ପ୍ରତିକୂଳ ଅବସ୍ଥାରେ ସେବା ପାଇଁ ଟିପିଏନ୍‌ଓଡିଏଲ୍‌ ପ୍ରତିବଦ୍ଧ

ବାଲେଶ୍ୱର (ମାନସ ବିଶ୍ୱାଳ), ୨୧।୬: ଗ୍ରୀଷ୍ମରେ ବଢିଛି ବିଦ୍ୟୁତ୍‌ ଚାହିଦା। ପ୍ରତିକୂଳ ଅବସ୍ଥାରେ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇବାରେ ଟାଟା ପାୱାର ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ଅବହେଳା କରିନାହଁି। ଏହି ସେବାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଗ୍ରାହକମାନଙ୍କ ସହଯୋଗର ଆବଶ୍ୟକ ରହିଥିବା ବାଲେଶ୍ୱର ଜିଲା ରେମୁଣା ଗୋଲେଇସ୍ଥିତ ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସିଇଓ ଭାସ୍କର ସରକାର କହିଛନ୍ତି।
ସାରା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ପ୍ରଭାବରେ ଚଳିତବର୍ଷ ଟିପିଏନ୍‌ଓଡିଏଲ୍‌ର ପରିଚାଳନା କ୍ଷେତ୍ରରେ ବିଦ୍ୟୁତ ଚାହିଦା ଅସ୍ବାଭାବିକ ସ୍ତରକୁ ବୃଦ୍ଧି ପାଇଛି। ଚଳିତବର୍ଷ ଜୁନ୍‌ରେ ବିଦ୍ୟୁତ ଚାହିଦା ୧୨୭୯ ମେଗାୱାଟ୍‌କୁ ବୃଦ୍ଧି ପାଇଥିବା ଟିପିଏନ୍‌ଓଡିଏଲ୍‌ର ପରିଲକ୍ଷିତ ହୋଇଛି, ଯାହା ୨୦୨୨-୨୩ ଆର୍ଥିକ ବର୍ଷର ୧୧୫୪ ମେଗାୱାଟ୍‌ର ପିକ୍‌ ଡିମାଣ୍ଡ୍‌ (ଶୀର୍ଷ ଚାହିଦା) ତୁଳନାରେ ୧୦.୯୧% ଅଧିକ। ତାପମାତ୍ରାରେ ବୃଦ୍ଧି ପାଇଁ ଟିପିଏନ୍‌ଓଡିଏଲ୍‌ ପରିଚାଳନା କ୍ଷେତ୍ରରେ ବିଦ୍ୟୁତ ଚାହିଦାରେ ଏହି ବୃଦ୍ଧି ଘଟିଥିବା ବେଳେ ଟିପିଏନ୍‌ଓଡିଏଲ୍‌ର ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ପିଏସ୍‌ସିସି) ସଂଗ୍ରହ କରିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ଗତ ୩ ବର୍ଷ ଭିତରେ ୨୦୨୩ ସବୁଠୁ ଉତ୍ତପ୍ତ ସାବ୍ୟସ୍ତ ହୋଇଛି। ଚଳିତ ବର୍ଷ ଜୁନ୍‌ ୧୪ରେ ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୬.୫ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ଼ କରାଯାଇଥିଲା। ସେହିପରି ଅନ୍ୟ ସବୁ ଜିଲାରେ ମଧ୍ୟ ଅତ୍ୟଧିକ ତାପମାତ୍ରା ଅନୁଭୂତ ହେଉଛି। ଫଳରେ ଟିପିଏନ୍‌ଓଡିଏଲ୍‌ ଅଞ୍ଚଳରେ ବାରମ୍ବାର କାଳବୈଶାଖୀ ହେଉଛି। ଏହି କାଳବୈଶାଖୀ ଦ୍ୱାରା ଟିପିଏନ୍‌ଓଡିଏଲ୍‌ର ଲାଇସେନ୍ସପ୍ରାପ୍ତ ଅଞ୍ଚଳର ବିଦ୍ୟୁତ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆହ୍ବାନପୂର୍ଣ୍ଣ ଜଳବାୟୁ ସ୍ଥିତି ସତ୍ତ୍ୱେ ଟିପିଏନ୍‌ଓଡିଏଲ୍‌ର ଉତ୍ସର୍ଗୀକୃତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ, ଲାଇନ୍‌ମ୍ୟାନ୍‌ ଓ ଇଞ୍ଜିନିୟରମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ସମସ୍ତ ଗ୍ରାହକଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରୁଛନ୍ତି। କାଳବୈଶାଖୀ ଘଟିବା ସମୟରେ ଦୁର୍ଗମ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ଯୋଗାଣକୁ ସ୍ବାଭାବିକ କରିବା ସମୟରେ ସେମାନେ ଭାଙ୍ଗିପଡ଼ିଥବା ଗଛ, ଉପୁଡ଼ି ଯାଇଥିବା ବିଦ୍ୟୁତ ଖୁଣ୍ଟ, ଗୁଡ଼ାଇତୁଡ଼ାଇ ହୋଇଥିବା ବିଦ୍ୟୁତ ପ୍ରବାହିତ ତାର, ଦବିଯାଇଥିବା ସଡ଼କ ଓ ଏଭଳିକି ଗ୍ରାହକମାନଙ୍କ ରୋଷ ଭଳି ଆହ୍ବାନକୁ ସାମ୍ନା କରୁଛନ୍ତି। ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବା ଏବଂ ଆହ୍ବାନପୂର୍ଣ୍ଣ ସମୟରେ ମଧ୍ୟ ମୂଲ୍ୟବାନ ଗ୍ରାହକଙ୍କ ଆଶାକୁ ପୂରଣ କରି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଟିପିଏନ୍‌ଓଡିଏଲ୍‌ ପ୍ରତିବଦ୍ଧ ରହିଥିବା କହିଥିଲେ। ଖବରଦାତା ସମ୍ମିଳନୀରେ ଟିପିଏନ୍‌ଓଡିଏଲ୍‌ର ଏଚ୍‌ଆର୍‌ ଚିତ୍ତରଞ୍ଜନ ପ୍ରଧାନ ଏବଂ ଅପରେସନ୍‌ ଚିଫ୍‌ ନିନେଶ ଫଟଫଡ଼େ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri