Categories: ବାଣିଜ୍ୟ

ଓଡ଼ିଶା-ଭିଏତ୍‌ନାମ୍‌ ମଧ୍ୟରେ ସୁଦୃଢ଼ ହେବ ବାଣିଜ୍ୟ କାରବାର

ଭୁବନେଶ୍ୱର,୨୭।୯: ବର୍ତ୍ତମାନର ପରିସ୍ଥିତିରେ ବ୍ୟବସାୟିକ କ୍ଷେତ୍ରକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏପରିକି ଆନ୍ତର୍ଜାତିକ ଟ୍ରେଡ ପ୍ରମୋସନ (ଆଇଟିପି) କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଓଡିଶା ଏବଂ ଭିଏତନାମ ସରକାରଙ୍କ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଫଳରେ ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଉଭୟ ଦେଶର ବାଣିଜ୍ୟ କାରବାର ସୁଦୃଢ ହେବ ବୋଲି କୁହାଯାଇଛି। ଅପରପକ୍ଷରେ ଭାରତର କନସଲ୍‌ ଜେନେରାଲ, ହୋ ଚି ମିନ୍‌ ସିଟି ଭିଏତନାମ୍‌ ଏବଂ ଡ ମଦନ ମୋହନ ସେଠୀଙ୍କ ନିମନ୍ତ୍ରଣରେ ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଉକ୍ତ ବୈଠକ ପରିପ୍ରେକ୍ଷୀରେ ଯୋଗଦେଇଥିଲେ। ସେହିଭଳି ଓଡିଶାର ପ୍ରତିନିଧିମଣ୍ଡଳୀରେ ଏମଏସଏମଇ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ, ପର୍ଯ୍ୟଟନ ବିଭାଗ, ହସ୍ତତନ୍ତ ଏବଂ ବୟନଶିଳ୍ପ ଆଦି ବିଭାଗର ଅଧିକାରୀମାନେ ସାମିଲ୍‌ ଥିଲେ। ଉକ୍ତ ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଉଭୟ ପକ୍ଷଙ୍କ ମଧ୍ୟରେ କିପରି ଭଲ ବେପାର ଓ କାରବାର ବଢିବ ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ଭିଏତନାମରୁ ଆସିଥିବା ଶିଳ୍ପପତିମାନେ ଓଡିଶାର ପ୍ରତିନିଧିଙ୍କ ସହ ନିଜ ନିଜର ବ୍ୟବସାୟ ସମ୍ପର୍କରେ ଆଲୋଚନା କରିଥିଲେ।

Share