ମୋହନା,୧୬ା୫(ମନ୍ମଥ ମିଶ୍ର): ମୋହନା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୋହନା ଥାନା ଅନ୍ତର୍ଗତ କିର୍ତିଂ ଗ୍ରାମର ନିଖିଲ ଦଳାଇ(୨୬)। ନିଖିଲ ଶିଙ୍କୁଳିପଦର ନିକଟସ୍ଥ ବିଜିପୁର ଗ୍ରାମକୁ କୌଣସି କାମରେ ଯାଉଥିବା ବେଳେ ବିଜିପୁର ଛକରେ ତାଙ୍କ ବାଇକ୍କୁ ଟ୍ରାକ୍ଟର ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ନିଖିଲଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ରାସ୍ତାରୁ ୧୫ ଫୁଟ ତଳକୁ ଖସି ଓଲଟି ପଡ଼ିଛି। ପରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଖବରପାଇ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠୀ ପହଞ୍ଚତ୍ ବାଇକ, ଟ୍ରାକ୍ଟରକୁ ଜବତ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି।