ଟିପିସିଓଡିଏଲ୍‌ର ଗ୍ରାହକ ସଚେତନତା ମାସ

ଭୁବନେଶ୍ୱର,୭।୪: ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ଏକ ମେଗା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ‘ଆପଣଙ୍କ ମିତ୍ର,ଆପଣଙ୍କ ସାଥିରେ’ର ଶୁଭାରମ୍ଭ କରାଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମ ଚଳିତ ବର୍ଷ ଏପ୍ରିଲ୍‌୧ରୁ ୩୦ ପର୍ଯ୍ୟନ୍ତ ଜାରି ରହିବ। ବିଶେଷ କରି ଭୁବନେଶ୍ୱର ଓ କଟକର ଅଗ୍ରଣୀ ହାଉସିଂ ସୋସାଇଟିର ଆବାସିକ କଲ୍ୟାଣ ସଂଘ (ଆର୍‌ଡବ୍ଲୁଏ)ର ବିଭିନ୍ନ ସଦସ୍ୟ ଓ ୨୦ ବରିଷ୍ଠ ନାଗରିକଙ୍କ ଉପସ୍ଥିତିରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌ ସେନବାଗମ ଉକ୍ତ ଅଭିଯାନକୁ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆବାସିକ କଲ୍ୟାଣ ସଂଘର ସଦସ୍ୟମାନେ କଂପାନିର କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ ବ୍ୟବସ୍ଥା, କଲ୍‌ ସେଂଟର ଓ ଗ୍ରାହକ ସେବା କେନ୍ଦ୍ରକୁ ବୁଲି ଦେଖିବା ସହ ଗ୍ରାହକମାନଙ୍କୁ ଉତମ ସେବା ଯୋଗାଇବା ଏବଂ ଗ୍ରାହକମାନଙ୍କ ସାମଗ୍ରିକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ପ୍ରଯୁକ୍ତିକୁ କଂପାନି କିଭଳି ବ୍ୟବହାର କରୁଛି, ତା’ର ପ୍ରଥମ ଅନୁଭୂତି ପାଇଥିଲେ।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌.ସେନବାଗମ କହିଛନ୍ତି, ଆମ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବା ଉପରେ ଆମେ ବିଶ୍ୱାସ କରୁଛୁ। ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସହ ଗ୍ରାହକ ସୁବିଧାସୁଯୋଗ ଏବଂ ସନ୍ତୁଷ୍ଟି ହେଉଛି ଆମର ପ୍ରାଥମିକତା। ସେହି ଦିଗରେ ଆମେ ବହୁ ସଂଖ୍ୟକ ପଦକ୍ଷେପ ଗ୍ରହଣ କରିଛୁ। ଗ୍ରାହକମାନେ ଏହି ସବୁ ସୁବିଧା ବିଷୟରେ ନିଶ୍ଚିତ ରୂପେ ଜାଣିବା ଓ ତାହାର ସମ୍ପୂର୍ଣ୍ଣ ଲାଭ ଉଠାଇବା ଦରକାର।ସେହିଭଳି ଏହି ଗ୍ରାହକ ସଚେତନତା ମାସରେ ଟିପିସିଓଡିଏଲ୍‌ ଉଭୟ ଡିଜିଟାଲ୍‌ ଓ ପାରମ୍ପରିକ ସମେତ ବିଭିନ୍ନ ମିଡିଆ ପ୍ଲାଟଫର୍ମ ଏବଂ ବିଟିଏଲ୍‌ କାର୍ଯ୍ୟକ୍ରମକୁ ବ୍ୟବହାର କରି ଗ୍ରାହକମାନଙ୍କ ଲାଗି କଂପାନି ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯଥା କେନ୍ଦ୍ରୀୟ କଲ୍‌ ସେଂଟର, ସବୁ ପ୍ରକାର ପ୍ରଶ୍ନ ଏବଂ ବିଲ୍‌ ସମସ୍ୟାର ସମାଧାନ ଲାଗି ଦେୟମୁକ୍ତ ନମ୍ବର, ହ୍ବାଟସ୍‌ଆପ୍‌ରେ ବିଲ୍‌, ଗ୍ରାହକଙ୍କ ସବୁ ପ୍ରକାର ଆବଶ୍ୟକତା ଲାଗି ଏକକ ସମାଧାନ ମିତ୍ର ଆପ୍‌, ଅନ୍‌ଲାଇନ୍‌ ବିଲ୍‌ ପେମେଂଟ୍‌, ଗ୍ରାମୀଣ ଗ୍ରାହକଙ୍କ ସୁବିଧା ଲାଗି ବିଦ୍ୟୁତ ସେବା କେନ୍ଦ୍ର ଆଦି ବିଷୟରେ ଗ୍ରାହକଙ୍କୁ ସୂଚିତ କରିବ। ଏହି ଅବସରରେ ଉପସ୍ଥିତ ଆବାସିକ କଲ୍ୟାଣ ସଂଘର ସଦସ୍ୟମାନେ ଟିପିସିଓଡିଏଲ୍‌ର ଉଦ୍ୟମକୁ ପ୍ରଶଂସା କରିଥିଲେ ଏବଂ ଗ୍ରାହକ ମିତବ୍ୟୟୀ ସୁବିଧାସୁଯୋଗଗୁଡ଼ିକ ବିଷୟରେ ଜାଣିବା ପରେ ସେମାନେ ବଡ଼ ଧରଣରେ ଉପକୃତ ହେବେ ବୋଲି ସେମାନେ ସହମତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri