ସିଏନ୍‌ଜି ସେଗ୍‌ମେଣ୍ଟରେ ଆସିବ ଟୟୋଟା

ନୂଆଦିଲ୍ଲୀ,୧୨ା୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌)ର ସିଏନ୍‌ଜି ସେଗ୍‌ମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଉଭୟ ଟୟୋଟା ଗ୍ଲାନ୍‌ଜା ଏବଂ ଅର୍ବାନ କ୍ରୁଜ୍‌ର ହାଇରେଡର୍‌ ମଡେଲ ଲାଇନ ଅପ୍‌ ପାଇଁ ଅଧିକ ବିକଳ୍ପ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜାନୁୟାରୀରେ ଆରମ୍ଭ ହୋଇଥିବା ଟୟୋଟା ଗ୍ଲାନ୍‌ଜା ବର୍ତ୍ତମାନ ଏସ୍‌ ଏବଂ ଜି ଗ୍ରେଡ୍‌ରେ ଏକ ସିଏନ୍‌ଜି ଭାରିଆଣ୍ଟ ସହ ମାନୁଆଲ ଟ୍ରାନ୍ସମିସନ୍‌ ପାୱାର ଟ୍ରେନ୍‌ ସହିତ ଉପଲବ୍ଧ ହେବ। ଗ୍ରାହକମାନଙ୍କ ପାଇଁ ଏକ ଇକୋ-ଫ୍ରେଣ୍ଡ୍‌ଲି ତଥା ଅର୍ଥନୈତିକ ବିକଳ୍ପ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏପରିକି ମାନୁଆଲ ଟ୍ରାନ୍ସମିସନ୍‌ (ଏମ୍‌ଟି) ପାୱାର ଟ୍ରେନ୍‌ ସହ ଏ ଏବଂ ଜି ଗ୍ରେଡ୍‌ରେ ଉପଲବ୍ଧ ହେବାକୁ ଥିବା ଉଭୟ ମଡେଲରେ ଇ-ସିଏନ୍‌ଜି ଟ୍ରିମ୍‌ ରହିଛି। ଇ-ସିଏନ୍‌ଜି ଟେକ୍ନୋଲୋଜି ସହ ଟୟୋଟା ଗ୍ଲାନ୍‌ଜାର ମୂଲ୍ୟ ଯଥାକ୍ରମେ ଏସ୍‌ ଏବଂ ଜି ଗ୍ରେଡ୍‌ ପାଇଁ ୮,୪୩,୦୦୦ ଟଙ୍କା ଏବଂ ୯,୪୬,୦୦୦ ଟଙ୍କା ରହିଛି। ଭାରତର ସମସ୍ତ ଟୟୋଟା ଡିଲରଶିପ୍‌ରେ ଉଭୟ ଗ୍ଲାନ୍‌ଜା ଏବଂ ଅର୍ବାନ କ୍ରୁଜ୍‌ର ହାଇରେଡର୍‌ ପାଇଁ ଇ-ସିଏନ୍‌ଜି ଟ୍ରିମ୍‌ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। ଅର୍ବାନ କ୍ରୁଜ୍‌ର ହାଇରେଡରର ଇ-ସିଏନ୍‌ଜି ଟ୍ରିମ୍‌ର ମୂଲ୍ୟ ଖୁବ୍‌ ଶୀଘ୍ର ଘୋଷଣା କରାଯିବ।
ଏ ଟିକେଏମ୍‌ର ବିକ୍ରୟ ଏବଂ ଷ୍ଟ୍ରାଟେଜିକ୍‌ ମାର୍କେଟିଂ ଆସୋସିଏଟ୍‌ ଉପସଭାପତି ଅତୁଲ ସୁଦ୍‌ କହିଛନ୍ତି, ଆମର ଲକ୍ଷ୍ୟ ସର୍ବଦା ବଜାରର ଆବଶ୍ୟକତାକୁ ଆଧାରରେ ଗ୍ରାହକଙ୍କ ଆକାଂକ୍ଷା ପୂରଣ ଉପରେ ସ୍ପଷ୍ଟ ଧ୍ୟାନଦେଇ ଗ୍ରାହକଙ୍କୁ ସର୍ବାଧିକ ଉପଯୋଗୀ ଉତ୍ପାଦ ଏବଂ ସେବା ଯୋଗାଇଦେବା। ସମାନ ଦୃଷ୍ଟିକୋଣକୁ ଆଖିରେ ରଖି ଆମେ ଟୟୋଟା ଗ୍ଲାନ୍‌ଜା ଏବଂ ଅର୍ବାନ କ୍ରୁଜ୍‌ର ହାଇରେଡର ପାଇଁ ସିଏନ୍‌ଜି ଭାରିଆଣ୍ଟ ଘୋଷଣା କରି ବେଶ୍‌ ଆନନ୍ଦିତ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri