ପ୍ରଶିକ୍ଷଣ ଦେଇ ପୁରସ୍କୃତ କଲା ଟିପିଏନ୍‌ଓଡିଏଲ୍‌

କେନ୍ଦୁଝର, ୨୬।୪(ସ୍ବ.ପ୍ର.) ଟାଟାପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏନଓଡିଏଲ୍‌) ପକ୍ଷରୁ ଚଳିତମାସ ୬ତାରିଖରେ ବାରିପଦା ଓ ୨୦ ତାରିଖରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ କେନ୍ଦୁଝର ସଂସ୍କୃତି ଭବନ ଅଡିଟୋରିୟମ୍‌ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା। ଟିପିଏନ୍‌ଓଡିଏଲ୍‌ର ନିରାପତ୍ତା ଅଧିକାରୀ ଗୌରିଶ ଧ୍ରୁବେଙ୍କ ଦ୍ୱାରା ଏକ ନିରାପତ୍ତା ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଆନନ୍ଦପୁର, ଯୋଡ଼ା ଓ କେନ୍ଦୁଝର ଡିଭିଜନ୍‌ର ୧୦୪ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ୩ ଡିଭିଜନ୍‌ରେ ମହିଳାମାନଙ୍କୁ ମିଟରିଂ, ବିଲିଂ ଓ ବିଦ୍ୟୁତ ବିଲ୍‌ ସଂଗ୍ରହ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ସମସ୍ତ ଡବ୍ଲ୍ୟୁଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ‘ଉର୍ଜା ସଖୀ’ ବ୍ରାଣ୍ଡର ଏମ୍‌ବିସି କିଟ୍‌ ଦିଆଯାଇଛି। ସେହି କିଟ୍‌ ବ୍ୟାଗ୍‌ରେ ରହିଛି ଏକ ଟର୍ଚ୍ଚ, ଏକ ଛତା, ଏକ ନୋଟ୍‌ପ୍ୟାଡ୍‌, ଏକ ପେନ୍‌ ଓ ଏକ ପରିଚୟପତ୍ର। କେନ୍ଦୁଝର ସଂସ୍କୃତି ଭବନ ଅଡିଟୋରିୟମ୍‌ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ କେନ୍ଦୁଝର ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଟିପିଏନ୍‌ଓଡିଏଲ୍‌ର ସିଇଓ ଭାସ୍କର ସରକାର ଯୋଗଦେଇ ବିଲିଂ ଓ କଲେକ୍ସନ ପ୍ରଦର୍ଶନରେ ଉର୍ଜା ସଖୀଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ଆମେ ଖୁସି ଯେ ସେମାନଙ୍କ ପାଇଁ ଦରକାର ହେଉଥିବା ସମସ୍ତ ପ୍ରଶିକ୍ଷଣ ଦେଇ ଆମେ ସେମାନଙ୍କୁ ସଶକ୍ତ କରିପାରିଛୁ। ସେମାନଙ୍କ ନିରନ୍ତର ଉଦ୍ୟମ ପାଇଁ ଉର୍ଜା ସଖୀ ଟିପିଏନ୍‌ଓଡିଏଲ୍‌ରେ ସର୍ବଦା ଗର୍ବର ସ୍ଥାନ ବଜାୟ ରଖିବେ ବୋଲି ପ୍ରକାଶ କରିଥିଲେ। ଚିଫ୍‌ ଅପରେଶନ୍‌ ଦୁଷ୍ୟନ୍ତ କୁମାର ତ୍ୟାଗି, ଇଞ୍ଜିନିୟରିଂ ଓ ପ୍ଲାନିଂ ମୁଖ୍ୟ ନିଲେଶ ଚନ୍ଦ୍ରକାନ୍ତ ପଟଫୋଡ଼େ, କେନ୍ଦୁଝରର ଏସ୍‌ଇ ନାରାୟଣ ଦାସ, ଟିପିଏନ୍‌ଓଡିଏଲ୍‌ର ସିଏସ୍‌ଆର୍‌ ମୁଖ୍ୟ ଦିଲୀପ କୁମାର ସାହୁ, ଏଜିଏମ୍‌ (ଇଲେକ୍ଟ୍ରିକାଲ) କ୍ଷୀରୋଦ ବେହେର ଉତ୍ସବରେ ଯୋଗଦେଇଥିଲେ। ଦିଲୀପ କୁମାର ସାହୁଙ୍କ ସଂଯୋଜନାରେ ଡବ୍ଲ୍ୟୁଏସ୍‌ଏଚ୍‌ଜିମାନଙ୍କୁ ନେଇ ଏକ ମାନସମନ୍ଥନ ସମାବେଶ ଆୟୋଜନ କରାଯାଇଥିଲା। ଟିପିଏନଓଡିଏଲ୍‌ର କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri