ବିନା ଲାଇସେନ୍ସ, କାଗଜପତ୍ରରେ ଗଡୁଛି ଟ୍ରାକ୍ଟର, ଗୋଟିଏ ରେଜିଷ୍ଟ୍ରେଶନ ନମ୍ବରରେ ଏକାଧିକ ଗାଡ଼ି

ଧର୍ମଶାଳା,୧୨ା୩(ଶିବ ପ୍ରସାଦ ମହାନ୍ତି): ପରିବହନ ବିଭାଗ ପକ୍ଷରୁ ନିୟମ ଅନେକ ରହିଥିଲେ ସୁଦ୍ଧା ତାହା ଟ୍ରାକ୍ଟରଗୁଡ଼ିକ ପାଇଁ ସଠିକ୍‌ ଭାବରେ ପାଳନ କରାଯାଉନାହିଁ। ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି । ଟ୍ରାକ୍ଟରଗୁଡ଼ିକ ବିନା ଫିଟନେସ୍‌,ଇନ୍‌ସ୍ୟୁରାନସ୍‌ ଓ ପରମିଟ୍‌ରେ ରାସ୍ତାରେ ଚାଲୁଛି। ସରକାରୀ ନିୟମକୁ ଉଲଘଂନ କରି ଚଳାଇ ଆସୁଛନ୍ତି ଶହଶହ ଟ୍ରାକ୍ଟର। କେବଳ ଏତିକି ନୁହେଁ ବରଂ
ଛୋଟ ଛୋଟ ପିଲା ଯାହାଙ୍କ ବୟସ ୧୮ବର୍ଷରୁ କମ୍‌ ସେମାନେ ଲୋଡ ଟ୍ରାକ୍ଟର ଧରି ଦ୍ରୁତଗତିରେ ଗାଡ଼ି ଚାଳନା କରୁଥିଲେ ବି ପ୍ରଶାସନ ଏ ସବୁକୁ ନଜର ଅନ୍ଦାଜ କରି ଆସୁଛି । ଯଦି ବି କେବେ କେମିତି ପ୍ରଶାସନ ଦୃଷ୍ଟିରେ ଆସି ଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ ବଦଳରେ ଲାଞ୍ଚ କାରବାରରେ ଛଡ଼ା ଯାଉଥିବା ଅଭିଯୋଗ ହୋଇଛି। ଯାହା ଫଳରେ ପିଲାଙ୍କ ହାତରେ ମାଲିକ ଗାଡ଼ି ଧରେଇ କମ୍‌ ଟଙ୍କା ଦରମା ଦେଇ ରାସ୍ତାରେ ଯାଉଥିବା ପଥିକ ଏବଂ ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଛି। ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଖଣି ଖାଦାନ ଓ ବାଲି ପାଇଁ ସବୁ ସମୟରେ ମାଲ ପରିବହନ ଗାଡ଼ିଗୁଡ଼ିକ ଉପରେ ବିଶେଷ ଭାବେ ନିର୍ଭର କରିବାକୁ ପଡ଼ିଥାଏ। କିନ୍ତୁ ଛୋଟଛୋଟ ପିଲାଙ୍କ ହାତରେ ଗାଡ଼ି ଏକ ବଡ ଚିନ୍ତାର ବିଷୟ ପାଲଟିଛି।

ଅନ୍ୟପକ୍ଷରେ ଟ୍ରାକ୍ଟର ଗାଡ଼ି ଚଳାଉଥିବା ଚାଳକଙ୍କ ପାଖେ ଲାଇସେନ୍ସ ନ ଥିବା ଏବଂ ମଦ୍ୟପାନ କରି ଚଲାଉଥିବା ସତ୍ତ୍ୱେ ପ୍ରଶାସନର କୌଣସି ନିଘା ନ ଥିବା ଦେଖିବାକୁ ମିଳୁଛି। ସ୍କୁଲ, କଲେଜ, ଟ୍ୟୁଶନ ପାଇଁ ଛୋଟ ବଡ଼ ପିଲାମାନେ ମଧ୍ୟ ଯାଇଥାନ୍ତି। ମାତ୍ର ମନମୁଖୀ ଭାବେ କିଛି ଟ୍ରାକ୍ଟର ଯାତାୟାତ କରୁଥିବାରୁ ସମସ୍ତଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଆଲୋଚନା ହେଉଛି।

ସେହିପରି ଯାହାର ଏକାଧିକ ଟ୍ରାକ୍ଟର ଅଛି ସେମାନଙ୍କ ମଧ୍ୟରୁ କିଛି ଗାଡ଼ି ମାଲିକ ଚତୁରତା କରି ଗୋଟିଏ ରେଜିଷ୍ଟେଶନ ନମ୍ବରରେ ଏକାଧିକ ଟ୍ରାକ୍ଟର ଚଳାଉଥିବା ମଧ୍ୟ ଖବର ମିଳିଛି। ଏକାଧିକ ଗାଡ଼ିର ଟ୍ୟାକ୍ସ, ଫିଟନେସ୍‌ ଓ ଇନ୍‌ସ୍ୟୁରାନ୍ସ କରାଯାଉନାହିଁ। ଯାହା ଫଳରେ ସରକାରୀ ନିୟମର ଖୁଲମଖୁଲା ଉଲ୍ଲଘଂନ କରାଯାଉଛି। ଏହା ଉପରେ ପରିବହନ ମନ୍ତ୍ରୀ ଦୃଷ୍ଟି ଦେବା ସହ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ସରିଯିବ କି ଗ୍ୟାସ? ଜାଣନ୍ତୁ କ’ଣ କହିଲେ ବିଧାୟକ

ଭୁବନେଶ୍ୱର,୧୨।୩: ସାଧାରଣ ଖାଉଟୀଙ୍କ ରୋଷେଇ ଘରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ସିଧା ଅଭାବ ପଡିଛି। ଏଲପିଜି ସିଲିଣ୍ଡରର ଅଭାବ ପାଇଁ ଅଚଳାବସ୍ଥା ସୃଷ୍ଟି ହେଲାଣି। ଯୁଦ୍ଧ ପ୍ରଭାବରୁ ଗ୍ୟାସ…

ଆର୍‌ଏନ୍‌. ରବି ପଶ୍ଚିମବଙ୍ଗର ୨୨ତମ ରାଜ୍ୟପାଳ ଭାବେ ନେଲେ ଶପଥ

କୋଲକାତା,୧୨।୩: କୋଲକାତା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସୁଜୟ ପାଲ୍‌ କୋଲକାତାସ୍ଥିତ ଲୋକଭବନରେ ଆର୍‌.ଏନ୍‌. ରବିଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଶପଥ ପାଠ କରାଇଛନ୍ତି। ଶପଥ ପାଠ…

ନବରାତ୍ରୀ ପୂର୍ବରୁ ସୃଷ୍ଟି ହେଉଛି ରାଜଯୋଗ, ମେଷ-ମିଥୁନ ସମେତ ଏହି ରାଶିର ବ୍ୟକ୍ତି ହେବେ ମାଲାମାଲ୍!

ରାଜଯୋଗ ଏବଂ ଧନ ଯୋଗର ଗ୍ରହ ସୂର୍ଯ୍ୟ, ଏହି ମାସର ୧୫ ତାରିଖରେ ନିଜର ରାଶି ପରିବର୍ତ୍ତନ କରିବେ। ପ୍ରାୟ ୧ଟା୦୮ ସମୟରେ, ସୂର୍ଯ୍ୟ କୁମ୍ଭ ରାଶିରୁ…

ଭାରତ-ପାକିସ୍ତାନ ସମେତ ୨୦ ଦେଶ ଉପରେ ଟଙ୍କା ବର୍ଷା କଲା ICC, ପ୍ରତ୍ୟେକ ଦଳକୁ କେତେ ଟଙ୍କା ମିଳିଲା… ଜାଣନ୍ତୁ

ନୂଆଦିଲ୍ଲୀ,୧୨।୩: ୨୦୨୬ ଟି ୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହୋଇଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ଟାଇଟଲ ଜିତିଥିଲା। ୨୦୨୬ ଟି…

ଡିକିରୁ ନେଇଗଲେ ୬୦ ଗ୍ରାମ ସୁନା, ୧ ଲକ୍ଷ ୪୪ ହଜାର ଟଙ୍କା

ବାଲୁଗାଁ: ଖୋର୍ଦ୍ଧା ଜିଲା ବାଲୁଗାଁ ଇଞ୍ଜନପୁର ଛକରେ ଗୁରୁବାର ଏକ ବଡ଼ ଧରଣର ଳୁଟ ହୋଇଛି। ୩ଜଣ ଦୁବୃର୍ତ୍ତ ଜଣେ ସ୍କୁଟି ଚାଳକଙ୍କୁ ଅଟକାଇ ସ୍କୁଟି ଡିକିରେ…

ସି-ସୋର ଚିଟ୍‌ଫଣ୍ଡ କେଳେଙ୍କାରୀ ମାମଲା: ପୂର୍ବତନ ଏମ୍‌ପିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ,୧୨ା୩(ପ୍ରଭୁକଲ୍ୟାଣ ପାଲ): ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ୍‌ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ବାଲେଶ୍ୱରର ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନାଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି। ତାଙ୍କୁ ପୂର୍ବରୁ ମିଳିଥିବା…

‘ମୁଖ୍ୟମନ୍ତ୍ରୀ ମୋ ପାଇଁ କୃଷ୍ଣ’, ନୀତୀଶ କୁମାରଙ୍କ ନାମ ନେବାରୁ କାହିଁକି କାନ୍ଦି ଉଠିଲେ ମହିଳା ମନ୍ତ୍ରୀ, ଜାଣନ୍ତୁ ଏହା ପଛର କାରଣ

ପାଟନା,୧୨।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ନିଷ୍ପତ୍ତି ଦଳୀୟ କର୍ମୀ ଏବଂ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।…

ସରକାର ମୋ କଥା ଶୁଣିବା ଉଚିତ୍…ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୨।୩: ଗୁରୁବାର ଦିନ ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ଗ୍ୟାସ ସିଲିଣ୍ଡରକୁ ନେଇ ପ୍ରତିବାଦ କରିଥିଲେ। ମୁଲତବୀ ପରେ, ବିରୋଧୀ ଏମପିମାନେ ସଂସଦ ପରିସରରେ ସ୍ଲୋଗାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri