Categories: ଜାତୀୟ

ପରମ୍ପରା ଭାଙ୍ଗିଲେ ଉପରାଜ୍ୟପାଳ: ଲୋକଙ୍କ ବିଶ୍ୱାସ ଜିଣିବା ପ୍ରୟାସ…

ଶ୍ରୀନଗର, ୩।୯: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ପ୍ରଚଳିତ ପରମ୍ପରାକୁ ଭଙ୍ଗ କରିଛନ୍ତି। ପୁଲଓ୍ବାମା ଗସ୍ତ ସମୟରେ ସେ ହେଲିକପ୍ଟରର ବ୍ୟବହାର କରି ନାହାଁନ୍ତି। ସଡ଼କ ପଥରେ ସେ ପୁଲଓ୍ବାମାରେ ପହଞ୍ଚି ୪୦କୋଟି ୮୬ ଲକ୍ଷ ଟଙ୍କାର ବିକାଶ ପ୍ରକଳ୍ପ କାର୍ଯ୍ୟର ଲୋକାର୍ପଣ କରିଛନ୍ତି। ଏହା ସହିତ ସେ ୧୩ କୋଟି ୪୭ ଲକ୍ଷ ଟଙ୍କାର ଏକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଉପସ୍ଥିତ ଅଧିକାରୀଙ୍କ ସହିତ ବିକାଶ କାର୍ଯ୍ୟ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଛନ୍ତି। ଲୋକଙ୍କ ଅଭିଯୋଗର ତତ୍‌କ୍ଷଣାତ୍‌ ସମାଧାନ କରିବା ଲାଗି ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share