ଟ୍ରାଫିକ୍‌ ଆଇଆଇସିଙ୍କ ବିରୋଧରେ ମାମଲା

ଯାଜପୁର ଅଫିସ,୨୨ା୧୨: ଟ୍ରାଫିକ ନିୟମ ଖିଲାପ କରି ନ ଥିବା ସତ୍ତ୍ବେ ଜଣେ ଆଇନଜୀବୀଙ୍କ ନାମରେ ଅନ୍‌ଲାଇନ ଚାଲାଣ କଟାଯିବା ଘଟଣା ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଛି। ଏଥିନେଇ ସମ୍ପୃକ୍ତ ଆଇନଜୀବୀ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ଏକ ଅଭିଯୋଗ ଫର୍ଦ୍ଦ (ମାମଲା ନଂ. ୨୪୭/୨୦୨୧) ଦାଖଲ କରିଛନ୍ତି। ଅଭିଯୋଗକାରୀ ଓ ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଜେଏମ୍‌ଏଫ୍‌ସି ସୌମ୍ୟରଞ୍ଜନ ପୃଷ୍ଟି ଟ୍ରାଫିକ ଆଇଆଇସି ହୃଦାନନ୍ଦ ବେହେରା ଏବଂ ତାଙ୍କ ୨ ସହଯୋଗୀ କନ୍‌ଷ୍ଟେବଳଙ୍କ ବିରୋଧରେ ଆଇପିସିର ଧର୍ତ୍ତବ୍ୟ ଅପରାଧ ଧାରା ୩୮୫/୨୯୪/ ୨୧୧/୪୧୮/୪୬୯/୩୪ରେ ମାମଲା ରୁଜୁ କରିଛନ୍ତି। ଏହିକ୍ରମରେ ଆସନ୍ତା ୨୮ରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ଆଇଆଇସିଙ୍କୁ ସମନ ଜାରି କରାଯାଇଛି।
ଆଇନଜୀବୀ ଉଦୟନାଥ ସାହୁଙ୍କ ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୧୨ ଅପରାହ୍ନ ୨ ଟା ୨୦ରେ ସେ ନିଜ କାରକୁ ଚଣ୍ଡିଖୋଲ ଟ୍ରାଫିକ ଛକ ନିକଟ ସର୍ଭିସ ରୋଡ଼ ବାମ ପାର୍ଶ୍ୱରେ ପାର୍କିଂ କରି ପାଖ ଦୋକାନକୁ ଯାଇଥିଲେ। ଟ୍ରାଫିକ୍‌ ପୋଲିସ ଗାଡ଼ିର ଫଟୋ ଉଠାଇବା ସହ ଥାନାରେ ଦଶହରା ପୂଜା ହେବ, ତେଣୁ ସେମାନଙ୍କୁ ପୂଜା ଖର୍ଚ୍ଚ ୧୦୦୦ ଟଙ୍କା ଦେବାକୁ ଆଇଆଇସି ପରାମର୍ଶ ଦେଇଥିଲେ। ଟଙ୍କା ନ ଦେଲେ ଗାଡ଼ି ଉପରେ ୫ ହଜାର ଟଙ୍କା ଚାଲାଣ କାଟି ଦିଆଯିବ ବୋଲି ଭୟ ଦେଖାଇଥିଲେ। ପ୍ରତିବାଦ କରିବାରୁ ବେହେରା ଉତ୍‌କ୍ଷିପ୍ତ ହୋଇ ଆଇନଜୀବୀ ସାହୁଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ। ସାହୁ ଘଟଣାସ୍ଥଳରୁ ଯାଜପୁର ଏସ୍‌ପିଙ୍କୁ ଫୋନ ଯୋଗେ ଆଇଆଇସିଙ୍କ ସମ୍ପର୍କରେ ଅବଗତ କରାଇଥିଲେ। ପରେ ସନ୍ଧ୍ୟାରେ ୨ହଜାର ଟଙ୍କା ଜରିମାନା ଲାଗୁ କରାଯାଇଥିବା ନେଇ ବାହନ ପୋର୍ଟାଲରୁ ତାଙ୍କ ଫୋନ୍‌କୁ ଏକ ଏସ୍‌ଏମ୍‌ଏସ୍‌ ଆସିଥିଲା। ପରଦିନ ଏଥିନେଇ ସେ ସ୍ଥାନୀୟ ପୋଲିସକୁ ଅବଗତ କରାଇବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ା ଶେଷରେ ଗତ ୧୦ ତାରିଖ ଦିନ ସାହୁ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟଙ୍କ ଇଜଲାସରେ ଅଭିଯୋଗ ଦାଖଲ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରତାପ ଦାସ, କୈଳାସ ଚନ୍ଦ୍ର ସାମଲ ଓ ବିଜୟ ରାଉଳ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି। ଏସଂକ୍ରାନ୍ତରେ ଆଇଆଇସି ବେହେରା କହିଛନ୍ତି, ଆଇନଜୀବୀ ଭୁଲ ରାସ୍ତାରେ ଗାଡ଼ି ପାର୍କିଂ କରିଥିଲେ। ତାଙ୍କୁ କହିବାରୁ ଓଲଟା ଗାଳିଗୁଲଜ କରିଥିଲେ। ତେଣୁ ମୋ ବିରୋଧରେ ହୋଇଥିବା ଅଭିଯୋଗରେ ସତ୍ୟତା ନାହିଁ ବୋଲି ଆଇଆଇସି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri