କୋରାପୁଟର ପାରମ୍ପରିକ ମାଣ୍ଡିଆ ଅଧିକ ଅମଳକ୍ଷମ, ପୁଷ୍ଟିକର

କୋରାପୁଟ,୩।୧(ସ୍ବ.ପ୍ର.):କୋରାପୁଟର ଆଦିବାସୀମାନେ ଚାଷ କରୁଥିବା ପାରମ୍ପରିକ ମାଣ୍ଡିଆ ଅଧିକ ଅମଳକ୍ଷମ ଓ ପୁଷ୍ଟିକର ବୋଲି ଦର୍ଶାଇଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡଃ ଦେବବ୍ରତ ପଣ୍ଡା। ସେ ଦୀର୍ଘ ୧୦ ବର୍ଷ ହେବ କୋରାପୁଟର ବିଭିନ୍ନ ଦେଶୀ ମାଣ୍ଡିଆର ଗୁଣାମତ୍କମାନ ଓ ଉପତ୍ାଦନ କ୍ଷମତା ଉପରେ ଗବେଷଣା କରୁଛନ୍ତି। କୋରାପୁଟର ଚାଷ ହେଉଥିବା ୩୩ ପ୍ରଜାତିର ମାଣ୍ଡିଆର ଗୁଣାତ୍ମକମାନ ଓ ଉପତ୍ାଦନ କ୍ଷମତା ଆନ୍ତର୍ଜାତିକ ଜର୍ନାଲ ସିରିୟଲ ରିସର୍ଚ୍ଚ କମୁନିକେଶରେ ଗତ ଡିସେମ୍ବର ୩୧ରେ ପ୍ରକାଶ ପାଇଛି। ଉକ୍ତ ଗବେଷଣାରୁ ଜଣାପଡିଛିଯେ ଭାଲୁ, ଲାଦୁ, ତେଲୁଗୁ ଓ ବଡ ଅନ୍ୟ ମାଣ୍ଡିଆଠାରୁ ଅଧିକ ଉପତ୍ାଦନ କ୍ଷମତା ରହିଛି। ଏହାର ଉପତ୍ାଦନ କ୍ଷମତା ବିଭିନ୍ନ ପ୍ରକାରର ହାଇବ୍ରିଡ ଭେରାଇଟି ଯଥା ଭୈରବି, ଚିଲିକା,ଅର୍ଜୁନ ଯାହାକି ଓୟୁଏଟି ଭୁବେନେଶ୍ୱରରୁ ବାହାରିବାଠାରୁ ଅଧିକ। ଏହା ସହିତ ୩ ପ୍ରକାରର ମାଣ୍ଡିଆ ଯଥା ତେଲଗୁ, ବଡ ଓ ଦୁସୁରା ମାଣ୍ଡିଆରେ ପ୍ରୋଟିନ, ଫାଇବର, ସଲଫର, ଏନର୍ଜି ଓ ଆଣ୍ଟିଅକ୍ସିଡେନ୍ଟ ଭରି ରହିଛି ବୋଲି ଡଃ ପଣ୍ଡା କରହିଛନ୍ତି। ଆଗାମୀ ଦିନରେ ଏହି ମାଣ୍ଡିଆରେ ଜେନେଟିକ୍ସକୁ ଆଧାର କରି ନୂତନ ମାଣ୍ଡଆ ତିଆରି କରିବାରେ ସହାୟକ ହୋଇ ପାରିବ ବୋଲି ସେ କହିଛନ୍ତି। ଏହି ମାଣ୍ଡିଆ କିଷମଗୁଡିକ ସ୍ବାମୀନାଥନ ଫାଉଣ୍ଡେସନ ଜୟପୁରରେ ସଂରକ୍ଷଣ କରାଯାଇଛି। ଏହି ବିରଳ ମାଣ୍ଡିଆକୁ ସରକାରଙ୍କର ମିଲେଟ ମିଶନ ମାଧ୍ୟମରେ ପ୍ରଚାର, ପ୍ରସାର, ବହୁଳ ବ୍ୟବହାର ଓ ସଂରକ୍ଷଣ କରାଗଲେ ଆଦିବାସୀଙ୍କ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri