ଡାଙ୍ଗମାଳରେ ପର୍ଯ୍ୟଟକଙ୍କୁ ମିଳିବ ନୌବିହାର ସୁବିଧା

ରାଜନଗର,୬ା୮(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକାକୁ ପରିଭ୍ରମଣରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଚଳିତବର୍ଷ ରାଜନଗର ବନ ବିଭାଗ ପକ୍ଷରୁ ନୌବିହାର ନିମିତ୍ତ ସ୍ବତନ୍ତ୍ର ସୁବିଧା କରାଯାଇଛି। ଆଗନ୍ତୁକ ପର୍ଯ୍ୟଟକମାନଙ୍କୁ ଜାତୀୟ ଉଦ୍ୟାନ ସମେତ ନୌବିହାର ସମୟରେ ପ୍ରକୃତିର ଅନବଦ୍ୟ ଉପହାରକୁ ଉପଭୋଗ କରିବାକୁ ସୁଯୋଗ ସୃଷ୍ଟି କରିବ। ଆଗରୁ ପର୍ଯ୍ୟଟକମାନେ ସ୍ଥଳପଥରେ ଆସି ଜାତୀୟ ଉଦ୍ୟାନରେ ପହଞ୍ଚତ୍ ସୀମିତ ସ୍ଥାନରେ ଗୋରୀ କୁମ୍ଭୀର ଓ ଅନ୍ୟ ଜୀବଜନ୍ତୁକୁ ଦେଖି ବିମୁଖ ହୋଇ ପଡୁଥିଲେ।
ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣ ଭୂମିରେ ଗଢି ଉଠିଥିବା ଭିତରକନିକାରେ ନୌଯାତ୍ରା ପର୍ଯ୍ୟଟକଙ୍କୁ ଆନନ୍ଦ ଦେଇଥାଏ। ମାତ୍ର ସ୍ଥଳପଥରେ ଡାଙ୍ଗମାଳ ପ୍ରବେଶ ପଥ ଦେଇ ଆସୁଥିବା ପର୍ଯ୍ୟଟକମାନେ ଏହି ସୁବିଧାରୁ ବଞ୍ଚତ୍ତ ହୋଇଥାନ୍ତି। ପ୍ରବେଶ ପଥ ଦେଇ ଆସୁଥିବା ପର୍ଯ୍ୟଟକମାନେ ନୌବିହାରର ସୁବିଧାରୁ ବଞ୍ଚତ୍ତ ହୋଇଥାନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବା ପରଠାରୁ ସ୍ଥଳପଥରେ ଆସୁଥିବା ପର୍ଯ୍ୟଟକମାନେ ନୌବିହାରରୁ ବଞ୍ଚତ୍ତ ହୋଇ ଆସୁଛନ୍ତି। ମାତ୍ର ଏଣିକି ସ୍ଥଳପଥରେ ଆସୁଥିବା ପର୍ଯ୍ୟଟକମାନେ ଆଉ ନିରାଶ ହୋଇ ଫେରିବେ ନାହିଁ। ଡାଙ୍ଗମାଳ ପ୍ରବେଶ ପଥରେ ପ୍ରବେଶ ଫି’ କାଟି ଭିତରକୁ ଯିବା ପରେ ପର୍ଯ୍ୟଟକମାନେ ଚାହିଁଲେ ବୋଟିଂର ସୁବିଧା ନେଇ ପାରିବେ। ଡାଙ୍ଗମାଳଠାରେ ଗୁରୁବାରଠାରୁ ଦୁଇଟି ଶବ୍ଦ ପ୍ରଦୂଷଣ ବିହୀନ ବିଳାସପୂର୍ଣ୍ଣ ବୋଟ୍‌ ରଖାଯାଇଛି। ଏହି ବୋଟରେ ସର୍ବାଧିକ ୨୦ଜଣ ପର୍ଯ୍ୟଟକ ବୁଲି ପାରିବେ। ବୋଟ ଭଡା ବାବଦକୁ ୧ ହଜାର ଟଙ୍କା ଓ ପ୍ରତି ଘଣ୍ଟା ପାଇଁ ୧୭ ଲିଟର ପେଟ୍ରୋଲ ପାଇଁ ଅର୍ଥ ଦେବାକୁ ପଡିବ। ଅର୍ଥାତ୍‌ ୧ ଘଣ୍ଟା ଜଳପଥରେ ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ୨୮ଶହ ଟଙ୍କା ଦେବାକୁ ପଡିବ। କୌଣସି ପର୍ଯ୍ୟଟକ ଚାହିଁଲେ ଏହି ବୋଟ୍‌କୁ ରିଜର୍ଭ କରି ଭିତରକନିକାର ଶୋଭା ଉପଭୋଗ କରିପାରିବେ। ନଚେତ୍‌ ପର୍ଯ୍ୟଟକମାନେ ମିଳିତ ଭାବେ ବୋଟ୍‌ରେ ଭିତରକନିକାର ଶୋଭା ଉପଭୋଗ କରିପାରିବେ ବୋଲି ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri