Posted inଫୁରସତ

ଖରାଦିନେ ଜଳକ୍ରୀଡ଼ାର ସୁବିଧା ଥିବା ପର୍ଯ୍ୟଟନସ୍ଥଳୀ: ଶାରୀରିକ ଫୁର୍ତ୍ତି ସହ ଦେବ ନିଆରା ଅନୁଭୂତି

ଖରାଦିନେ, ଯାହା ସବୁଠାରୁ ଆନନ୍ଦ ଓ ଶାନ୍ତି ଦେଇଥାଏ ତାହା ହେଉଛି ପାଣି। ତେଣୁ ଖରାଛୁଟିରେ ଅଧିକାଂଶ ଲୋକ ଏମିତି କୌଣସି ସ୍ଥାନକୁ ବୁଲିଯିବାକୁ ପସନ୍ଦ କରିଥାନ୍ତି, ଯେଉଁଠାରେ ସ୍ବଚ୍ଛ ପରିବେଶ ସାଙ୍ଗକୁ ଶୀତଳ ପବନର ସ୍ପର୍ଶ ମିଳୁଥିବ। ତା’ସାଙ୍ଗକୁ ସ୍କୁବା ଡାଇଭିଂ, ହ୍ବାଇଟ୍‌ ଓ୍ବାଟର୍‌ ରାଫ୍ଟିଂ, ଓ୍ବାଟର୍‌ ସ୍କିଂ, ଓ୍ବିଣ୍ଡ୍‌ ସର୍ଫିଂ ଭଳି ବିଭିନ୍ନ ପ୍ରକାର ଜଳକ୍ରୀଡ଼ାର ସୁବିଧା ବି ଥିବ। କାରଣ ଖରାଦିନେ ଏହିସବୁ ଜଳକ୍ରୀଡ଼ା ପର୍ଯ୍ୟଟକଙ୍କୁ ଶାରୀରିକ ଫୁର୍ତ୍ତି ଦେବା ସହ ନିଆରା ଅନୁଭୂତି ଦେଇଥାଏ। ଆସନ୍ତୁ ଜାଣିବା ଏହିସବୁ ଜଳକ୍ରୀଡ଼ାର ସୁବିଧା ଥିବା ସେମିତି କେତୋଟି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ…

*ସ୍କୁବା ଡାଇଭିଂ: ଏହି କ୍ରୀଡ଼ାରେ ରୁଚି ରଖୁଥିବା ବ୍ୟକ୍ତିମାନେ ଗଭୀର ଜଳ ଭିତରେ ମାଛ ଭଳି ପହଁରି ପାଣି ଭିତରର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥାନ୍ତି। କିନ୍ତୁ ଏହି ଜଳକ୍ରୀଡ଼ା ପାଇଁ କେତୋଟି ମୁଖ୍ୟ ଜିନିଷର ଆବଶ୍ୟକତା ରହିଛି; ଯଥା: ଓ୍ବେଟ୍‌ ସୁଟ୍‌, ସ୍କୁବା ମାସ୍କ, ଫିନ୍‌ (ମାଛର ଡେଣା ସଦୃଶ କୃତ୍ରିମ ପକ୍ଷ), ଏୟାର୍‌ ସିଲିଣ୍ଡର୍‌, ସ୍ନ୍ରୋକେଲ୍‌ (ଜଳ ଭିତରେ ସନ୍ତରଣକାରୀ ନିଃଶ୍ୱାସନେବା ନିମନ୍ତେ ବ୍ୟବହୃତ ନଳୀ), ଅଣ୍ଡର ଓ୍ବାଟର୍‌ ଫ୍ଲାସ୍‌ ଲାଇଟ୍‌ ତଥା ଛୁରି ଇତ୍ୟାଦି। ତା’ସହିତ ସ୍କୁବା ଡାଇଭିଂ ପାଇଁ ଠିକ୍‌ ତାଲିମ ନେଇଥିବା ମଧ୍ୟ ନିହାତି ଜରୁରୀ। ତେବେ ଏହି କ୍ରୀଡ଼ା ପାଇଁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, ପୁଡୁଚେରୀ, ଗୋଆ, ମହାରାଷ୍ଟ୍ରର ତାରକର୍ଲୀ ଇତ୍ୟାଦି ସ୍ଥାନରେ ବେଶ୍‌ ସୁବିଧା ରହିଛି।

*ହ୍ବାଇଟ୍‌ ଓ୍ବାଟର୍‌ ରାଫ୍ଟିଂ: ଜଳର ପ୍ରଖର ସ୍ରୋତରେ ରାଫ୍ଟିଂ ବୋଟ୍‌ ଉପରେ ବସି ବୋଟିଂ କରିବାକୁ ହ୍ବାଇଟ୍‌ ଓ୍ବାଟର୍‌ ରାଫ୍ଟିଂ କୁହାଯାଇଥାଏ। ଏହା ଏକ ଲୋକପ୍ରିୟ ଜଳକ୍ରୀଡ଼ା। କିନ୍ତୁ ଏହା ଯେତିକି ଉପଭୋଗ୍ୟ ସେତିକି ବିପଦପୂର୍ଣ୍ଣ ମଧ୍ୟ। ତେଣୁ ଏହି କ୍ରୀଡ଼ାରେ ଯିବା ସମୟରେ ସାଙ୍ଗରେ ଲାଇଫ୍‌ ଜ୍ୟାକେଟ୍‌, ଓ୍ବେଟ୍‌ ସୁଟ୍‌, ରାଫ୍ଟିଂ ହେଲ୍‌ମେଟ୍‌ ତଥା ରେସ୍‌କ୍ୟୁ ଥ୍ରୋ ବ୍ୟାଗ୍‌ ଇତ୍ୟାଦି ନେଇକି ଯିବା ଆବଶ୍ୟକ। ତେବେ ଋଷିକେଶ, କୁଲ୍ଲୁ-ମନାଲି, ସିକ୍କିମ୍‌, ଲଦାଖ, କୁର୍ଗ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଇତ୍ୟାଦି ସ୍ଥାନରେ ଏହି କ୍ରୀଡ଼ା ପାଇଁ ରହିଛି ଯଥେଷ୍ଟ ସୁବିଧା ଓ ସୁଯୋଗ।

*ଓ୍ବିଣ୍ଡ୍‌ ସର୍ଫିଂ: ଏହା ବି ହେଉଛି ଏକ ଆନନ୍ଦଦାୟକ ଜଳକ୍ରୀଡ଼ା। ଏଥିପାଇଁ ଜଳ ସହିତ ପବନର ମଧ୍ୟ ଆବଶ୍ୟକତା ରହିଛି। ପାଣି ଭିତରେ ପବନର ବେଗ ଯେତେ ବୃଦ୍ଧି ପାଇବ ଓ୍ବିଣ୍ଡ୍‌ ସର୍ଫିଂ କରିବାର ମଜା ସେତେ ବଢ଼ିବ। ଏହି କ୍ରୀଡ଼ା ପାଇଁ ଲାକ୍ଷାଦ୍ୱୀପ, ଗୋଆ, ମୁମ୍ବାଇ, ପୁଣେ ଆଦି ହେଉଛି ଉପଯୁକ୍ତ ସ୍ଥାନ।

*ଓ୍ବାଟର୍‌ ସ୍କିଂ: ଏହି କ୍ରୀଡ଼ାରେ ମୁଖ୍ୟତଃ ସ୍କିଂ ରୋପ୍‌ର ଗୋଟିଏ ପାର୍ଶ୍ୱକୁ ହାଇସ୍ପିଡ୍‌ ବୋଟ୍‌ରେ ବନ୍ଧାଯାଇଥାଏ ଏବଂ ଅନ୍ୟ ପାର୍ଶ୍ୱଟି ସ୍କିଂ କରୁଥିବା ବ୍ୟକ୍ତିଙ୍କ ହାତରେ ଥାଏ। ପାଣିରେ ବୋଟ୍‌ଟି ଚାଲିବାକୁ ଆରମ୍ଭ କରିବା ମାତ୍ରେ ସ୍କିଂ କରୁଥିବା ବ୍ୟକ୍ତି ଜଣଙ୍କୁ ସ୍କିଂ ବୋର୍ଡ ଉପରେ ନିଜ ଶରୀରକୁ ବାଲାନ୍ସ କରି ଛିଡ଼ା ହେବାକୁ ହୋଇଥାଏ। ତେବେ ଗୋଆ, ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀନଗରରେ ଏହି ଜଳକ୍ରୀଡ଼ା ପାଇଁ ଅନେକ ସୁବିଧା ରହିଛି।

*ସ୍କିମ୍‌ବୋର୍ଡିଂ: ଏହି ଜଳକ୍ରୀଡ଼ା ମୁଖ୍ୟତଃ ସମୁଦ୍ରର ଲହଡିରେ ଖେଳାଯାଇଥାଏ। ଏହି ଖେଳରେ ରୁଚି ରଖୁଥିବା ବ୍ୟକ୍ତି ଜଣଙ୍କ ସମୁଦ୍ର କୂଳରେ ଗୋଟିଏ ସ୍କିମ୍‌ବୋର୍ଡ ଉପରେ ଠିଆ ହୋଇ ରହିଥାନ୍ତି। ଆଉ ଯା’ଆସ କରୁଥିବା ସମୁଦ୍ରର ଲହଡି ସହ ଶରୀରକୁ ବାଲାନ୍ସ କରି କେତେବେଳେ ପାଣି ଭିତରକୁ ଯାଉଥାନ୍ତି ତ କେତେବେଳେ ବାହାରକୁ ଆସୁଥାନ୍ତି। ଏହା ଏକ ଆନନ୍ଦଦାୟକ ଖେଳ। ଭଲ ଲହଡି ହେଉଥିବା ସମୁଦ୍ରରେ ଏହି ଖେଳ ବେଶ୍‌ ଆରାମରେ ଖେଳିହୁଏ।

କେବଳ ଏତିକି ନୁହେଁ ପର୍ଯ୍ୟଟକ ଚାହିଁଲେ ପାରାସେଲିଂ, ଫ୍ଲାଏବୋର୍ଡ, ଜେଟ୍‌ ସ୍କିଂ, କାୟାକିଂ, ଓ୍ବାଟର୍‌ ସ୍କେଟିଂ ଭଳି ଆହୁରି ଅନେକ ଜଳକ୍ରୀଡ଼ାର ଭରପୂର ମଜା ମଧ୍ୟ ନେଇପାରିବେ।
ଜାଣିବା ଜରୁରୀ
-ଯେହେତୁ ଏ ସମସ୍ତ କ୍ରୀଡ଼ା ପାଣିରେ ହିଁ ଖେଳାଯାଇଥାଏ, ତେଣୁ ସୁରକ୍ଷା ଦୃଷ୍ଟିରୁ ପହଁରା ଶିଖିଥିବା ନିହାତି ଆବଶ୍ୟକ; ଯଦ୍ଦ୍ବାରା ମନୋବଳ ଦୃଢ଼ ହେବା ସହ ବିପଦକୁ ଆଉ ସେତେଟା ଡର ନଥିବ।
-ସେହିପରି ଏହି କ୍ରୀଡ଼ା ସମୟରେ ଲାଇଫ୍‌ ଜ୍ୟାକେଟ୍‌ ପରିଧାନ କରିବା ମଧ୍ୟ ଦରକାର।
-ତା’ସହିତ ଯେ କୌଣସି ଜଳକ୍ରୀଡ଼ା ହେଉନା କାହିଁକି ସେ ସମ୍ପର୍କରେ ଉପଯୁକ୍ତ ତାଲିମ ନେଇସାରିବା ପରେ ଯାଇ ପାଣି ଭିତରକୁ ଯିବା କଥା ଚିନ୍ତା କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri