ପ୍ରକୃତି କୋଳରେ ମଜ୍ଜିଲେ ପର୍ଯ୍ୟଟକ

ଢେଙ୍କାନାଳ ଅଫିସ, ୨୬।୧୨:ସମସ୍ତଙ୍କ ମନରେ ଭରି ରହିଥିଲା ଉତ୍ସାହ। ଶୀତର ସ୍ପର୍ଶରେ ପ୍ରକୃତିରାଣୀ ହସି ଉଠିଥିବାବେଳେ କିଛି ସମୟ ସବୁଜିମାମୟ ପରିବେଶରେ ବିତାଇବାକୁ ଢେର ଦିନରୁ ହୋଇଥିଲା ଯୋଜନା। ଏକା ଦିନରେ ରବିବାର ଆଉ ବଡ଼ଦିନ ପଡ଼ିଥିବାରୁ ଏଭଳି ସୁଯୋଗକୁ ହାତଛଡ଼ା ନ କରି ପରିବାର, ସାଙ୍ଗସାଥୀଙ୍କ ସହ ପ୍ରକୃତି କୋଳରେ ମଜ୍ଜିଯାଇଥିଲେ ପର୍ଯ୍ୟଟକ, ଯାହାକୁ ନେଇ ମୁଖରିତ ହୋଇଉଠିଥିଲା ଢେଙ୍କାନାଳ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ।
ସପ୍ତଶଯ୍ୟାରେ ବଡ଼ଦିନ ଉପଲକ୍ଷେ ଜମିଥିଲା ଅସମ୍ଭାଳ ଭିଡ଼। ରାଜ୍ୟ ତଥା ରାଜ୍ୟ ବାହାରୁ ୪୦,୦୦୦ ପର୍ଯ୍ୟଟକ ସମାଗମରେ ସକାଳୁ ସନ୍ଧ୍ୟା ଯାଏ ଚଳଚଞ୍ଚଳ ହୋଇଉଠିଥିଲା ଏହି ପର୍ଯ୍ୟଟନସ୍ଥଳୀ। ‘କରୋନା’ କଟକଣା ହଟିବା ପରେ ଦୁଇବର୍ଷ ଅନ୍ତରାଳରେ ପିକ୍‌ନିକ୍‌ ପାଇଁ ଏଠାରେ ପିଲାଙ୍କଠାରୁ ବୟସ୍କ ଯାଏ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଭୁବନେଶ୍ୱର, କଟକ, ଚୌଦ୍ୱାର, ଖୋର୍ଦ୍ଧା, ବେଗୁନିଆ, ଆଠଗଡ଼, ନରସିଂହପୁର, ବଡ଼ମ୍ବା, ଯାଜପୁର, ଯାଜପୁର ରୋଡ୍‌, ଅନୁଗୋଳ, ତାଳଚେର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଅଞ୍ଚଳରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। ବହୁ ଯାତ୍ରୀ କପିଳାସର ପ୍ରସିଦ୍ଧ ଶୈବପୀଠରେ ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉ, ମା’ ପାର୍ବତୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ନିକଟବର୍ତ୍ତୀ ପ୍ରାଣୀ ଉଦ୍ୟାନ ବୁଲିବା ସୁଯୋଗ ହାତଛଡ଼ା କରି ନ ଥିଲେ। ଯୋରନ୍ଦା ମହିମାଗାଦି, ସପ୍ତଶଯ୍ୟାସ୍ଥିତ ଶ୍ରୀରାମଚନ୍ଦ୍ର ପୀଠ, ମା’ ଜେନାଦେଈ ଠାକୁରାଣୀଙ୍କ ଆସ୍ଥାନ, ଅନନ୍ତଶୟନ, କୁଆଳୋ ଅଷ୍ଟଶମ୍ଭୁ ପୀଠରେ ମଧ୍ୟ ପ୍ରବଳ ଭିଡ଼ କରିଲକ୍ଷିତ ହୋଇଥିଲା। ସେହିପରି କପିଳାସ ପାଦଦେଶରେ ପ୍ରାୟ ୩୦,୦୦୦ ପର୍ଯ୍ୟଟକ ବଣଭୋଜିର ମଜା ନେଇଥିଲେ।
ଅଡୁଆ କଲା ପାଣି ଅଭାବ
‘ସପ୍ତଶଯ୍ୟା’ରେ ପ୍ରବାହିତ ପ୍ରାକୃତିକ ବନଝରଣା ଶୁଖିଯାଉଛି। ପ୍ରଦୂଷିତ ହୋଇପଡ଼ିଥିବା ପାଣି ବ୍ୟବହାର ଉପଯୋଗୀ ହେଉନାହିଁ। ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଖନନ କରାଯାଇଥିବା ନଳକୂପ ଅଚଳ ହୋଇପଡ଼ିଛି। ଫଳରେ ବଡ଼ଦିନ ଛୁଟି କାଟିବାକୁ ଏଠାକୁ ଆସିଥିବା ପର୍ଯ୍ୟଟକମାନେ ପିଇବା ପାଣି ପାଇଁ ଅଡୁଆରେ ପଡ଼ିଥିଲେ। ମହିଳାଙ୍କ ବ୍ୟବହାର ଲାଗି ଶୌଚାଳୟ, ପାର୍କିଂ ବ୍ୟବସ୍ଥା କରାଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଥିଲା। ମୋବାଇଲ ନେଟ୍‌ଓ୍ବର୍କ ନ ଥିବାରୁ ଯୋଗାଯୋଗ ହୋଇପାରି ନ ଥିଲା। ଏଭଳି ଅବ୍ୟବସ୍ଥା ଲାଗି ପ୍ରଶାସନକୁ ଦାୟୀ କରିଛନ୍ତି କଟକର ଶୁଭଲକ୍ଷ୍ମୀ ସାହୁ, ଚୌଦ୍ୱାରର ସୁମନ୍ତ ସାହୁ ଏବଂ ଢେଙ୍କାନାଳର ରଶ୍ମିତା ସାହୁ। ଆଗକୁ ଇଂଲିଶ ନବବର୍ଷ ଆସୁଥିବାରୁ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ।…

ମୃତ୍ୟୁ ଖବର ପାଇ ତବଲା ବାଦକଙ୍କ ଘରେ ପହଞ୍ଚିଲେ ଭାଜପା ଜିଲା ସଭାପତି

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ମାଷ୍ଟର ଲକ୍ଷ୍ମଣ କୁମାର ତରାଇଙ୍କ ବିୟୋଗ ଘଟିଛି ।  ଖବର ପାଇ ଭାଜପା…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri