ଟ୍ରାକ୍ଟର ଚକ ତଳେ ଗଲା ଜୀବନ, ୨ ଗୁରୁତର

ନୂଆପଡ଼ା,୬ା୧ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ବୃଦ୍ଧିକୋମନା ପଞ୍ଚାୟତ ପଣ୍ଡରାପଥର ଗାଁରେ ସୋମବାର ଟ୍ରାକ୍ଟର ଚାପିଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପଣ୍ଡରାପଥର ଗାଁର ସଞ୍ଜୁ ମାଝି (୨୩) ଓ ୨ ଗୁରୁତର ଉକ୍ତ ଗାଁର ଗୁଣ୍ଡା ମାଝି(୨୫) ଓ ଦିନେଶ ମାଝି (୨୭)। ଅପରାହ୍ନ ୩ଟା ସମୟରେ ଏକ ଟ୍ରାକ୍ଟର ପଣ୍ଡରାପଥର ଗାଁରୁ କୌଣସି କାର୍ଯ୍ୟରେ କେନାଲ ରାସ୍ତାରେ ନାଏକପଡା ଆସୁଥିଲା। ଏହି ସମୟରେ କିଛି ସାମଗ୍ରୀ ସହ ସାଇକେଲରେ ଯାଉଥିବା ଜଣେ ଲୋକଙ୍କୁ ସାଇଡ ଦେବାକୁ ଯାଇ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟରରେ ବସିଥିବା ସଞ୍ଜୁଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁଣ୍ଡା ଓ ଦିନେଶ ଆହତ ହୋଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନ ଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ‘କାଶ୍ମୀର’ରେ ସାଇକେଲ୍ ଧରି ବୁଲୁଛନ୍ତି ଜର୍ମାନ ଦମ୍ପତି, ବିଭୋର କରୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ଦାରିଙ୍ଗବାଡି,୭।୧: କନ୍ଧମାଳ ଜିଲାର ପାହାଡ଼ିଆ ଅଞ୍ଚଳ ଦାରିଙ୍ଗବାଡ଼ି, ଯାହାକୁ ‘ଓଡ଼ିଶାର କାଶ୍ମୀର’ କୁହାଯାଏ, ସେଠାରେ ଏବେ ଜର୍ମାନୀର ଏକ ପର୍ଯ୍ୟଟକ ଦମ୍ପତି ସାଇକେଲ ଯାତ୍ରାର ମଜା...

୧୮୨ କେଜି ଭାଙ୍ଗ ଜବତ କଲା ଅବକାରୀ ବିଭାଗ; ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଏବଂ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ବ୍ଳକର ପୃଥକ ସ୍ଥାନରେ...

Makar Sankranti ୨୦୨୬: ମକର ସଂକ୍ରାନ୍ତିରୁ ମହାଲକ୍ଷ୍ମୀ ରାଜଯୋଗ, ଏହି ୪ ରାଶିର ବ୍ୟକ୍ତି…

ମକର ସଂକ୍ରାନ୍ତି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ ମଧ୍ୟରୁ ଗୋଟିଏ, ଯାହା ପ୍ରକୃତି ଏବଂ ବ୍ରହ୍ମାଣ୍ଡର ପରିବର୍ତ୍ତନର ପ୍ରତୀକ। ଏହି ପର୍ବ ବିଶ୍ୱରେ ପ୍ରାକୃତିକ...

kathua Encounter: ଜମ୍ମୁ-କାଶ୍ମୀରର କଠୁଆରେ ଏନକାଉଣ୍ଟର, ଫସି ରହିଛନ୍ତି…

ନୂଆଦିଲ୍ଲୀ,୭।୧: ଜମ୍ମୁ କାଶ୍ମୀରର ଜମ୍ମୁ ଡିଭିଜନର କଠୁଆ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । ବିଲ୍ଲାୱାର ଅଞ୍ଚଳର କାମଦ...

ବସ୍‌ରେ ଚଢ଼ିବା ବେଳେ ଭ୍ୟାନିଟିରୁ ଲୁଟିନେଲେ ୩୦ ଲକ୍ଷର ସୁନାଗହଣା, ଥାନାରେ ପହଞ୍ଚିଲେ…

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ପୋଡ଼ାମାରି ରୋଡ଼ ଦାମୋଦର ନଗର ୨ୟ ଲେନରେ ରହୁଥିବା ଭୀଷ୍ମଗିରି ଗ୍ରାମର ଇ.ସସ୍ମିତା ପାତ୍ରଙ୍କ ଭ୍ୟାନିଟି...

ଆୟୁଷ୍ମାନ କାର୍ଡରେ ୧୫ ଲକ୍ଷର ଚିକିତ୍ସା କରାଯାଇପାରିବ କି? ମନରେ ଦ୍ୱନ୍ଦ୍ୱକୁ କରନ୍ତୁ ଦୂର…

ନୂଆଦିଲ୍ଲୀ,୭।୧: ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ପରିସରକୁ ବଢ଼ାଇ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ସମସ୍ତ ବରିଷ୍ଠ...

ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବାପା ଓ ପଡୋଶୀକୁ ହାଣି ହତ୍ୟା

ବାରିପଦା, ୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ କୁଶପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଆକ୍ରମଣରେ ବାପା ସହ...

ପିୟୁଷଙ୍କୁ କୋର୍ଟ ଝଟକା, ମଞ୍ଚ ଚଢ଼ିବା ବାରଣ

କଟକ,୭ା୧: ଚର୍ଚ୍ଚିତ ଖଳନାୟକ ତଥା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଏକ ଯାତ୍ରା ପାର୍ଟି ସହିତ ଚୁକ୍ତି ଖିଲାପ ଅଭିଯୋଗ ମାମଲାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri