ପଟ୍ଟାମୁଣ୍ଡାଇରେ ବଢୁଛି ନକଲି ଔଷଧ କାରବାର

ପଟ୍ଟାମୁଣ୍ଡାଇ,୧୧।୧୦ (ସ୍ବ.ପ୍ର.):ରୋଗରୁ ଆରୋଗ୍ୟ ଲାଭ ପାଇଁ ମନୁଷ୍ୟ ସେବନ କରୁଥିବା ଔଷଧ ଏବେ ମୃତ୍ୟୁର କାରଣ ସାଜିପାରେ ଏହା କେହି କଳ୍ପନାରେ ସୁଦ୍ଧା ଭାବି ପାରିବେ ନାହିଁ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମଧ୍ୟ ନକଲି ଔଷଧ ବଜାରରେ ବିକ୍ରି ଓ ସପ୍ଲାଇ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ କୁହନ୍ତି, ରାଜ୍ୟ ବାହାରୁ ଆସୁଥିବା ନକଲି ଔଷଧ କେନ୍ଦ୍ରାପଡ଼ା ଜିଲାର ସମସ୍ତ ବ୍ଲକ ଅଞ୍ଚଳକୁ ସପ୍ଲାଇ କରାଯାଉଛି।
ନାମୀଦାମୀ କମ୍ପାନୀର ଆଣ୍ଟିବାୟୋଟିକ, ଜ୍ୱର, ଥଣ୍ଡା, ଡାଇବେଟିସ୍‌, କିଡ୍‌ନୀ, ହାର୍ଟ, ରକ୍ତଚାପ ପରି ରୋଗରୁ ମୁକ୍ତି ପାଇବାକୁ ଲୋକେ ଦୋକାନରୁ ଔଷଧ ନେଉଛନ୍ତି। ହେଲେ ନାମୀଦାମୀ କମ୍ପାନୀ ନଁାରେ ନକଲି ଔଷଧ ଯୋଗାଯାଇ ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଛି। କଟକ, ଭୁବନେଶ୍ୱର, ସମ୍ବଲପୁର ଆଦି ବିଭିନ୍ନ ସହରରେ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢାଉ କରାଯାଇ ଦୋକାନରେ ଥିବା ଔଷଧ ଯାଞ୍ଚ କରାଯାଉଛି। ମାତ୍ର ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗ ତଥା ବିଭାଗୀୟ ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକ ପ୍ରକାର ନୀରବତା ଅବଲମ୍ବନ କରିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଏହାଦ୍ୱାରା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିମ୍ନମାନର ଔଷଧ ସାଙ୍ଗକୁ ମିସ୍‌ ବ୍ରାଣ୍ଡେଡ୍‌ ଔଷଧ କାରବାର ବ୍ୟାପକ ପରିମାଣରେ ବଢି ଚାଲିଛି। ସାମାଜିକ କର୍ମୀ ପ୍ରମୋଦ ଜେନା କୁହନ୍ତି, ପଟ୍ଟାମୁଣ୍ଡାଇ ସମେତ ରାଜନଗର, ଆଳି, ମହାକାଳପଡ଼ାର ଗ୍ରାମାଞ୍ଚଳରେ ଏହି କାରବାର ଚାଲିଛି। କୋଲକାତାରୁ କେତେଜଣ ଅସାଧୁ ବ୍ୟବସାୟୀ ବିଭିନ୍ନ ନାମୀଦାମୀ କମ୍ପାନୀର ସିଲ୍‌ରେ ବେନାମୀ ଔଷଧ ଏହିସବୁ ଅଞ୍ଚଳକୁ ଛାଡୁଛନ୍ତି। ଫଳରେ ମୂଲ୍ୟବାନ ନାମୀଦାମୀ କମ୍ପାନୀ ଔଷଧ ମୂଲ୍ୟ ସହ ଏହା ସମାନ ରହୁଛି। ବେନାମୀ ଔଷଧ କମ୍ପାନୀଗୁଡିକ ବ୍ୟବସାୟୀମାନଙ୍କୁ ଅଧିକ ଲାଭ ଦେଉଛି। ଫଳରେ ଅଧିକ ଫାଇଦା ପାଇବା ଆଶାରେ ବ୍ୟବସାୟୀ ହୋଲ୍‌ସେଲ୍‌ ନାମରେ ଏହିସବୁ କମ୍ପାନୀର ଔଷଧ କିଣି ଗ୍ରାମାଞ୍ଚଳରେ ଥିବା ବେଆଇନ ଔଷଧ ଦୋକାନୀଙ୍କୁ ଦେଉଛନ୍ତି। ଗଁାରେ ଥିବା ବେନାମୀ ଦୋକାନୀ ଲୋକଙ୍କୁ ଏହି ଔଷଧ ବିକ୍ରି କରୁଛନ୍ତି। ଏଭଳି ଔଷଧ ପଟ୍ଟାମୁଣ୍ଡାଇ ସହରରେ ମଧ୍ୟ ବିକ୍ରି ଆରମ୍ଭ ହେଲାଣି। ଏ ନେଇ ମାସେ ପୂର୍ବରୁ ଡ୍ରଗ୍ସ ଇନ୍ସପେକ୍ଟ୍‌ର ପ୍ରଦେଶ ସାହୁ ଚଢାଉ ବେଳେ ଦୁଇ ପ୍ରକାରର ନକଲି ଔଷଧ ଧରାପଡିଥିଲା। ୨ଟି ଦୋକାନୀଙ୍କ ନିକଟରୁ ଜରିମାନା କରାଯାଇ ଲାଇସେନ୍ସ ରଦ୍ଦ କରାଯାଇଥିଲା।
ଜିଲାରେ ଥିବା ଭେଷଜ ନିରୀକ୍ଷକମାନେ ନିୟମିତ ଔଷଧ ଦୋକାନଗୁଡିକୁ ଯାଞ୍ଚ ନ କରିବା, ହୋଲ୍‌ସେଲଙ୍କ ଉପରେ ନଜର ନ ରଖିବା ଏହି କାରବାରକୁ ବେଶ୍‌ ପ୍ରୋତ୍ସାହିତ କରୁଛି। ଏହାଦ୍ୱାରା ନକଲି ନିମ୍ନମାନର ଔଷଧ ଖାଇ ଲୋକମାନଙ୍କ ରୋଗ ଭଲ ହେବା ପରିବର୍ତ୍ତେ ବିଳମ୍ବ ହେଉଛି। ବୃଦ୍ଧିଜୀବୀ ବିଜୟ ସାହୁ କୁହନ୍ତି, ବର୍ତ୍ତମାନ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୩୦୦ରୁ ଅଧିକ ଔଷଧ ଦୋକାନ ସାଙ୍ଗକୁ ହୋଲ୍‌ସେଲର ମଧ୍ୟ ରହିଛନ୍ତି। ଏ ନେଇ କେତେଗୋଟି ଦୋକାନକୁ ଛାଡ଼ି ଦେଲେ ଅନ୍ୟମାନେ ଲାଇସେନ୍ସ ମଧ୍ୟ କରିନାହାନ୍ତି। କାହା ଉପରେ ଲୋକେ ଭରସା କରିବେ, ଡାକ୍ତର ନା ଔଷଧ ଉପରେ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ହେଉଛି। ଏଭଳି ବେଆଇନ କାରବାର ପଛରେ ବ୍ୟାପକ ଅର୍ଥ ଲଗାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଡ୍ରଗ୍ସ ଇନ୍ସପେକ୍ଟର ୍‌ସାହୁଙ୍କୁ ପଚାରିବାରେ ଯାଞ୍ଚ ଜାରି ରହିଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନିଶ୍ଚିତତାରେ ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ଭାଗ୍ୟ

କଟକ ଅଫିସ୍‌,୧୨ା୩: ଓଡ଼ିଶାରେ ଚିଟ୍‌ଫଣ୍ଡ ଏକ ରାଜନୈତିକ ପ୍ରସଙ୍ଗ ହୋଇଆସିଛି। ସରକାରଙ୍କୁ ଘେରିବା ପାଇଁ ବିରୋଧୀମାନେ ଚିଟ୍‌ଫଣ୍ଡ ଅସ୍ତ୍ରକୁ ପୂର୍ବରୁ ବ୍ୟବହାର କରିଛନ୍ତି। ଏହାକୁ ଦୃଷ୍ଟିରେ...

ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ବିପର୍ଯ୍ୟୟ ରାଜସ୍ବ ସଚିବ: ପଚାରି ବୁଝିଲେ ରୋଗୀଙ୍କ ସମସ୍ୟା

ଖୋର୍ଦ୍ଧା ଅଫିସ,୬।୧୧: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ବିପର୍ଯ୍ୟୟ ରାଜସ୍ବ ସଚିବ ନିକୁଞ୍ଜ ବିହାରୀ ଧଳ ବୁଧବାର ପୂର୍ବାହ୍ନରେ ପହଞ୍ଚି ରୋଗୀ ସେବା ବିଷୟରେ...

ନର୍ସ ନୀହାରିକା ହତ୍ୟା ମାମଲାର ଭିନ୍ନ ମୋଡ଼: କଟକରେ କରାଯାଇଛି ହତ୍ୟା, ବାଇକ୍‌ରେ ନେବା ଦୃଶ୍ୟ ସିସିଟିଭିରେ କଏଦ

କଟକ ଅଫିସ/ଜଗତସିଂହପୁର ଅଫିସ,୨୧।୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ପ୍ରଥମେ ତାଙ୍କ ପ୍ରେମିକ ହାଜିପୁରର କିଶୋର...

ତାରିଣୀ ମନ୍ଦିର ରଙ୍ଗମରା କାମରେ ଅନିୟମିତତା

ଘଟଗାଁ, ୫ା୪(ଡି.ଏନ.ଏ): କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ଗତ ୬ ମାସ ହେଲା ଭାଙ୍ଗିଯାଇଛି। କାମଚଳା ଭାବେ ସମ୍ବଲପୁର ଡିଭିଜନାଲ...

ଝାଡ଼ାବାନ୍ତିକୁ ଆମନ୍ତ୍ରଣ କରୁଛି ୱାଟ୍‌କୋ

ଯାଜପୁର ରୋଡ,୧୨ା୮(ଡି.ଏନ.ଏ.): ଯାଜପୁର ଜିଲାର ବ୍ୟାସନଗର ପୌରାଞ୍ଚଳବାସୀଙ୍କୁ ନିୟମିତ ଭାବେ ଗୋଳିଆ ପାଣି ଯୋଗାଣ କରି ୱାଟକୋ ଝାଡ଼ାବାନ୍ତିକୁ ଆମନ୍ତ୍ରଣ କରୁଛି ବୋଲି ଚର୍ଚ୍ଚା ହେଉଛି।...

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

ପୁରୀ ଅଫିସ,୪ା୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶୁକ୍ରବାରଠାରୁ ଶ୍ରୀକ୍ଷେତ୍ର ସମେତ ଶ୍ରୀମନ୍ଦିରରେ ପଞ୍ଚକ ନୀତି ଆରମ୍ଭ ହେବ। ପଞ୍ଚକର ପ୍ରଥମ ଦିନ ଏକାଦଶୀ...

ଗଞ୍ଜେଇଟଣାକୁ ନେଇ ଝଗଡ଼ା, ସାଥୀ ଜଗୁଆଳି ଗିରଫ

ବଲାଙ୍ଗୀର ଅଫିସ,୭ା୧: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଅଇଁଲାଚୁଆଁ ଫାର୍ମହାଉସ ରାତି ଜଗୁଆଳି ରାତୁ ଭୁଏ (୨୪) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ହତ୍ୟାକାଣ୍ଡରେ ପୋଲିସ...

ଶିଳ୍ପାୟନର ଯକ୍ଷ୍ମା ଅବଦାନ

ଯାଜପୁର ଅଫିସ,୨୧।୭: ଯାଜପୁର ଜିଲାରେ ୧୯୯୫ରୁ ଦ୍ରୁତ ଶିଳ୍ପାୟନ ଘଟିଛି। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତା କୂଳରେ ୧୫ରୁ ଉର୍ଦ୍ଧ୍ୱ ଇସ୍ପାତ ଓ ସିମେଣ୍ଟ କାରଖାନା...

Advertisement
Archives

Model This Week