ପାରଳା ସହରରେ ଟ୍ରାଫିକ ବିପର୍ଯ୍ୟସ୍ତ

ପାରଳାଖେମୁଣ୍ଡି,୫ା୬(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ପୁରାତନ ପୌରପରିଷଦରେ ରାସ୍ତାଘାଟର ପ୍ରଶସ୍ତୀକରଣ କରାଯାଇ ନଥିବା ବେଳେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧିପାଉଛି। ଏହି ପୌରପରିଷଦ ୧୮୮୫ରେ ଗଠନ ହୋଇ ୧୩୮ ବର୍ଷ ପୂରଣ କଲାଣି। ହେଲେ ସେହି ପୁରୁଣା ଢାଞ୍ଚାରେ ହିଁ ରାସ୍ତା ଘାଟ ରହିଥିବା ବେଳେ ନୂତନ ଭାବେ ସାହି, ବସ୍ତି, ନଗର ଆଦି ଗଢିଉଠିଛି । ସହରର କୌଣସି ଉନ୍ନୟନମୂଳକ କାମ କିମ୍ବା ବିଶେଷ କରି ରାସ୍ତାର ପ୍ରଶସ୍ତୀକରଣ ହୋଇପାରିନାହିଁ । ସେହି ଅଣଓସାରିଆ ରାସ୍ତାରେ ବର୍ତ୍ତମାନ ବଢିଚାଲିଥିବା ଜନ ଓ ଯାନ ସଂଖ୍ୟା ସମସ୍ୟା ସୃଷ୍ଟି କରୁଛି। ଏଥିସାଙ୍ଗକୁ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ସମସ୍ୟାକୁ ଦ୍ୱିଗୁଣିତ କରୁଛି। ଅସଜଡା ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ଭାରୀଯାନ ପ୍ରବେଶ ପାଇଁ ସମୟ ନିର୍ଘଣ୍ଟ ହୋଇଥିଲେ ହେଁ ଅବାଧରେ ପ୍ରବେଶ ହେଉଛି। ଏହି ଭାରୀଯାନଗୁଡିକ ସହରର ୱାନ ୱେ ଟ୍ରାଫିକ ରାସ୍ତାରେ ପ୍ରବେଶ କରି ଯାତାୟତ କରୁଛି। ଏଥିଯୋଗୁଁ ଦୈନନ୍ଦିନ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ଲକ୍ଷ୍ୟ କରାଯାଉଛି।
ଯେ, ପାରଳାଖେମୁଣ୍ଡି ସହରାଞ୍ଚଳରେ ସକାଳ ୮ରୁ ରାତି ୯ ପର୍ଯ୍ୟନ୍ତ ଭାରୀଯାନ ଯାତାୟତ ଉପରେ କଟକଣା ଲଗାଯାଇଛି । ହେଲେ ଏସବୁ ନିୟମକୁ ବେଖାତିର କରି ଦୈନନ୍ଦିନ ୱାନ ୱେ ଟ୍ରାଫିକ ରାସ୍ତାରେ ଯାତାୟତ କରୁଥିବାର ଲକ୍ଷ୍ୟ କରାଯାଉଛି । ସହରରେ କେବଳ ମୁଖ୍ୟ ଦୁଇଗୋଟି ରାସ୍ତା ଯଥା ପୋଲିସ ଷ୍ଟେସନ ଛକଠାରୁ କଲେଜ ଛକ, ମୁଖ୍ୟବଜାର ଛକ, ବସଷ୍ଟାଣ୍ଡ ଛକ ଦେଇ ପୁରୁଣା କୋର୍ଟ ଛକ ଏବଂ ଅନ୍ୟଟି ପୁରୁଣାକୋର୍ଟ ଛକ ଠାରୁ ଗାନ୍ଧୀଛକ, ପ୍ୟାଲେସ ଛକ, ସିନେମା ହଲ ଛକ, ମେଡିକାଲ ଛକ ପୁଣି ପୋଲିସ ଷ୍ଟେସନ ଛକ ଦେଇ ଗୋଲାକାର ରାସ୍ତା ମୁଖ୍ୟ ରାସ୍ତା ଅଟେ । ଏହାକୁ ୱାନ ୱେ ଟ୍ରାଫିକ ରାସ୍ତା ବା ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ରୂପେ ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ପ୍ରସ୍ଥାନ ରାସ୍ତାରେ ଭାରୀଯାନଗୁଡିକ ଅବାଧ ପ୍ରବେଶ କରୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ସେହିପରି ସହରର ସାନିଆନାଇଡୁ ସାହି ବା ବଜାର ସାହି ମଧ୍ୟରେ ଏକ ଅଜବ ଟ୍ରାଫିକ ନିୟମ କରାଯାଇଥିବା ଦେଖିବାକୁ ମିଳୁଛି। ଦୁଇଚକିଆ ଯାନଗୁଡିକୁ ରାସ୍ତା ମଧ୍ୟ ଭାଗରେ ପାର୍କିଂ କରି ରଖାଯାଉଛି । ଏହି ସାହି ବେସ ଗହଳିପୂର୍ଣ୍ଣ ସହ ଅଣଓସାରିଆ ଅଟେ । ଏପରିି ସ୍ଥଳେ ରାସ୍ତାର ମଧ୍ୟ ଭାଗରେ ଦୁଇ ଚକିଆ ପାର୍କିଂ ବ୍ୟବସ୍ଥା ଯୋଗୁଁ ରାସ୍ତା ଆହୁରି ସଂକୀର୍ଣ୍ଣ ହୋଇପଡିଛି। ଏପରିସ୍ଥଳେ ବେପାରୀମାନଙ୍କ ଦୈରାତ୍ମ୍ୟ ବଢିବାରେ ଲାଗିଛି । ହୋଲସେଲ ଦୋକାନଗୁଡିକୁ ଜିନିଷ ନେବା ଆଣିବା କରିବା ନିମନ୍ତେ ବଡ ଯାନବାହାନ ଗୁଡିକୁ ଏହି ସଂକୀର୍ଣ୍ଣରାସ୍ତାରେ ପ୍ରବେଶ କରାଉଛନ୍ତି । ଫଳରେ ଦୈନନ୍ଦିନ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଅନ୍ୟପକ୍ଷରେ ୨୦୧୨ରେ ଟ୍ରାଫିକ ସମ୍ବନ୍ଧୀୟ ବୈଠକ ହୋଇଥିବା ବେଳେ ଏହାପରେ ଆଉ ଗୋଟିଏ ବି ଟ୍ରାଫିକ ସମ୍ବନ୍ଧୀୟ ବୈଠକ ହୋଇନଥିବା ଜଣାପଡିଛି। ଇତି ମଧ୍ୟରେ କେତେ ଯେ ଆରକ୍ଷୀ ଅଧୀକ୍ଷକ ଦାୟିତ୍ୱ ତୁଲାଇ ବଦଳିହୋଇ ଗଲେଣି । ହେଲେ ଟ୍ରାଫିକ ବ୍ୟବସ୍ଥା ଉପରେ କୌଣସି ଗୁରୁତ୍ୱାରୋପ କରୁନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri