ସାତକୋଶିଆକୁ ପର୍ଯ୍ୟଟକ ମନା

ଅନୁଗୋଳ ଅଫିସ,୧୭।୮: ଅନୁଗୋଳ ଜିଲାର ଅନୁଗୋଳ ଓ ଆଠମଲ୍ଲିକ ବ୍ଲକରେ ବନ୍ୟାଜଳ ପ୍ରବେଶ ଯୋଗୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ଟିକରପଡାବାସୀ ଜଳବନ୍ଦୀ ହୋଇ ରହିଛନ୍ତି। ତେବେ ଧନଜୀବନ ଯେପରି ନଷ୍ଟ ହେବ ନାହିଁ ସେଥିପାଇଁ ଜିଲା ପ୍ରଶାସନ ତୀକ୍ଷ୍ନ ନଜର ରଖିଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ବହୁ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଅଣାଯାଇଛି। ତେବେ ବନ୍ୟାଜଳ ବଢ଼ୁଥିବାରୁ ମଙ୍ଗଳବାରଠାରୁ ସାତକୋଶିଆକୁ ପର୍ଯ୍ୟଟକଙ୍କୁ ଛଡାଯିବ ନାହିଁ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଅନୁଗୋଳ ବ୍ଲକର ୧୪ଟି ଗାଁ ପ୍ରଭାବିତ ହୋଇଥିବାବେଳେ ୫ଟି ଗାଁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆହୁରୀ ୮ଶହ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ। ମଙ୍ଗଳବାର ଏନ୍‌ଡିଆର୍‌ଏଫ ଟିମ୍‌ ବନ୍ୟାଞ୍ଚଳରେ ପହଞ୍ଚିଛି। ଅଗ୍ନିଶମ ବିଭାଗ, ତହସିଲଦାରଙ୍କ ବୋଟ୍‌କୁ ସଜାଗ ରଖାଯାଇଛି। ଏଥିସହିତ ବନ ବିଭାଗ କର୍ମଚାରୀଙ୍କ ସହଯୋଗ ଆବଶ୍ୟକ ସ୍ଥଳେ ନିଆଯାଉଥିବା ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହମ୍ମଦିଙ୍କୁ ଆଉ ସାଢ଼େ ୭ ବର୍ଷ ଜେଲ

ଦୁବାଇ,୯ା୨(ଏପି):ଇରାନ୍‌ର ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ନର୍ଗେସ ମୋହମ୍ମଦିଙ୍କୁ ଦେଶର ଏକ ଅଦାଲତ ଆଉ ସାଢ଼େ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛି। ୨୦୨୩ରେ ନୋବେଲ ପୁରସ୍କାର…

ଶ୍ରେଷ୍ଠ ପ୍ରଜାତି ସୃଷ୍ଟି ଲାଗି ଏକସଙ୍ଗେ ୨୦ ମହିଳାଙ୍କୁ ଗର୍ଭବତୀ କରିବାକୁ ଚାହୁଁଥିଲେ ଏପ୍‌ଷ୍ଟିନ୍‌

ନ୍ୟୁୟର୍କ,୯ା୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ଧନୀ ଅର୍ଥ ଲଗାଣକାରୀ ଜେଫ୍ରି ଏପ୍‌ଷ୍ଟିନ୍‌ ଜେନେଟିକ୍‌ ଇଞ୍ଜିନିୟରିଂ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରି ମାନବ ଜାତିର…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

୬ ବର୍ଷୀୟା ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ପାଟନା,୯ା୨: ବିହାର ଦରଭଙ୍ଗା ସହରର ୟୁନିଭର୍ସିଟି ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ବାଳିକାଙ୍କୁ ରବିବାର ବଳାତ୍କାର ପରେ ହତ୍ୟା କରାଯାଇଛି। ସୂତ୍ର ଅନୁଯାୟୀ, ବାଳିକା ଜଣକ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ବଡ଼ ଯୋଜନାରେ ଖର୍ଚ୍ଚ ହୋଇଛି ବଜେଟର ୪୦%

ନୂଆଦିଲ୍ଲୀ,୯ା୨: ଚଳିତ ଆର୍ଥତ୍କ ବର୍ଷ ପାଇଁ କେନ୍ଦ୍ର ବଜେଟରେ ସର୍ବବୃହତ୍‌ ଯୋଜନାଗୁଡ଼ିକ ନିମନ୍ତେ ଯେଉଁ ଅର୍ଥ ବ୍ୟୟବରାଦ ହୋଇଥିଲା, ସରକାର ୯ ମାସ ମଧ୍ୟରେ ତାହାର ମାତ୍ର…

ଶତ୍ରୁ ସାଟେଲାଇଟ୍‌ ଉପରେ ନଜର ରଖିବ ଭାରତ

ପାଟନା,୯ା୨: ଭାରତର ଅଭିବୃଦ୍ଧିଶୀଳ ଘରୋଇ ମହାକାଶ କ୍ଷେତ୍ରକୁ ଏକ ବଡ଼ ସଫଳତା ମିଳିଛି। ଅହମଦାବାଦର ଆଜିସ୍ତା ଇଣ୍ଡଷ୍ଟ୍ରିଜ୍‌ ପ୍ରା.ଲିଃ ଏହାର ଏରୋସ୍ପେସ୍‌ ବିଭାଗ ଜରିଆରେ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri