ଟ୍ରାଫିକ୍‌ ଆଇଆଇସିଙ୍କ ବିରୋଧରେ ମାମଲା

ଯାଜପୁର ଅଫିସ,୨୨ା୧୨: ଟ୍ରାଫିକ ନିୟମ ଖିଲାପ କରି ନ ଥିବା ସତ୍ତ୍ବେ ଜଣେ ଆଇନଜୀବୀଙ୍କ ନାମରେ ଅନ୍‌ଲାଇନ ଚାଲାଣ କଟାଯିବା ଘଟଣା ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଛି। ଏଥିନେଇ ସମ୍ପୃକ୍ତ ଆଇନଜୀବୀ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ଏକ ଅଭିଯୋଗ ଫର୍ଦ୍ଦ (ମାମଲା ନଂ. ୨୪୭/୨୦୨୧) ଦାଖଲ କରିଛନ୍ତି। ଅଭିଯୋଗକାରୀ ଓ ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଜେଏମ୍‌ଏଫ୍‌ସି ସୌମ୍ୟରଞ୍ଜନ ପୃଷ୍ଟି ଟ୍ରାଫିକ ଆଇଆଇସି ହୃଦାନନ୍ଦ ବେହେରା ଏବଂ ତାଙ୍କ ୨ ସହଯୋଗୀ କନ୍‌ଷ୍ଟେବଳଙ୍କ ବିରୋଧରେ ଆଇପିସିର ଧର୍ତ୍ତବ୍ୟ ଅପରାଧ ଧାରା ୩୮୫/୨୯୪/ ୨୧୧/୪୧୮/୪୬୯/୩୪ରେ ମାମଲା ରୁଜୁ କରିଛନ୍ତି। ଏହିକ୍ରମରେ ଆସନ୍ତା ୨୮ରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ଆଇଆଇସିଙ୍କୁ ସମନ ଜାରି କରାଯାଇଛି।
ଆଇନଜୀବୀ ଉଦୟନାଥ ସାହୁଙ୍କ ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୧୨ ଅପରାହ୍ନ ୨ ଟା ୨୦ରେ ସେ ନିଜ କାରକୁ ଚଣ୍ଡିଖୋଲ ଟ୍ରାଫିକ ଛକ ନିକଟ ସର୍ଭିସ ରୋଡ଼ ବାମ ପାର୍ଶ୍ୱରେ ପାର୍କିଂ କରି ପାଖ ଦୋକାନକୁ ଯାଇଥିଲେ। ଟ୍ରାଫିକ୍‌ ପୋଲିସ ଗାଡ଼ିର ଫଟୋ ଉଠାଇବା ସହ ଥାନାରେ ଦଶହରା ପୂଜା ହେବ, ତେଣୁ ସେମାନଙ୍କୁ ପୂଜା ଖର୍ଚ୍ଚ ୧୦୦୦ ଟଙ୍କା ଦେବାକୁ ଆଇଆଇସି ପରାମର୍ଶ ଦେଇଥିଲେ। ଟଙ୍କା ନ ଦେଲେ ଗାଡ଼ି ଉପରେ ୫ ହଜାର ଟଙ୍କା ଚାଲାଣ କାଟି ଦିଆଯିବ ବୋଲି ଭୟ ଦେଖାଇଥିଲେ। ପ୍ରତିବାଦ କରିବାରୁ ବେହେରା ଉତ୍‌କ୍ଷିପ୍ତ ହୋଇ ଆଇନଜୀବୀ ସାହୁଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ। ସାହୁ ଘଟଣାସ୍ଥଳରୁ ଯାଜପୁର ଏସ୍‌ପିଙ୍କୁ ଫୋନ ଯୋଗେ ଆଇଆଇସିଙ୍କ ସମ୍ପର୍କରେ ଅବଗତ କରାଇଥିଲେ। ପରେ ସନ୍ଧ୍ୟାରେ ୨ହଜାର ଟଙ୍କା ଜରିମାନା ଲାଗୁ କରାଯାଇଥିବା ନେଇ ବାହନ ପୋର୍ଟାଲରୁ ତାଙ୍କ ଫୋନ୍‌କୁ ଏକ ଏସ୍‌ଏମ୍‌ଏସ୍‌ ଆସିଥିଲା। ପରଦିନ ଏଥିନେଇ ସେ ସ୍ଥାନୀୟ ପୋଲିସକୁ ଅବଗତ କରାଇବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ା ଶେଷରେ ଗତ ୧୦ ତାରିଖ ଦିନ ସାହୁ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟଙ୍କ ଇଜଲାସରେ ଅଭିଯୋଗ ଦାଖଲ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରତାପ ଦାସ, କୈଳାସ ଚନ୍ଦ୍ର ସାମଲ ଓ ବିଜୟ ରାଉଳ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି। ଏସଂକ୍ରାନ୍ତରେ ଆଇଆଇସି ବେହେରା କହିଛନ୍ତି, ଆଇନଜୀବୀ ଭୁଲ ରାସ୍ତାରେ ଗାଡ଼ି ପାର୍କିଂ କରିଥିଲେ। ତାଙ୍କୁ କହିବାରୁ ଓଲଟା ଗାଳିଗୁଲଜ କରିଥିଲେ। ତେଣୁ ମୋ ବିରୋଧରେ ହୋଇଥିବା ଅଭିଯୋଗରେ ସତ୍ୟତା ନାହିଁ ବୋଲି ଆଇଆଇସି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜାରେ ଏମିତି କାମ କଲେ ମୋହସିନ ନକଭି: ମ୍ୟାଚ୍‌ ଅଧାରୁ ….

ନୂଆଦିଲ୍ଲୀ,୧୬।୨: ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଦଳର ହାତ ଛାଡ଼ିଦେଇଛନ୍ତି। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କ…

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ରାଗରେ ଏମିତି କହିଦେଲେ ପାକିସ୍ତାନ ଅଧିନାୟକ: ଅଫ୍‌ ଡେ’ରେ…

କଲମ୍ବୋ,୧୬।୨:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ଗ୍ରୁପ ପର୍ଯ୍ୟାୟ ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri