ରିଜ୍‌ ଅତିକ୍ରମ କରିବା ପରେ ସର୍ଭିସ୍‌ ରୋଡରେ ଆଚ୍ଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା-ପ୍ରେସ ଛକ- ନାଲକୋ ଛକ-ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇବ।

ନନ୍ଦନକାନନ ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ଓମଫେଡ୍‌ ଛକ -ନାଲକୋ ଛକ-ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇବ। କଟକ ପାର୍ଶ୍ୱରୁ ଆସୁଥିବା ଚାରିଚକିଆ ଓ ଦୁଇଚକିଆ ଯାନଗୁଡିକ ରସୁଲଗଡ ରେଲୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ୍‌ ରୋଡରେ ଆସି ବାଣୀବିହାର ଛକ-ଆଚ୍ଚାର୍ଯ୍ୟ ବିହାର ଛକରୁ ଆପୋଲ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା-ପ୍ରେସ୍‌ ଛକ- ନାଲୋକ ଛକ-ଆର୍‌.ସି.ଏମ୍‌. କଟ୍‌ରୁ ଓ.ଏସ୍‌.ଏ.ପି. ୭ମ ବାଟାଲିୟନ୍‌ ପଡିଆରେ ଯାତ୍ରୀମାନଙ୍କୁ ଓହ୍ଲାଇବ। ଖୋର୍ଦ୍ଧା ଆଡୁ ଆସୁଥିବା ଚାରିଚକିଆ ଓ ଦୁଇଚକିଆ ଯାନଗୁଡିକ ଜୟଦେବ ବିହାର ଫ୍ଲାଏଓଭର ବ୍ରିଜ୍‌ ଅତିକ୍ରମ କରିବା ପରେ ସର୍ଭିସ୍‌ ରୋଡରେ ଆସି ଆଚ୍ଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା-ପ୍ରେସ ଛକ- ନାଲକୋ ଛକ-ଆର୍‌.ସି.ଏମ୍‌ କଟ୍‌ରୁ ଓ.ଏସ୍‌.ଏ.ପି ଓ.ଏସ୍‌.ଏ.ପି. ୭ମ ବାଟାଲିୟନ୍‌ ପଡିଆରେ ଯାତ୍ରୀମାନଙ୍କୁ ଓହ୍ଲାଇବ। ନନ୍ଦନକାନନ ଆଡୁ ଆସୁଥିବା ଚାରିଚକିଆ ଯାନଗୁଡିକ ନାଲକୋ ଛକ-ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇବ।

ତେବେ ଆମନ୍ତ୍ରୀତ ଅତିଥିମାନେ ସର୍ଭେ ଅଫ୍‌ ଇଣ୍ଡିଆ ଦେଇ ଜନତା ମୈଦାନର ମେନ୍‌ ଗେଟ୍‌ ପାଖରେ ଓହ୍ଲାଇବେ ପରେ ସେଠାରୁ ଅତିଥି ଗେଟ୍‌ ଦେଇ ଭିତରକୁ ପ୍ରବେଶ କରିବେ। ସେମାନେ ଗାଡିଗୁଡିକୁ ଜନତା ମଇଦାନର ନିର୍ଦ୍ଦାରିତ ପାର୍କିଂ ସ୍ଥଳରେ ପାର୍କିଂ କରିବେ। ବସ୍‌ଗୁଡିକ ପାର୍କିଂ ପାଇଁ ଜାଭିୟର ଛକରୁ ସାଲିଆ ସାହି ରାସ୍ତା ଭାୟା ହାତିସୁଣୀ ଛକର ଉଭୟ ପାର୍ଶ୍ୱ, ଦକ୍ଷୀଣ ପଟ ଗେଟ୍‌ ଦେଇ ଓ.ଏ୍‌.ଏ.ପି ସପ୍ତମ ବାଟାଲିୟନ୍‌ ପୋଖରୀ ପାଖ ପଡିଆ ଓ ଏସ୍‌.ଏସ୍‌.ବି.ଏନ୍‌. ପଡିଆ ଏବଂ ଆଦର୍ଶ ବିଦ୍ୟାଳୟ ପଡିଆକୁ ପାର୍କିଂ ସ୍ଥଳ କରାଯାଇଛି।

ସେହିପରି ଚାରିଚକିଆ ଯାନ ଓ ଦୁଇ ଚକିଆ ଯାନ ଗୁଡିକ ଜନତା ମୈଦାନର ଭିଆଇପି ଗେଟ୍‌ ଦେଇ ଓଏସ୍‌ଏପି ସପ୍ତମ ବାଟାଲିୟନ୍‌ ପରେଡ୍‌ ପଡିଆକୁ ପାର୍କିଂ କରିବେ। ସଭା ଶେଷ ହେବା ପରେ ଜାଭିୟର ଛକରୁ ସାଲିଆ ସାହି ରାସ୍ତା ଭାୟା ହାତିଆସୁଣୀ ଛକ ରାସ୍ତାରେ ପାର୍କିଂ ହୋଇଥିବା ବସ୍‌ଗୁଡିକ କଟକ ଆଡକୁ ଯିବାକୁ ଚାହୁଁଥିଲେ ରେଲୱେ କଲୋନୀ ଗୋଲେଇ ଛକରୁ ନାଲକୋ ଛକ, ନନ୍ଦନକାନନ ହୋଇ ଯାଇପାରିବ। ସେହିପରି ଭୁବନେଶ୍ୱର କିମ୍ବା ଖୋର୍ଦ୍ଦା ଆଡକୁ ଯିବାକୁ ଥିବା ବସ୍‌ଗୁଡିକ ଉତ୍କଳ ହସ୍ପିଟାଲ ରାସ୍ତାରେ ରେଲୱେ କଲୋନୀ ଗଲୋଇ ଛକରୁ ନାଲକୋ ଛକ ଦେଇ ଯାଇପାରିବ। ଓ.ଏ୍‌.ଏ.ପି ବାଟାଲିୟନ୍‌ ପଡିଆରେ ଥିବା ବସ୍‌ଗୁଡିକ ଭିଆଇପି ଗେଟ୍‌ ଦେଇ ଯିବ। ଏସ୍‌.ଏସ୍‌.ବି.ଏନ୍‌ ଏବଂ ଆଦର୍ଶ ବିଦ୍ୟାଳୟ ପଡିଆରେ ଥିବା ବସ୍‌ଗୁଡିକ ଦୂରଦର୍ଶନ ରାସ୍ତା ଦେଇ ଆପୋଲୋ ହସ୍ପିଟାଲ କଟ୍‌ ଦେଇ ଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri