Categories: ବାଣିଜ୍ୟ

ବିଜିଆଇଟିଆଇ ସହ ଟିପିଏସ୍‌ଓଡିଏଲ୍‌ର ବୁଝାମଣା

ଭୁବନେଶ୍ୱର, ୩୧।୧୨: ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) ଏବଂ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଟାନ (ବିଜିଆଇଟିଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରୁ ପ୍ରଶିକ୍ଷଣ ସହ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଭ କରିଥିବା ଉତ୍ସାହୀ ଯୁବଗୋଷ୍ଠୀ (ଛାତ୍ରୀଛାତ୍ର)ଙ୍କୁ ଟିପିଏସ୍‌ଓଡିଏଲ୍‌ ସୁଯୋଗ ପ୍ରଦାନ କରିବ ବୋଲି କୁହାଯାଇଛି। ସେହିଭଳି କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ଏବଂ ଅଭିଜ୍ଞ (ସ୍କିଲ୍‌ ଡେଭେଲପମେଣ୍ଟ) ଛାତ୍ରୀଛାତ୍ରମାନେ ସେମାନଙ୍କର ଶିକ୍ଷା ସମାପ୍ତ ପରେ ଆବଶ୍ୟକ ଟ୍ରେନିଂ ସୁବିଧା ପାଇପାରିବେ। ଫଳରେ ଛାତ୍ରୀଛାତ୍ରମାନେ ଉଭୟ ଥିଓରି ଏବଂ ପ୍ରାକ୍ଟିକାଲ ବିଷୟର ଜ୍ଞାନକୁ ଅଧିକ ମାତ୍ରାରେ ବଢାଇପାରିବେ ବୋଲି ଉକ୍ତ ବୁଝାମଣାରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ଟିପିଏସ୍‌ଓଡିଏଲ୍‌ ଏବଂ ହିଞ୍ଜିଳିକାଟୁ ଶିଳ୍ପ ତାଲିମ ଅନୁଷ୍ଠାନ ବା ଆଇଟିଆଇ ହିଞ୍ଜିଳିକାଟୁ ମଧ୍ୟରେ ମଧ୍ୟ ସମାନ ବୁଝାମଣା ହୋଇଛି। ଏହି ପରିପ୍ରେକ୍ଷୀରେ ଟିପିଏସ୍‌ଓଡିଏଲ୍‌ର କର୍ପୋରେଟ କାର୍ଯ୍ୟାଳୟଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଟିପିଏସ୍‌ଓଡିଏଲ୍‌ର ସିଇଓ ଅମିତ କୁମାର ଗର୍ଗଙ୍କ ସମେତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ବ୍ରହ୍ମପୁରର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ଏବଂ ଶିଳ୍ପ ତାଲିମ ଅନୁଷ୍ଠାନ ହିଞ୍ଜିଳିକାଟୁର ଅଧ୍ୟକ୍ଷ ଇଂ. ରାଜେଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Share