ପଟ୍ଟାମୁଣ୍ଡାଇରେ ବଢୁଛି ନକଲି ଔଷଧ କାରବାର

ପଟ୍ଟାମୁଣ୍ଡାଇ,୧୧।୧୦ (ସ୍ବ.ପ୍ର.):ରୋଗରୁ ଆରୋଗ୍ୟ ଲାଭ ପାଇଁ ମନୁଷ୍ୟ ସେବନ କରୁଥିବା ଔଷଧ ଏବେ ମୃତ୍ୟୁର କାରଣ ସାଜିପାରେ ଏହା କେହି କଳ୍ପନାରେ ସୁଦ୍ଧା ଭାବି ପାରିବେ ନାହିଁ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମଧ୍ୟ ନକଲି ଔଷଧ ବଜାରରେ ବିକ୍ରି ଓ ସପ୍ଲାଇ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ କୁହନ୍ତି, ରାଜ୍ୟ ବାହାରୁ ଆସୁଥିବା ନକଲି ଔଷଧ କେନ୍ଦ୍ରାପଡ଼ା ଜିଲାର ସମସ୍ତ ବ୍ଲକ ଅଞ୍ଚଳକୁ ସପ୍ଲାଇ କରାଯାଉଛି।
ନାମୀଦାମୀ କମ୍ପାନୀର ଆଣ୍ଟିବାୟୋଟିକ, ଜ୍ୱର, ଥଣ୍ଡା, ଡାଇବେଟିସ୍‌, କିଡ୍‌ନୀ, ହାର୍ଟ, ରକ୍ତଚାପ ପରି ରୋଗରୁ ମୁକ୍ତି ପାଇବାକୁ ଲୋକେ ଦୋକାନରୁ ଔଷଧ ନେଉଛନ୍ତି। ହେଲେ ନାମୀଦାମୀ କମ୍ପାନୀ ନଁାରେ ନକଲି ଔଷଧ ଯୋଗାଯାଇ ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଛି। କଟକ, ଭୁବନେଶ୍ୱର, ସମ୍ବଲପୁର ଆଦି ବିଭିନ୍ନ ସହରରେ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢାଉ କରାଯାଇ ଦୋକାନରେ ଥିବା ଔଷଧ ଯାଞ୍ଚ କରାଯାଉଛି। ମାତ୍ର ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗ ତଥା ବିଭାଗୀୟ ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକ ପ୍ରକାର ନୀରବତା ଅବଲମ୍ବନ କରିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଏହାଦ୍ୱାରା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିମ୍ନମାନର ଔଷଧ ସାଙ୍ଗକୁ ମିସ୍‌ ବ୍ରାଣ୍ଡେଡ୍‌ ଔଷଧ କାରବାର ବ୍ୟାପକ ପରିମାଣରେ ବଢି ଚାଲିଛି। ସାମାଜିକ କର୍ମୀ ପ୍ରମୋଦ ଜେନା କୁହନ୍ତି, ପଟ୍ଟାମୁଣ୍ଡାଇ ସମେତ ରାଜନଗର, ଆଳି, ମହାକାଳପଡ଼ାର ଗ୍ରାମାଞ୍ଚଳରେ ଏହି କାରବାର ଚାଲିଛି। କୋଲକାତାରୁ କେତେଜଣ ଅସାଧୁ ବ୍ୟବସାୟୀ ବିଭିନ୍ନ ନାମୀଦାମୀ କମ୍ପାନୀର ସିଲ୍‌ରେ ବେନାମୀ ଔଷଧ ଏହିସବୁ ଅଞ୍ଚଳକୁ ଛାଡୁଛନ୍ତି। ଫଳରେ ମୂଲ୍ୟବାନ ନାମୀଦାମୀ କମ୍ପାନୀ ଔଷଧ ମୂଲ୍ୟ ସହ ଏହା ସମାନ ରହୁଛି। ବେନାମୀ ଔଷଧ କମ୍ପାନୀଗୁଡିକ ବ୍ୟବସାୟୀମାନଙ୍କୁ ଅଧିକ ଲାଭ ଦେଉଛି। ଫଳରେ ଅଧିକ ଫାଇଦା ପାଇବା ଆଶାରେ ବ୍ୟବସାୟୀ ହୋଲ୍‌ସେଲ୍‌ ନାମରେ ଏହିସବୁ କମ୍ପାନୀର ଔଷଧ କିଣି ଗ୍ରାମାଞ୍ଚଳରେ ଥିବା ବେଆଇନ ଔଷଧ ଦୋକାନୀଙ୍କୁ ଦେଉଛନ୍ତି। ଗଁାରେ ଥିବା ବେନାମୀ ଦୋକାନୀ ଲୋକଙ୍କୁ ଏହି ଔଷଧ ବିକ୍ରି କରୁଛନ୍ତି। ଏଭଳି ଔଷଧ ପଟ୍ଟାମୁଣ୍ଡାଇ ସହରରେ ମଧ୍ୟ ବିକ୍ରି ଆରମ୍ଭ ହେଲାଣି। ଏ ନେଇ ମାସେ ପୂର୍ବରୁ ଡ୍ରଗ୍ସ ଇନ୍ସପେକ୍ଟ୍‌ର ପ୍ରଦେଶ ସାହୁ ଚଢାଉ ବେଳେ ଦୁଇ ପ୍ରକାରର ନକଲି ଔଷଧ ଧରାପଡିଥିଲା। ୨ଟି ଦୋକାନୀଙ୍କ ନିକଟରୁ ଜରିମାନା କରାଯାଇ ଲାଇସେନ୍ସ ରଦ୍ଦ କରାଯାଇଥିଲା।
ଜିଲାରେ ଥିବା ଭେଷଜ ନିରୀକ୍ଷକମାନେ ନିୟମିତ ଔଷଧ ଦୋକାନଗୁଡିକୁ ଯାଞ୍ଚ ନ କରିବା, ହୋଲ୍‌ସେଲଙ୍କ ଉପରେ ନଜର ନ ରଖିବା ଏହି କାରବାରକୁ ବେଶ୍‌ ପ୍ରୋତ୍ସାହିତ କରୁଛି। ଏହାଦ୍ୱାରା ନକଲି ନିମ୍ନମାନର ଔଷଧ ଖାଇ ଲୋକମାନଙ୍କ ରୋଗ ଭଲ ହେବା ପରିବର୍ତ୍ତେ ବିଳମ୍ବ ହେଉଛି। ବୃଦ୍ଧିଜୀବୀ ବିଜୟ ସାହୁ କୁହନ୍ତି, ବର୍ତ୍ତମାନ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୩୦୦ରୁ ଅଧିକ ଔଷଧ ଦୋକାନ ସାଙ୍ଗକୁ ହୋଲ୍‌ସେଲର ମଧ୍ୟ ରହିଛନ୍ତି। ଏ ନେଇ କେତେଗୋଟି ଦୋକାନକୁ ଛାଡ଼ି ଦେଲେ ଅନ୍ୟମାନେ ଲାଇସେନ୍ସ ମଧ୍ୟ କରିନାହାନ୍ତି। କାହା ଉପରେ ଲୋକେ ଭରସା କରିବେ, ଡାକ୍ତର ନା ଔଷଧ ଉପରେ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ହେଉଛି। ଏଭଳି ବେଆଇନ କାରବାର ପଛରେ ବ୍ୟାପକ ଅର୍ଥ ଲଗାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଡ୍ରଗ୍ସ ଇନ୍ସପେକ୍ଟର ୍‌ସାହୁଙ୍କୁ ପଚାରିବାରେ ଯାଞ୍ଚ ଜାରି ରହିଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri