Categories: ଫୁରସତ

ଟ୍ରାକ୍ଟର ସାଇଲେନ୍ସର, କ୍ଷୀର କେନ୍‌ରେ ବାଇକ୍‌

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କି ଜଣେ ଯୁବକ ବାଇକ୍‌ ତିଆରି କରିଛନ୍ତି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହି ବାଇକ୍‌ରେ ଯୁବକ ଜଣକ ଟ୍ରାକ୍ଟରର ସାଇଲେନ୍ସର ଏବଂ କ୍ଷୀର କେନ୍‌ ବ୍ୟବହାର କରିଛନ୍ତି। ସେ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଯାଇଥିବାବେଳେ ସେଠାରେ ଉପସ୍ଥିତ ଲୋକେ ତାଙ୍କର ଏପରି ଅଜବ ବାଇକ୍‌କୁ ଦେଖି ଚକିତ ହୋଇଥିଲେ ମଧ୍ୟ ପ୍ରଶଂସା କରିଥିଲେ। ତେବେ ଭିଡିଓଟି ସୋସିଆଲ ମିଡିଆରେ ଗତ ନଭେମ୍ବରରେ ସୋସିଆଲ୍‌ ମିଡିଆରେ ଶେୟାର ହୋଇଥିଲା।

Share