ଟିପିସିଓଡିଏଲ୍‌ର ‘କାମ୍‌’ ପ୍ରୋଗ୍ରାମ ଉଦ୍‌ଯାପିତ

ଭୁବନେଶ୍ୱର,୩୦।୪: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଷ୍ଟମର ଆଓ୍ବାରନେସ୍‌ ମନ୍ଥସ (କାମ୍‌) ପ୍ରୋଗ୍ରାମ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି। ଏପରିକି ଦୀର୍ଘ ୧ ମାସ ବ୍ୟାପୀ ଆୟୋଜିତ ହୋଇଥିବା ଟିପିସିଓଡିଏଲ୍‌ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ‘ଆପଣଙ୍କ ମିତ୍ର, ଆପଣଙ୍କ ସାଥୀରେ’ର ସଫଳତାର ସହ ଉଦ୍‌ଯାପିତ ହୋଇଯାଇିଛି। ଟିପିସିଓଡିଏଲ୍‌ ପକ୍ଷରୁ ବିଧାୟକମାନଙ୍କ ଲାଗି ଏକ ସୌଜନ୍ୟମୂଳକ ପରିଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ପ୍ରମୁଖ ଅଂଶ ଗ୍ରହଣକରି ଟିପିସିଓଡିଏଲ୍‌ର ପ୍ରଯୁକ୍ତିକୁ ବୁଝିବା ଏବଂ ପ୍ରକ୍ରିୟା ଓ ପରିଚାଳନାର ପ୍ରଥମ ଅନୁଭୂତି ହାସଲ କରିବା ଲାଗି ଡିସ୍‌କମ୍‌ର କେନ୍ଦ୍ରୀୟ ବିଦ୍ୟୁତ୍‌ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ପିଏସ୍‌ସିସି), ଗ୍ରାହକ ସେବା କେନ୍ଦ୍ର ଓ ୨୪ ଘଣ୍ଟିଆ କଲ୍‌ ସେଣ୍ଟର ଆଦି ପରିଦର୍ଶନ କରିଥିଲେ।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌.ସେନ୍‌ବାଗମ୍‌ କହିଛନ୍ତି, ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ ଓ ସୁବିଧାଜନକ ଗ୍ରାହକ ଅନୁଭୂତି ସହିତ ଗ୍ରାହକଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବା ହେଉଛି ଆମର ମୂଳ ପ୍ରାଥମିକତା। ସେ ଦିଗରେ ଆମେ ବିଭିନ୍ନ ପ୍ରକାର ଅଭିଯାନ ଆରମ୍ଭ କରିଛୁ ଏବଂ ତାହାର ସମ୍ପୂର୍ଣ୍ଣ ଲାଭ ଉଠାଇବା ଲାଗି ଗ୍ରାହକମାନେ ସେଗୁଡ଼ିକ ବିଷୟରେ ସଚେତନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମଗ୍ରିକ ଗ୍ରାହକ ସେବା ଅନୁଭୂତିରେ ଉନ୍ନତି ଆଣିବା ଓ ଆମ ଗ୍ରାହକଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବା ଲାଗି ଆମର ରହିଥିବା ଲକ୍ଷ୍ୟ ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ।