ଟିପିସିଓଡିଏଲ୍‌ର ଗ୍ରାହକ ସଚେତନତା ମାସ

ଭୁବନେଶ୍ୱର,୭।୪: ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ଏକ ମେଗା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ‘ଆପଣଙ୍କ ମିତ୍ର,ଆପଣଙ୍କ ସାଥିରେ’ର ଶୁଭାରମ୍ଭ କରାଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମ ଚଳିତ ବର୍ଷ ଏପ୍ରିଲ୍‌୧ରୁ ୩୦ ପର୍ଯ୍ୟନ୍ତ ଜାରି ରହିବ। ବିଶେଷ କରି ଭୁବନେଶ୍ୱର ଓ କଟକର ଅଗ୍ରଣୀ ହାଉସିଂ ସୋସାଇଟିର ଆବାସିକ କଲ୍ୟାଣ ସଂଘ (ଆର୍‌ଡବ୍ଲୁଏ)ର ବିଭିନ୍ନ ସଦସ୍ୟ ଓ ୨୦ ବରିଷ୍ଠ ନାଗରିକଙ୍କ ଉପସ୍ଥିତିରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌ ସେନବାଗମ ଉକ୍ତ ଅଭିଯାନକୁ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆବାସିକ କଲ୍ୟାଣ ସଂଘର ସଦସ୍ୟମାନେ କଂପାନିର କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ ବ୍ୟବସ୍ଥା, କଲ୍‌ ସେଂଟର ଓ ଗ୍ରାହକ ସେବା କେନ୍ଦ୍ରକୁ ବୁଲି ଦେଖିବା ସହ ଗ୍ରାହକମାନଙ୍କୁ ଉତମ ସେବା ଯୋଗାଇବା ଏବଂ ଗ୍ରାହକମାନଙ୍କ ସାମଗ୍ରିକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ପ୍ରଯୁକ୍ତିକୁ କଂପାନି କିଭଳି ବ୍ୟବହାର କରୁଛି, ତା’ର ପ୍ରଥମ ଅନୁଭୂତି ପାଇଥିଲେ।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌.ସେନବାଗମ କହିଛନ୍ତି, ଆମ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବା ଉପରେ ଆମେ ବିଶ୍ୱାସ କରୁଛୁ। ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସହ ଗ୍ରାହକ ସୁବିଧାସୁଯୋଗ ଏବଂ ସନ୍ତୁଷ୍ଟି ହେଉଛି ଆମର ପ୍ରାଥମିକତା। ସେହି ଦିଗରେ ଆମେ ବହୁ ସଂଖ୍ୟକ ପଦକ୍ଷେପ ଗ୍ରହଣ କରିଛୁ। ଗ୍ରାହକମାନେ ଏହି ସବୁ ସୁବିଧା ବିଷୟରେ ନିଶ୍ଚିତ ରୂପେ ଜାଣିବା ଓ ତାହାର ସମ୍ପୂର୍ଣ୍ଣ ଲାଭ ଉଠାଇବା ଦରକାର।ସେହିଭଳି ଏହି ଗ୍ରାହକ ସଚେତନତା ମାସରେ ଟିପିସିଓଡିଏଲ୍‌ ଉଭୟ ଡିଜିଟାଲ୍‌ ଓ ପାରମ୍ପରିକ ସମେତ ବିଭିନ୍ନ ମିଡିଆ ପ୍ଲାଟଫର୍ମ ଏବଂ ବିଟିଏଲ୍‌ କାର୍ଯ୍ୟକ୍ରମକୁ ବ୍ୟବହାର କରି ଗ୍ରାହକମାନଙ୍କ ଲାଗି କଂପାନି ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯଥା କେନ୍ଦ୍ରୀୟ କଲ୍‌ ସେଂଟର, ସବୁ ପ୍ରକାର ପ୍ରଶ୍ନ ଏବଂ ବିଲ୍‌ ସମସ୍ୟାର ସମାଧାନ ଲାଗି ଦେୟମୁକ୍ତ ନମ୍ବର, ହ୍ବାଟସ୍‌ଆପ୍‌ରେ ବିଲ୍‌, ଗ୍ରାହକଙ୍କ ସବୁ ପ୍ରକାର ଆବଶ୍ୟକତା ଲାଗି ଏକକ ସମାଧାନ ମିତ୍ର ଆପ୍‌, ଅନ୍‌ଲାଇନ୍‌ ବିଲ୍‌ ପେମେଂଟ୍‌, ଗ୍ରାମୀଣ ଗ୍ରାହକଙ୍କ ସୁବିଧା ଲାଗି ବିଦ୍ୟୁତ ସେବା କେନ୍ଦ୍ର ଆଦି ବିଷୟରେ ଗ୍ରାହକଙ୍କୁ ସୂଚିତ କରିବ। ଏହି ଅବସରରେ ଉପସ୍ଥିତ ଆବାସିକ କଲ୍ୟାଣ ସଂଘର ସଦସ୍ୟମାନେ ଟିପିସିଓଡିଏଲ୍‌ର ଉଦ୍ୟମକୁ ପ୍ରଶଂସା କରିଥିଲେ ଏବଂ ଗ୍ରାହକ ମିତବ୍ୟୟୀ ସୁବିଧାସୁଯୋଗଗୁଡ଼ିକ ବିଷୟରେ ଜାଣିବା ପରେ ସେମାନେ ବଡ଼ ଧରଣରେ ଉପକୃତ ହେବେ ବୋଲି ସେମାନେ ସହମତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ହାହାକାର, ନିବେଶକ ହରାଇଲେ ୪ ଲକ୍ଷ କୋଟି

ମୁମ୍ବାଇ,୩।୫: ଷ୍ଟକ୍ ମାର୍କେଟ୍ ଏବଂ ନିବେଶକମାନଙ୍କ ପାଇଁ ଶୁକ୍ରବାର ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି। ଭାରି କ୍ଷତି ସହ ସେନସେକ୍ସ ଏବଂ ନିଫ୍ଟି...

ଅରୁନ୍ଧତୀ ରାଉରକେଲା ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩।୫:ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ରାଉରକେଲା ଷ୍ଟୋର ପରିସରରେ ‘ଅରୁନ୍ଧତୀ ରାଉରକେଲା ଷ୍ଟୋର’ର ୨ୟ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି।...

ନନ୍ଦଘର ଆନ୍ଦୋଳନରେ ମନୋଜ ବାଜପେୟୀ

ଭୁବନେଶ୍ୱର,୩।୫:ବେଦାନ୍ତ ଗ୍ରୁପ୍‌ର ସ୍ବତନ୍ତ୍ର ପ୍ରକଳ୍ପ ‘ନନ୍ଦଘର’ ଆନ୍ଦୋଳନରେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ସାମିଲ ହୋଇଛନ୍ତି। ଏପରିକି ସମଗ୍ର ଭାରତରେ ପ୍ରାୟ ୧୪ ଲକ୍ଷ ଅଙ୍ଗନୱାଡି...

୫୪୦୦ କୋଟି ନିବେଶ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୩।୫ (ଅଭୟ ଦାଶ):ଦେଶର ପ୍ରମୁଖ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ମେଲ୍ଟିଂ ଏବଂ ଡାଉନଷ୍ଟ୍ରିମ କ୍ଷମତାକୁ ବୃଦ୍ଧି କରିବା ସହ...

ଲାଲ୍‌ଚାନ୍ଦ୍‌ର ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର

ଭୁବନେଶ୍ୱର,୩।୫:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ବିବାଦ ପରେ ପଶିଲା ଚେତା, ମସଲାର ଗୁଣାତ୍ମକ ଯାଞ୍ଚ କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୫: ନିକଟରେ ଭାରତରୁ ରପ୍ତାନି ହୋଇଥିବା ମସଲାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri