ଜୈବବିବିଧତା କ୍ଷେତ୍ରରେ ଟିଏସ୍‌ଏମ୍‌ଏଲ୍‌ ସମ୍ମାନିତ

ଭୁବନେଶ୍ୱର,୧୧।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌)କୁ ‘ଗ୍ରୋ ଉଇଥ୍‌ ନେଚର’ ଏବଂ ‘ନେଚର ଆଣ୍ଡ ୱାଇଲ୍ଡ ଲାଇଫ୍‌ କଞ୍ଜରଭେଶନ୍‌ ସୋସାଇଟି ଅଫ୍‌ ଓଡ଼ିଶା’ (ଏନ୍‌ଡବ୍ଲ୍ୟସିଏସ୍‌ଓ) ପକ୍ଷରୁ ସମ୍ମାନିତ କରାଯାଇଛି। ବିଶେଷକରି ଜୈବବିବିଧତାର ସଂରକ୍ଷଣ ଦିଗରେ କମ୍ପାନୀ ବ୍ୟାପକ ପଦକ୍ଷେପ ନେଇଛି। ଏପରିକି ପରିବେଶ ସମ୍ପର୍କିତ ସଚେତନତା ସୃଷ୍ଟି ଓ ସ୍ଥାନୀୟ ଲୋକଙ୍କ ସହଯୋଗ ଦ୍ୱାରା ପରିବେଶ ସଂରକ୍ଷଣରେ ସକ୍ରିୟ ଯୋଗଦାନ ପାଇଁ କମ୍ପାନୀକୁ ଏଭଳି ଏକ ସମ୍ମାନ ପ୍ରଦାନ କରାଯାଇଛି। ଅପରପକ୍ଷରେ ୬୮ତମ ବନ୍ୟଜନ୍ତୁ ସପ୍ତାହ ପାଳନ ଅବସରରେ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟର ସହଭାଗିତାରେ ଏନ୍‌ଡବ୍ଲ୍ୟୁସିଏସ୍‌ଓ ପକ୍ଷରୁ ‘ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଦାୟିତ୍ୱବାନ ଅଂଶୀଦାରମାନଙ୍କ ଯୋଗଦାନ’ ସମ୍ପର୍କିତ ଏକ ଜାତୀୟସ୍ତରର କର୍ମଶାଳାରେ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଟିଏସ୍‌ଏମ୍‌ଏଲ୍‌ ପକ୍ଷରୁ କମ୍ପାନୀର ସହକାରୀ ମହାପ୍ରବନ୍ଧକ ଦେବରାଜ ତିୱାରୀ ଉକ୍ତ ପୁରସ୍କାର ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍‌) ଡ. ଅରୁଣ କୁମାର ମିଶ୍ର ଏବଂ ଏନ୍‌ଡବ୍ଲ୍ୟୁସିଏସ୍‌ଓର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କଠାରୁ ଗ୍ରହଣ କରିଥିଲେ। ଉକ୍ତ କର୍ମଶାଳାରେ ଏନ୍‌ଡବ୍ଲ୍ୟୁସିଏସ୍‌ଓ ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍‌ସାଇନରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୭।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସନ୍‌ସାଇନ ହସ୍ପିଟାଲ ଲକ୍ଷ୍ମୀସାଗର, ଭୁବନେଶ୍ୱରକୁ ଆଉ ଏକ ବିରଳ ଅସ୍ତ୍ରୋପଚାରର ସଫଳତା ମିଳିଥିବା ଜଣାପଡ଼ିଛି। ଏପରିକି ଇଣ୍ଡୋ-ତୁର୍କୀ-କୋରିଆନର ମିଳିତ...

ଚିନ୍ତା ବଢାଉଛି ସହରାଞ୍ଚଳ ବେକାରି

ନୂଆଦିଲ୍ଲୀ,୨୨।୬: କୋଭିଡ-୧୯କୁ ନିୟନ୍ତ୍ରଣ କରିବା ଲାଗି କଟକଣା କୋହଳ ହୋଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ରଖି ସବୁ କିଛି କାର୍ଯ୍ୟ ସମ୍ପାଦନ ହେଉଛି। ବର୍ତ୍ତମାନ ଯାଏ...

ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତିର ଅଭିବୃଦ୍ଧି

ନୂଆଦିଲ୍ଲୀ,୨୦।୮: ଚଳିତ ବର୍ଷ ଜୁଲାଇରେ ମୁଖ୍ୟତଃ କେତେକ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ କୃଷି ଏବଂ ଗ୍ରାମାଞ୍ଚଳର ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଯଥାକ୍ରମେ...

ଚାଇନାକୁ ପୁଣି ବଡ଼ ଝଟ୍‌କା: ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ ଡିଲିଟ୍‌

ଓ୍ବାଶିଂଟନ୍‌, ୬।୮: ଚାଇନାକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଗୁଗଲ ପକ୍ଷରୁ ଚାଇନାର ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଡିଲିଟ୍‌ କରିଛି। ଏପ୍ରିଲ୍‌ରୁ ଜୁନ୍‌ ମାସ...

ଅଣ ସଙ୍ଗଠିତ କ୍ଷେତ୍ରର ୪୦ କୋଟି ନିଯୁକ୍ତି ପ୍ରତି ବିପଦ

ନୂଆଦିଲ୍ଲୀ,୮।୪: କରୋନା ଯୋଗୁ ଦେଶର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ୮୦ ହଜାର ଲୋକ ଚାକିରି ହରାଇବାର ଆଶଙ୍କା କରାଯାଇଛି। ସେହିଭଳି ଅଣ ସଙ୍ଗଠିତ କ୍ଷେତ୍ରର ୪୦...

ଘରେ ସାମଗ୍ରୀ ପହଞ୍ଚାଉଛି ବିଗ୍‌ ବଜାର

ମୁମ୍ବାଇ,୨୬। ୩: ଲକ୍‌ଡାଉନ ଘୋଷଣା ଲାଗି ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀଗୁଡିକ ସେମାନଙ୍କ ସେବାକୁ ବନ୍ଦ ଘୋଷଣା କରିଛନ୍ତି। ଏହି ସମୟରେ ପ୍ରମୁଖ ସୁପରମାର୍କେଟ ଚେନ୍‌...

ଏମ୍‌ଏସ୍‌ଏମ୍‌ଇଙ୍କଠୁ ୫୦% ସାମଗ୍ରୀ କିଣନ୍ତୁ ରାଜ୍ୟ ପିଏସ୍‌ୟୁ

ଭୁବନେଶ୍ୱର,୧୩-୮(ବ୍ୟୁରୋ): କେନ୍ଦ୍ରୀୟ ପିଏସ୍‌ୟୁଗୁଡିକ ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ( ଏମ୍‌ଏସ୍‌ଏମ୍‌ଇ) ଗୁଡିକଠାରୁ ୨୫% ସାମଗ୍ରୀ କିଣିବା ପାଇଁ ସରକାର ନୀତି ଆଣିଛନ୍ତି। ମାତ୍ର ରାଜ୍ୟସ୍ତରରେ ସେମାନଙ୍କୁ...

କୋଭିଡ୍‌ ଟିକା ଲାଗି ୫୦ ହଜାର କୋଟି ବ୍ୟବସ୍ଥା ହୋଇପାରେ

ମୁମ୍ବାଇ: ବଜେଟ ୨୦୨୧-୨୨ରେ ସରକାର କୋଭିଡ୍‌-୧୯ ଟିକା ଦେବା ଲାଗି ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟବସ୍ଥା କରିପାରନ୍ତି। ୟୁବିଏସ୍‌ ପକ୍ଷରୁ ଏ...

Advertisement
Archives

Model This Week