ସହରରେ ଟ୍ରାଫିକ୍‌ କଟକଣା କଡ଼ାକଡ଼ି

ବାଲେଶ୍ୱର ଅଫିସ, ୨୦।୧: ବାଲେଶ୍ୱର ଜିଲାରେ ଦୁର୍ଘଟଣା, ଜୀବନହାନି ଏବଂ ଟ୍ରାଫିକ୍‌ ଜାମ୍‌ ହ୍ରାସ କରିବା ପାଇଁ ସହରର କେତୋଟି ନିର୍ଦ୍ଦିଷ୍ଟ ରାସ୍ତାରେ ଭାରିଯାନ ଚଳାଚଳ ନେଇ ଜିଲା ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି। ଆଇଟିଆଇ ଛକରୁ ଭାୟା ବାଲେଶ୍ୱର ବସ୍‌ଷ୍ଟାଣ୍ଡ, ଏଫଏମ୍‌ ଗୋଲେଇ ଦେଇ ସୁରଜ ହୋଟେଲ ଛକ, ପୋଲିସ ଲାଇନ ଛକରୁ ଭାୟା ଏଫଏମ୍‌ କଲେଜ ଦେଇ ହେମକାପଦା ଛକ, ଫକୀରମୋହନ ଗୋଲେଇରୁ ଭାୟା ଫାଣ୍ଡି ଛକ, ଚିଡ଼ିଆପୋଲ, ସଦର ମହକୁମା ଡାକ୍ତରଖାନା, ସିନେମା ଛକ ଏବଂ ମୋତିଗଞ୍ଜ ବଜାର ଦେଇ ଟାଉନ ଥାନା, ଷ୍ଟେଶନ ଛକରୁ ଭାୟା ଏଡିଏମ ଛକ, ଜିଲା ସ୍କୁଲ ଦେଇ ପାଣି ଟାଙ୍କି ଛକ, ମିର୍ଜାପୋଖରୀ ଛକରୁ ଭାୟା ମାଣିଖମ୍ବ ଏବଂ ବାରବାଟୀ ଦେଇ ବୁଢ଼ା କାର୍ତ୍ତିକ ଛକ, ମିର୍ଜାପୋଖରୀରୁ ଭାୟା ଟାଉନହଲ ଏବଂ ସିନେମା ଛକ ଦେଇ ବେବିଲୋନ ଛକ, ଟେକ୍ନିକାଲ ସ୍କୁଲ ଛକରୁ ଭାୟା ଏଡିଏମ ଛକ, ରାଜାବଗିଚା ଦେଇ ନାରୀସଂଘ, ଷ୍ଟେଶନ ଛକରୁ ଭାୟା ନାରୀସଂଘ ଦେଇ ପଢୁଆଁପଦା ଛକ, ହରିପୁର ଛକରୁ ଭାୟା ଗଳାପୋଲ, ଦରଜୀପୋଖରୀ, ଚୂନଭାଟି ଦେଇ ମିର୍ଜାପୋଖରୀ ଛକ ପର୍ଯ୍ୟନ୍ତ ରାସ୍ତାଗୁଡ଼ିକରେ ପୂର୍ବାହ୍ନ ୮ଟା ୩୦ମିନିଟ୍‌ରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି ା
ହରିପୁର ପାର୍ଶ୍ୱରୁ ଆସୁଥିବା କେବଳ ଟ୍ରାକ୍ଟର, ମିନିଟ୍ରକ୍‌ଗୁଡ଼ିକୁ ଆନନ୍ଦ ବଜାର, ମାଲଗୋଦାମ, ଭାସ୍କରଗଞ୍ଜ ଛକ, ତେଲେଙ୍ଗା ସାହି ଛକ, ପୋଲିସ ଲାଇନ ଛକ ଦେଇ ଆଇଟିଆଇ ଛକ ଆଡ଼କୁ ଯିବା ଓ ସେହି ସମାନ ରାସ୍ତା ଦେଇ ଫେରିବାକୁ ଅନୁମତି ଦିଆଯିବ। ସେହିପରି ଚାନ୍ଦିପୁର ଅଞ୍ଚଳରେ ସମୁଦ୍ର ବେଳାଭୂମିରେ ଗାଡ଼ିଚାଳନା ଯୋଗୁ ଘଟୁଥିବା ଅଘଟଣକୁ କମାଇବା ପାଇଁ ସୋନପୁର ଛକରୁ ଆରମ୍ଭ କରି ଚାନ୍ଦିପୁର ପାନ୍ଥନିବାସ ପର୍ଯ୍ୟନ୍ତ ଯାନବାହନ ଚାଳନା ନିଷେଧ ଥିବା ଅଞ୍ଚଳରେ କଟକଣା ଲାଗୁ କରାଯାଇଛି। ଅନୁରୂପ ଭାବେ ଯାନବାହାନ ଚଳାଚଳ ପାଇଁ ଉଦ୍ଦିଷ୍ଟ ନ ଥିବା ତାଳସାରୀ ବେଳାଭୂମି ଅଞ୍ଚଳରେ ସମସ୍ତ ପ୍ରକାର ଯାନ ଚଳାଚଳ ଉପରେ କଟକଣା ଲାଗିଛି। ବାଲେଶ୍ୱର ସହରର ଫାଣ୍ଡିଛକ (ସହଦେବଖୁଣ୍ଟା ଥାନା)ରୁ ଆରମ୍ଭ କରି ଚିଡ଼ିଆପୋଲ ପର୍ଯ୍ୟନ୍ତ ମୁଖ୍ୟ ପରିବହନ ରାସ୍ତାରେ ଅବାଧ ଗାଡ଼ି ଚଳାଚଳ ପାଇଁ ଦୁଇଚକିଆ ଯାନ ବ୍ୟତୀତ ସମସ୍ତ ପ୍ରକାର ଯାନର ବେଆଇନ ପାର୍କିଂ ଉପରେ କଟକଣା ଲାଗୁ କରାଯାଇଛି। ଏ ସମସ୍ତ ଯାନ ମିଶନ ପଡ଼ିଆରେ ପାର୍କିଂ କରିବାକୁ କୁହାଯାଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଅନୁମୋଦିତ ଆଦେଶନାମା ଅନୁଯାୟୀ ଗତ ୧୭ ତାରିଖରୁ ଆସନ୍ତା ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ୩୦ଦିନ ପାଇଁ ଏହି ସମସ୍ତ କଟକଣା ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri