Categories: ବାଣିଜ୍ୟ

ଟିପିସିଓଡିଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୨୮।୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)ର ନୂତନ ଅଭିଯାନ ‘ଆଭାଶକ୍ତି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ମହିଳା ସଶକ୍ତୀକରଣ ଉପରେ କମ୍ପାନୀ ସର୍ବଦା ଦୃଢ଼ ଗୁରୁତ୍ୱାରୋପ କରିଥାଏ। ସମାଜର ରୂପାନ୍ତରଣରେ ମହିଳାମାନେ ନିର୍ବାହ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ବୀକୃତି ଦେଇ, ସେମାନଙ୍କୁ ବିଭିନ୍ନ ବିଷୟଭିତିକ ଗତିବିଧିରେ ଯୋଡ଼ି, ମହିଳାଙ୍କ ଜୀବନରେ ଉନ୍ନତି ଆଣିବାକୁ ଟିପିସିଓଡିଏଲ୍‌ ପ୍ରତିବଦ୍ଧ ରହିଛି। ସେହିଭଳି ଟିପିସିଓଡିଏଲ୍‌ର ମୂଳ ଉଦ୍ଦେଶ୍ୟ ଅନୁଯାୟୀ ମହିଳାମାନଙ୍କୁ ଅର୍ଥନୈତିକ ଓ ସାମାଜିକସ୍ତରରେ ସଶକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। ଏଭଳି ଏକ ପଦକ୍ଷେପ ହେଉଛି ବିଲିଂ ଓ କଲେକ୍ସନ କାର୍ଯ୍ୟ ପାଇଁ ‘ଆଭା ଶକ୍ତି’ ନାମରେ ପରିଚିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରିବା। ସେହିପରି ଆଭା ଶକ୍ତି ସଦସ୍ୟଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇ, ଟିପିସିଓଡିଏଲ୍‌ ପକ୍ଷରୁ ଅନୁଗୁଳ,ନୟାଗଡ଼ ଓ ବାଲୁଗାଁ ବିଦ୍ୟୁତ ଡିଭିଜନରେ ବାର୍ଷିକ ଆଭା ଶକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଡିଭିଜନର ୫୨୫ରୁ ଅଧିକ ଆଭାଶକ୍ତି ସଦସ୍ୟ ଅଂଶଗ୍ରହଣ କରିଥିଲେ ଏବଂ ସେଠାରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସେମାନଙ୍କ ନିଷ୍ଠା ଏବଂ ପରିଶ୍ରମ ପାଇଁ ସମ୍ମାନିତ କରାଯାଇଥିଲା।

Share