ଟକ୍ସିକ୍‌ ରିଲେଶନ୍‌ଶିପ୍‌

ପ୍ରେମ ଏକ ନିଃସ୍ବାର୍ଥପର ଶାଶ୍ୱତ ସମ୍ପର୍କ, ଯାହା ଦୁଇଜଣଙ୍କୁ ଏକ ସୂତ୍ରରେ ବାନ୍ଧିରଖେ ଓ ଆନନ୍ଦ ଦିଏ। ହେଲେ ଆଜିର କେତେକ ଯୁବତୀ ଯୁବକଙ୍କ ପାଇଁ ଯେମିତି ଏହାର ପରିଭାଷା ବଦଳିଯାଇଛି। ସ୍ବାର୍ଥହାସଲ ପାଇଁ ସେମାନେ ନିଜେ ଗଢ଼ୁଛନ୍ତି ସମ୍ପର୍କ। ଆଉ ପରବର୍ତ୍ତୀ ସମୟରେ ଏହି ବିଷାକ୍ତ ସମ୍ପର୍କ ନା କେବଳ ଅନ୍ୟ ଜଣଙ୍କୁ ମାନସିକସ୍ତରରେ କଷ୍ଟ ଦେଉଛି ବରଂ ହତ୍ୟା, ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ବି
ସମାଜରେ ବୃଦ୍ଧି ପାଉଛି…

ପ୍ରେମ ଏକ ଏଭଳି ସମ୍ପର୍କ, ଯେଉଁଥିରେ କେବେ ଭଲପାଇବା ତ ଆଉ ପୁଣି କେବେ ରାଗ, ରୁଷା, ଅଭିମାନ ବି ଥାଏ। ହେଲେ ଏଥିରେ ଯେବେ ସ୍ବାର୍ଥ ଓ ଛଳନା ଆସେ, ସେଇଠୁ ଆରମ୍ଭ ହୁଏ ମନାନ୍ତର। ଯାହାଫଳରେ ଦୁର୍ବ୍ୟବହାର, ଶାରୀରିକ ହିଂସା ଭଳି ଘଟଣା ଘଟିଥାଏ। ଆଉ ଏଭଳି ସମ୍ପର୍କରେ ରହିବା ଆଦୌ ନିରାପଦ ନୁହେଁ। କାରଣ ଏଭଳି ସମ୍ପର୍କରେ ମାର୍‌ପିଟରୁ ଆରମ୍ଭ କରି ହତ୍ୟା ଭଳି ବିଭିନ୍ନ ଘଟଣା ଏବେ ବଢ଼ୁଥିବାର ଦେଖିବାକୁ ମିଳୁଛି। ଗତବର୍ଷ ଦିଲ୍ଲୀରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ କାଟି ୩୫ଖଣ୍ଡ କରି ମାରିଥିବା ଘଟଣା ହେଉ ଅବା ଓଡ଼ିଶାରେ ଜଣେ ଯୁବ ମଡେଲ ଏବଂ ଆଉ ଜଣେ ଡିଜେ ଆତ୍ମହତ୍ୟା କରିଥିବା ଭଳି ଅନେକ ଘଟଣା ବେଶ୍‌ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେଣୁ ଏଭଳି କୌଣସି ଟକ୍ସିକ୍‌ ରିଲେଶନ୍‌ଶିପ୍‌ରୁ ମୁକୁଳିବା ଲାଗି କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ….
ଆୟତ୍ତରେ ରଖିବା: ପ୍ରେମ ଏକ ଏଭଳି ନିବିଡ଼ ସମ୍ପର୍କ, ଯେଉଁଥିରେ ଜଣେ ଆଉ ଜଣଙ୍କୁ ହରେଇବାକୁ ଚାହେଁନି। ହେଲେ ଏହାର ଅର୍ଥ ନୁହେଁ ନିଜ ସାଥୀକୁ ସବୁବେଳେ ଆୟତ୍ତରେ ରଖିବା। ଅନେକେ ଏମିତି ଅଛନ୍ତି, ଯେଉଁମାନେ ନିଜ ସାଥୀ କେଉଁଆଡ଼େ ଗଲେ, କ’ଣ ପିନ୍ଧିଲେ, କ’ଣ କଲେ ଭଳି ପ୍ରତିଟି ଛୋଟ ବଡ଼ କଥାରେ ମୁଣ୍ଡ ଖେଳାଇଥା’ନ୍ତି। ଏମିତିକି ଅନ୍ୟ କାହା ସହ କଥା ହେଲେ ସହ୍ୟ କରିପାରନ୍ତି ନାହିଁ। ହେଲେ ପ୍ରତିଟି କଥାରେ ହସ୍ତକ୍ଷେପ କରିବା ଓ କେବଳ ନିଜ ଇଚ୍ଛା ଲଦିଦେବା ଏବଂ ପାର୍ଟନର ଏଥିରେ ରାଜି ନ ହେଲେ ରାଗିବା ଆଦି ଭଳି ଗୁଣ ଅନ୍ୟକୁ ଧୀରେ ଧୀରେ କଷ୍ଟ ଦେଇଥାଏ। ଆଉ ସେ ଏଭଳି ସମ୍ପର୍କରୁ ଦୂରେଇବାକୁ ଚେଷ୍ଟା କଲେ ଜଣେ ଜଣେ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକା ବା ପ୍ରେମିକଙ୍କୁ କ୍ଷତି ପହଞ୍ଚାଇବାକୁ ବି ଭୁଲନ୍ତି ନାହିଁ। ତେଣୁ ନିଜ ସାଥୀଙ୍କର ଏଭଳି ଗୁଣ କଷ୍ଟ ଦେଉଥିଲେ ସମ୍ପର୍କ ଆଗକୁ ନ ବଢ଼ାଇ ପ୍ରଥମରୁ ହିଁ ଏଥିପ୍ରତି ସତର୍କ ହୋଇଯିବା ଭଲ।
ସପୋର୍ଟ ନ କରିବା: ପରସ୍ପରର କଥାକୁ ସମ୍ମାନ ଦେବା ଏବଂ ପ୍ରତିଟି କ୍ଷେତ୍ରରେ ସପୋର୍ଟ କରିବା ଏକ ଭଲ ସମ୍ପର୍କର ପରିଚୟ। ହେଲେ କେତେକ କ୍ଷେତ୍ରରେ ଜଣେ ଜଣେ ନିଜ ସାଥୀଙ୍କ ଭୁଲ୍‌ ବାଛିବାରେ ଅଧିକ ଗୁରୁତ୍ୱ ଦିଅନ୍ତି। ଏହାକୁ ନେଇ ଅନ୍ୟମାନଙ୍କ ଆଗରେ ହସିବା ବା ଅପମାନିତ କରିବାରେ ଆନନ୍ଦ ନିଅନ୍ତି। ହେଲେ ଏହି ଆଚରଣ ଯେ ତାଙ୍କୁ ମାନସିକ ଆଘାତ ଦେଉଥିବ, ସେ ଦିଗରେ ଆଦୌ ଧ୍ୟାନ ଦିଅନ୍ତି ନାହିଁ। ଯିଏ ପ୍ରଥମରୁ ସପୋର୍ଟ ନ କରୁଛନ୍ତି, ସେ ଭବିଷ୍ୟତରେ ଜଣେ ଭଲ ଜୀବନସାଥୀ ହୋଇ ପାରିବେ ତାହା କହିବା ସହଜ ନୁହେଁ। ତେଣୁ ଯଦି ଆପଣ ବି ନିଜ ସାଥୀଙ୍କ ଏହିଭଳି କାର୍ଯ୍ୟକୁ ନେଇ ଟେନ୍‌ସନ୍‌ରେ ରହୁଛନ୍ତି, ତେବେ ଯଥାଶୀଘ୍ର ଏଥିରୁ ନିଜକୁ ମୁକୁଳାଇ ନେବା ବୁଦ୍ଧିମତ୍ତାର କାର୍ଯ୍ୟ।
ଈର୍ଷା ଓ ସନ୍ଦେହ: କେତେଜଣ ନିଜ ସାଥୀଙ୍କୁ ଅନ୍ୟ ସହ କଥା ହେବାର ଦେଖିଲେ ଈର୍ଷା କରନ୍ତି। ଏମିତିକି ଏହାକୁ ନେଇ ସନ୍ଦେହ କରିବାକୁ ବି ପଛାନ୍ତି ନାହିଁ। ଯେଉଁଥିପାଇଁ ଅଯଥା ଯୁକ୍ତିତର୍କ ହୋଇଥାଏ। ଖାଲି ଏତିକି ନୁହେଁ, ନିଜ ପାର୍ଟନରର ଉନ୍ନତି ଦେଖିଲେ ଅବା କେହି ତାଙ୍କ ପ୍ରଶଂସା କଲେ ମଧ୍ୟ ଈର୍ଷାରେ ଏଣୁତେଣୁ କଥା କହିଥା’ନ୍ତି। ଭଲପାଇବା ଏବଂ ଈର୍ଷା ଉଭୟ ଭିନ୍ନ। ଏହାଦ୍ୱାରା ଅନ୍ୟକୁ ମାନସିକ ଚାପ ପଡ଼ିଥାଏ। ତେଣୁ ଏହି ସମ୍ପର୍କ ଧୀରେ ଧୀରେ ଅଧିକ ବିଷାକ୍ତ ହେବାରେ ଲାଗେ। ଯଦି ନିଜ ସାଥୀଙ୍କ ସହ ରିଲେଶନ୍‌ଶିପ୍‌ ଆପଣଙ୍କୁ ଖୁସି ଦେବା ପରିବର୍ତ୍ତେ ମାନସିକ ଚିନ୍ତା ବଢ଼ାଉଛି ତେବେ ବିଳମ୍ବ ନ କରି ଏଥିରୁ ଦୂରେଇଯିବା ଭଲ।
ସ୍ବାର୍ଥ: ପ୍ରେମ ସର୍ବଦା ନିଃସ୍ବାର୍ଥପର। ହେଲେ ବର୍ତ୍ତମାନ ସମୟରେ ଅନେକେ ଏହି ସମ୍ପର୍କକୁ ସ୍ବାର୍ଥ ପାଇଁ ବ୍ୟବହାର କରୁଛନ୍ତି। କାହାଠାରୁ ଟଙ୍କା, କୌଣସି ଜିନିଷ ଅବା କାର୍ଯ୍ୟହାସଲ ପାଇଁ ପ୍ରେମକୁ ଏକ ମାଧ୍ୟମ ଭାବେ ସେମାନେ ବ୍ୟବହାର କରୁଛନ୍ତି। ହେଲେ ଯେତେବେଳେ ଏହାର ସତ ଜଣାପଡ଼େ ଏବଂ ବିଶ୍ୱାସ ଭାଙ୍ଗେ, ସେତେବେଳେ ଏହି ପ୍ରତାରଣାର ବିଷାକ୍ତ ସମ୍ପର୍କ ଯେ ଅନ୍ୟଜଣଙ୍କୁ କେତେ କଷ୍ଟଦିଏ; ସେ ଦିଗରେ ସେମାନେ ଆଦୌ ସଚେତନ ନୁହନ୍ତି। ଯାହା ଫଳରେ ରାଗ, ଝଗଡ଼ା, ମାର୍‌ପିଟ୍‌, ହତ୍ୟା କିମ୍ବା ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସେ। ତେଣୁ ଯଦି ସାଥୀ ନିଜ ସ୍ବାର୍ଥ ପାଇଁ ଆପଣଙ୍କୁ ବ୍ୟବହାର କରୁଥାଏ, ତେବେ ଏଭଳି ସମ୍ପର୍କକୁ ଭାଙ୍ଗିଦେବା ଭଲ।
ସଂଯମତାର ଅଭାବ: ବର୍ତ୍ତମାନ ଅନେକ ଯୁବପିଢ଼ିଙ୍କଠାରେ ସଂଯମତାର ଅଭାବ ଦେଖିବାକୁ ମିଳୁଛି। କାହା ସହ ପ୍ରେମ ସମ୍ପର୍କ ଗଢ଼ି ଉଠିବା ମାତ୍ରେ କଥା ହେବା, ଫଟୋ, ଭିଡିଓ ଶେୟାର କରିବା ଏବଂ ଏକାଠି ବୁଲିଯିବା ଏକ ସାଧାରଣ କଥା ପାଲଟିଯାଉଛି। କେବଳ ଏତିକି ନୁହେଁ, କେହି କେହି ବିବାହ ପୂର୍ବରୁ ଏକାଠି ଲିଭ୍‌-ଇନ୍‌ରେ ରହୁଥିବା ବି ଦେଖିବାକୁ ମିଳୁଛି। ହେଲେ ପରବର୍ତ୍ତୀ ସମୟରେ ଅନ୍ୟ କାହା ସହ ମିଳାମିଶା କରିବା କିମ୍ବା ଉଭୟଙ୍କ ମଧ୍ୟରେ ମନ ନ ମିଶିବା କାରଣରୁ ବାରମ୍ବାର ଝଗଡ଼ା ହେବା ଭଳି ଘଟଣା ଦେଖିବାକୁ ମିଳୁଛି। କେହି କେହି ସମ୍ପର୍କ ବଞ୍ଚାଇବା ଲାଗି କଷ୍ଟରେ ରହୁଥିବା ବେଳେ ଆଉ କେହି ଆତ୍ମହତ୍ୟା କରିବାକୁ ବି ପଛାଉ ନାହାନ୍ତି। ହେଲେ ଏପରି କରିବା ପରିବର୍ତ୍ତେ ନିଜକୁ ଦୃଢ଼ କରି ଏଭଳି ରିଲେଶନ୍‌ଶିପ୍‌ଠୁ ନିଜକୁ ନିବୃତ୍ତ ରଖନ୍ତୁ। ତେବେ ଆଜିର ଦିନରେ ସବୁଠୁ ବଡ଼ କଥା ହେଉଛି କାହାକୁ ଆବଶ୍ୟକତାଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ନିଜ ସଂଯମତା ରକ୍ଷା କରିବାକୁ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ପାଳି କରି ଜଗୁଛନ୍ତି ଚାଷୀ

କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଶିରୋଲ,ବାଲସି ଓ କାଣ୍ଡେଲ ଧାନ ମଣ୍ଡିରେ ୧୭୬ ଜଣ…

ହାତରେ କଟୁରି ଧରି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ, ମଦ ନିଶାରେ ଚୁର ହୋଇ…

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କଟୁରି ଧରି…

ହୀରାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, କେଉଁ ଜିନିଷ ଉପରେ ଲାଗିବ ଜିରୋ ଟାରିଫ(Zero Tariff)? ପୀୟୁଷ ଗୋୟଲ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

ଏହି କଥା ଶୁଣି କାନ୍ଦିଲେ ଭୂମିକା

ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଜଣେ ଜଣାଶୁଣା ଅଭିନେତ୍ରୀ। ଯଦିଓ ଆଜିକାଲି ସେ ଫିଲ୍ମରେ କମ୍‌ ସକ୍ରିୟ ଅଛନ୍ତି, କିନ୍ତୁ ସେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ…

କଂଗ୍ରେସ ଛାଡିବାରୁ ଚମକିଲା ଭାଗ୍ୟ! ୪୦ ବର୍ଷ ପରେ ଭାଜପାକୁ ମିଳିବ ମେୟର ପଦ, ଋତୁ ହେବେ BMC ମେୟର

ମୁମ୍ବାଇ,୭।୨: BMC ନିର୍ବାଚନରେ ବିଜୟ ପରେ, ମେୟର ନିର୍ବାଚନକୁ ନେଇ ସସପେନ୍ସ ଶେଷ ହୋଇଛି। ଭାଜପାର ଋତୁ ତାୱଡେ ମୁମ୍ବାଇର ମେୟର ହେବେ, ସେହିପରି ଶିବସେନାର ସଞ୍ଜୟ…

କମାଲ କଲେ ବୈଜ୍ଞାନିକ, ମାଟିରେ ନୁହେଁ ପବନରେ ଫଳିଲା ଆଳୁ

ନୂଆଦିଲ୍ଲୀ,୭।୨:  ଗ୍ୱାଲିୟରର ରାଜମାତା ବିଜୟା ରାଜେ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟରେ, କୃଷି ବୈଜ୍ଞାନିକମାନେ ଏରୋପୋନିକ୍ସ ପଦ୍ଧତି ବ୍ୟବହାର କରି ଆଳୁ ବିହନ ଚାଷ କରୁଛନ୍ତି । ଏହି ଗଛଗୁଡ଼ିକୁ…

ଲୋକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ରାଷ୍ଟ୍ରପତି, କହିଲେ…

ବାରିପଦା,୭ା୨: ମୟୂରଭଞ୍ଜ ଜିଲା ଶିମିଳିପାଳବାସୀ ନିରନ୍ତର ଇଣ୍ଟରନେଟ୍‌ ସେବା ସହ ଯୋଡ଼ି ହୋଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଜାତୀୟ ଉଦ୍ୟାନ ଗୁଡୁଗୁଡ଼ିଆଠାରେ ବିଏସ୍‌ଏନ୍‌ଏଲ୍‌ର ୪-ଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri