ଭାରିଯାନ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା

କେନ୍ଦୁଝର,୨୭ା୩(ସ୍ବ.ପ୍ର.):କେନ୍ଦୁଝର ସହରର ମୁଖ୍ୟ ରାସ୍ତାରୁ ଅଜନ୍ତା ଲଜ୍‌ ଗଳିକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ ସମସ୍ୟା ଉକତ୍ଟ ରୂପ ଧାରଣ କରିଛି। ଅଞ୍ଚଳରେ ରାତି ୧୦ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ମାଲ ବୋଝେଇ ଗାଡି ଅନଲୋଡିଂ କରିବାକୁ ପୋଲିସ ଓ ପୌରପାଳିକା ପକ୍ଷରୁ ନିର୍ଦ୍ଦେଶ ରହିଛି। ମାତ୍ର ଗୋଦାମ ମାଲିକ ନିର୍ଦ୍ଦେଶକୁ ଭୃକ୍ଷେପ ନ କରି ୧୬ ଚକିଆ ଗାଡ଼ିକୁ ଅଣ ଓସାରିଆ ରାସ୍ତାରେ ଭର୍ତ୍ତି କରି ମାଲ ଅନଲୋଡ୍‌ କରୁଛନ୍ତି। ଅନେକ ସମୟରେ ଗାଡି ଖରାପ ହେଲେ ଜନାକୀର୍ଣ୍ଣ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଉଛି।
ସୂଚନାଯୋଗ୍ୟ, କେନ୍ଦୁଝର ସହରର ମୋଚିବନ୍ଧସାହିସ୍ଥିତ ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟଠାରୁ ବୁଲାଦ୍ୱାର ସାହି ପର୍ଯ୍ୟନ୍ତ ଥିବା ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ପ୍ରକାର ଗୋଦାମ ଗୃହ ରହିଛି। ଫଳରେ ପ୍ରତିଦିନ ମାଲବାହୀ ଟ୍ରକ୍‌ ଠିଆ ହୋଇ ରହୁଛି। ଏଥିପାଇଁ ଉକ୍ତ ରାସ୍ତାରେ ଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ରାସ୍ତାଟି ଅଣ ଓସାରିଆ ହୋଇଥିଲେ ମଧ୍ୟ ଏହା ଏକ ବ୍ୟସ୍ତ ବହୁଳ ରାସ୍ତା। ଲୋକମାନେ ସାଧାରଣତଃ ଜାତୀୟ ରାଜପଥରୁ ଷ୍ଟେଟବ୍ୟାଙ୍କ ରୋଡ୍‌ରେ ମିଶିବା ପାଇଁ ଏହି ରାସ୍ତାକୁ ବ୍ୟବହାର କରିଥାଆନ୍ତି। କିନ୍ତୁ ଗୋଦାମ ମାଲିକମାନେ ଦିନ ତମାମ ୧୪ରୁ ୧୬ ଚକିଆ ଟ୍ରକ୍‌ ରଖି ମାଲ ଲୋଡ ଅନ୍‌ଲୋଡ କରିବା ଯୋଗୁ ରାସ୍ତାରେ ଟ୍ରାଫିକ ସମସ୍ୟା ବଢ଼ୁଛି ବୋଲି ସ୍ଥାନୀୟ ଅଧିବାସୀ ପ୍ରଦୀପ ମହାନ୍ତି କହିଛନ୍ତି। ଭାରିଯାନ ଚଳାଚଳ ଯୋଗୁ ରାସ୍ତା ନଷ୍ଟ ହୋଇଗଲାଣି। ବିନା ପାର୍କିଂରେ ବ୍ୟବସାୟମାନେ ଗୋଦାମ ଘର କରିଛନ୍ତି। ଦିନ ତମାମ ଗାଡ଼ି ରାସ୍ତା ଉପରେ ରଖାଯାଉଛି। ଫଳରେ ସ୍ଥାନୀୟ ଲୋକେ ଯାତାୟାତରେ ସମସ୍ୟା ଭୋଗୁଥିବା ବେଳେ ରାସ୍ତା ଜାମ ହେଉଛି ବୋଲି ଆଇନଜୀବୀ ସୁରଜ ମହାପାତ୍ର କହିଛନ୍ତି। ମୋଚିବନ୍ଧ ସାହି ରାସ୍ତା ପାର୍ଶ୍ୱରେ ଥିବା ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟ ଏବଂ ମୋଚିବନ୍ଧ ୟୁଜିଏମ୍‌ଇ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବିପଦପୂର୍ଣ୍ଣ ଭାବେ ବିଦ୍ୟାଳୟକୁ ଯିବା ଆସିବା କରୁଥିବା ସ୍ଥାନୀୟ ନିବାସୀ ବିପିନ ସାହୁ କହିଛନ୍ତି। ଏହି ସ୍ଥାନରୁ ଗୋଦାମ ଘର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପୌରପାଳିକା ଓ ପୋଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଥିଲେ ସୁଦ୍ଧା ବ୍ୟବସାୟୀ ଏହାକୁ ଫୁ କରିଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri